ନିଃଶ୍ୱାସ ନେବା ହେବ କଷ୍ଟକର! ପୃଥିବୀରେ ୧ ପ୍ରତିଶତରୁ କମ ଶୁଦ୍ଧ ପବନ: ରିପୋର୍ଟ…

ମେଲବୋର୍ନ/ବେଜିଂ,୮।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଏକ ପ୍ରତିଶତରୁ ପ୍ରଦୂଷଣମୁକ୍ତ ଶୂଦ୍ଧ ବାୟୁ ରହିଛି। ଫଳରେ ଆଗାମୀ ଦିନରେ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହେବ। ଏହା ଯୋଗୁ ଏସୀୟ ଦେଶମାନଙ୍କୁ କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ଲାନସେଟ ପ୍ଲାନେଟାରୀ ହେଲଥରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ପୃଥିବୀର ୯୯.୯୮ ପ୍ରତିଶତ ବିପଜ୍ଜନକ ପଦାର୍ଥ କଣିକା ୨.୫ର ସଂସ୍ପର୍ଶରେ ଆସିଥାଏ, ଯାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ସୁରକ୍ଷା ସୀମାଠାରୁ ଅଧିକ ଅଟେ। ରିପୋର୍ଟରେ ଏହା ଜଣାପଡିଛି ଯେ ପୃଥିବୀର ଜନସଂଖ୍ୟାର ମାତ୍ର ୦.୦୦୧ ପ୍ରତିଶତ ଶ୍ୱାସକ୍ରିୟା ପାଇଁ ଶୁଦ୍ଧ ବିବେଚିତ ବାୟୁ ବ୍ୟବହାର କରିଥାନ୍ତି।

ଅଷ୍ଟ୍ରେଲିଆ ଏବଂ ଚାଇନାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ପୃଥିବୀର ୫୦୦୦ରୁ ଅଧିକ ମନିଟରିଂ ଷ୍ଟେଶନ ଏବଂ ମେସିନ ଲର୍ନିଂ ସିମୁଲେଶନ, ପାଣିପାଗ ବିଜ୍ଞାନ ତଥ୍ୟ ଏବଂ ଭୌଗୋଳିକ କାରକ ବ୍ୟବହାର କରାଯାଇଥିଲା। ଯେଉଁ କାରଣରୁ ବୈଜ୍ଞାନିକମାନେ ଗ୍ଲୋବାଲ ପିଏମ୍‌ ୨.୫ ବିଷୟରେ ଆକଳନ କରିଥିଲେ।

ବୈଜ୍ଞାନିକମାନେ ଅଧ୍ୟୟନ ସମୟରେ ଜାଣିବାକୁ ପାଇଲେ ଯେ ୨୦୧୯ ରେ, ଦୈନିକ ପିଏମ୍‌ ୨.୫ ମୂଲ୍ୟ ବିଶ୍ୱ ସ୍ତରରେ ୭୦ ପ୍ରତିଶତରୁ ଅଧିକ ଦିନରେ ପ୍ରତି ଘନ ମିଟର ପ୍ରତି ୧୫ ମାଇକ୍ରୋଗ୍ରାମ ରୁ ଅଧିକ ଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସ୍ଥିର କରାଯାଇଥିବା ଦୈନିକ ସୀମାଠାରୁ ଏହା ଅଧିକ ଥିଲା । ପିଏମ୍‌ ୨.୫ ବାୟୁରେ ଥିବା କ୍ଷୁଦ୍ର କଣିକା ଯାହା ଫୁସଫୁସ କର୍କଟ ଏବଂ ହୃଦରୋଗ ଭଳି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ଏହି ଗବେଷଣାରୁ ଜଣାପଡିଛି ଯେ ଦକ୍ଷିଣ ଏସିଆ ଏବଂ ପୂର୍ବ ଏସିଆ ପରି ଅଞ୍ଚଳରେ ବାୟୁ ଗୁଣବତ୍ତା ବିଶେଷ ଚିନ୍ତାର ବିଷୟ। ଏଠାରେ, ପିଏମ୍‌ ୨.୫ସ୍ତର ୯୦ ମାଇକ୍ରୋଗ୍ରାମ ସୀମା ଉପରେ ୯୦ ପ୍ରତିଶତରୁ ଅଧିକ ଦିନ ଥିଲା।
ଅଧ୍ୟୟନରେ ଦର୍ଶାଯାଇଛି ଯେ ପିଏମ୍‌ ୨.୫ରେ ହଠାତ ବୃଦ୍ଧି ରୋଗ ଏବଂ ମୃତ୍ୟୁ ହାର ପଛରେ ଏକ ପ୍ରମୁଖ କାରଣ ଅଟେ। ତଥାପି, ଅନେକ ଦଶନ୍ଧି ଧରି ପିଏମ୍‌ ୨.୫ ସ୍ତର ସମଗ୍ର ବିଶ୍ୱରେ କିପରି ବଦଳିଛି ତାହା ରିପୋର୍ଟ ଦର୍ଶାