ପାଣିରୁ ଫ୍ଲୋରାଇଡ୍‌ ବିଶୋଧନ କରିବ ପଣସ ଚୋପା

ରାଉରକେଲା, ୧୫।୧୦(ସଙ୍ଗୀତା ଜେନା): ପଣସ ଚୋପାରୁ ପ୍ରସ୍ତୁତ ସ୍ବଳ୍ପ ଖର୍ଚ୍ଚର ସାମଗ୍ରୀ ମାଧ୍ୟମରେ ପାନୀୟ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍‌ ଦୂର କରିବାରେ ସଫଳ ହୋଇଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେଷକ। ଏହି ନୂତନ ଉଦ୍ଭାବନ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍‌ ଥିବା ଅଞ୍ଚଳର ଲୋକଙ୍କ ପାଇଁ ସୁରକ୍ଷିତ ପାନୀୟ ଜଳଯୋଗାଣ କ୍ଷେତ୍ରରେ ଏକ ଆଶା ସୃଷ୍ଟି ହୋଇଛି। ଏହି ଜ୍ଞାନକୌଶଳ ପେଟେଣ୍ଟ ମଧ୍ୟ ହାସଲ କରିଛି। ଏନ୍‌ଆଇଟିର ଗବେଷକମାନେ ଫିଙ୍ଗିଦିଆଯାଉଥିବା ପଣସ ଫଳ ଚୋପାରୁ ଆକ୍ଟିଭେଟେଡ୍‌ କାର୍ବନ ପ୍ରସ୍ତୁତ କରିଛନ୍ତି। ଏହାର ଫ୍ଲୋରାଇଡ୍‌ ଶୋଷଣ କ୍ଷମତା ବୃଦ୍ଧି କରିବା ପାଇଁ ଏଥିରେ ଜିର୍କୋନିୟମ ମିଶ୍ରଣ କରାଯାଇଛି। ପରୀକ୍ଷାଗାରରେ ଏହି ସାମଗ୍ରୀର ପ୍ରୟୋଗ କରି ମାତ୍ର ୧୦ ମିନିଟ୍‌ ମଧ୍ୟରେ ଜଳରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍‌ ପାଣିରୁ ଅପସାରଣ ସଫଳତା ମିଳିଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ, ପାନୀୟ ଜଳରେ ଅତ୍ୟଧିକ ଫ୍ଲୋରାଇଡ୍‌ ରହିଲେ ଏହା ମଣିଷର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ଦାନ୍ତ ଓ ହାଡ଼ ସମ୍ବନ୍ଧୀୟ ଫ୍ଲୋରୋସିସ୍‌ ରୋଗ ହୋଇପାରେ। ଦେଶର ବିଭିନ୍ନ ଅଞ୍ଚଳର ଭୂତଳ ଜଳରେ ଫ୍ଲୋରାଇଡ୍‌ ମାତ୍ରା ଅଧିକ ଦେଖାଯାଉଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଜଳ ବିଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଛି। ଜଳରୁ ଫ୍ଲୋରାଇଡ୍‌ ଦୂରକରିବା ପାଇଁ ରିଭର୍ସ ଓସ୍ମୋସିସ୍‌ (ଆର୍‌ଓ), ଆୟନ୍‌ ଏକ୍ସଚେଞ୍ଜ୍‌ ଓ ଆକ୍ଟିଭେଟେଡ୍‌ ଆଲୁମିନା ଭଳି ପଦ୍ଧତି ବ୍ୟବହାର କରାଯାଉଛି। ତେବେ ଆର୍‌ଓ ପ୍ରକ୍ରିୟାରେ ବହୁ ପରିମାଣର ଜଳ ନଷ୍ଟହେବା ସହ କ୍ୟାଲସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଭଳି ଉପକାରୀ ଖଣିଜ ପଦାର୍ଥ ମଧ୍ୟ ବାହାରିଯାଏ। ଅନ୍ୟ କେତେକ ପଦ୍ଧତିରେ ରାସାୟନିକ ପଦାର୍ଥର ବ୍ୟବହାର ହେଉଥିବାରୁ ପରିବେଶ ଉପରେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ରହିଛି। ଏଭଳି ସ୍ଥିତିରେ କୃଷିଜାତ ବର୍ଜ୍ୟବସ୍ତୁରୁ ଜଳ ବିଶୋଧନ ସାମଗ୍ରୀ ପ୍ରସ୍ତୁତି ଏକ ବିକଳ୍ପ ଭାବେ ଉଭା ହୋଇଛି। ଏହି ଗବେଷଣା ସମ୍ପର୍କରେ ରାଉରକେଲା ଏନ୍‌ଆଇଟିର କେମିକାଲ୍‌ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ସୁସ୍ମିତା ମିଶ୍ର କହିଛନ୍ତି, କୃଷିଜାତ ବର୍ଜ୍ୟବସ୍ତୁକୁ ଜଳ ବିଶୋଧନର ଉପଯୋଗୀ ସାମଗ୍ରୀରେ ପରିଣତ କରିବା ହେଉଛି ଏହି ଗବେଷଣାର ମୂଳ ଉଦ୍ଦେଶ୍ୟ। ବର୍ଜ୍ୟ ପଣସ ଚୋପାରୁ ଆକ୍ଟିଭେଟେଡ୍‌ କାର୍ବନ ପ୍ରସ୍ତୁତ କରି ସେଥିରେ ଜିର୍କୋନିୟମ୍‌ ମିଶାଯାଇଛି। ପରୀକ୍ଷାଗାରରେ ଏହା ଆଶାଜନକ ଫଳ ଦେଇଛି। ତେବେ ବାସ୍ତବ କ୍ଷେତ୍ରରେ ଏହାର ବ୍ୟବହାର ପୂର୍ବରୁ ଆହୁରି ପରୀକ୍ଷା ଓ ଯାଞ୍ଚର ଆବଶ୍ୟକତା ରହିଛି। ପ୍ରଫେସର ସୁସ୍ମିତା ମିଶ୍ର ଓ ଏନ୍‌ଆଇଟିର ଗବେଷଣା ସ୍ନାତକ ଡ. ପ୍ରତିମା ମିଞ୍ଜ ଏହି ଗବେଷଣାରେ ସାମିଲ ଅଛନ୍ତି। ଏହି ଜ୍ଞାନକୌଶଳ ପାଇଁ ୨୦୨୫ ଅଗଷ୍ଟ ୨୫ରେ ପେଟେଣ୍ଟ ହାସଲ କରାଯାଇଛି। ପରୀକ୍ଷାଗାରରେ ପ୍ରତି ଲିଟର ଜଳରେ ୧ରୁ ୫ ମିଲିଗ୍ରାମ୍‌ ଫ୍ଲୋରାଇଡ୍‌ ଥିବା ସ୍ଥିତିରେ ଏହି ସାମଗ୍ରୀ ୧୦ରୁ ୨୦ ମିନିଟ୍‌ ମଧ୍ୟରେ ୯୦ରୁ ୯୭ ପ୍ରତିଶତରୁ ଅଧିକ ଫ୍ଲୋରାଇଡ୍‌ ଦୂର କରିପାରିଛି। ଏହି ପ୍ରାରମ୍ଭିକ ସଫଳତା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ବିକେନ୍ଦ୍ରୀକୃତ ଜଳ ବିଶୋଧନ ବ୍ୟବସ୍ଥା ବିକାଶର ସମ୍ଭାବନା ସୃଷ୍ଟି କରିଛି। ଏଥିସହ କୃଷିଜାତ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ୱାରା ପରିବେଶ ଅନୁକୂଳ ଜ୍ଞାନକୌଶଳକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ। ଏହି ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ବିଦ୍ୟୁତ୍‌ ଓ ରାସାୟନିକ ପଦାର୍ଥର ଖର୍ଚ୍ଚକୁ ହିସାବକୁ ନେଇ ଗବେଷକମାନେ ପ୍ରତି ଗ୍ରାମ୍‌ ପିଛା ପ୍ରାୟ ୩୭ ଟଙ୍କା ବ୍ୟୟ ଆକଳନ କରିଛନ୍ତି। ଏହି ଗବେଷଣା ବର୍ତ୍ତମାନ ଟେକ୍ନୋଲୋଜି ରେଡିନେସ୍‌ ଲେଭଲ୍‌-୪ (ଟିଆର୍‌ଏଲ୍‌-୪) ଅର୍ଥାତ୍‌ ପରୀକ୍ଷାଗାର ସ୍ତରରେ ପ୍ରମାଣିତ ହୋଇଛି। ଆଗକୁ ଏହାର ଏକ ବ୍ୟବହାରଯୋଗ୍ୟ ମଡେଲ ପ୍ରସ୍ତୁତ କରିବା ସହ ଦୀର୍ଘକାଳୀନ କାର୍ଯ୍ୟକ୍ଷମତା, ବ୍ୟବହାରିକ ଉପଯୋଗିତା ଓ ପରିଚାଳନା ଖର୍ଚ୍ଚ ଆକଳନ କରିବାକୁ ଗବେଷକମାନେ ଯୋଜନା ରଖିଛନ୍ତି ବୋଲି ଏନ୍‌ଆଇଟି ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?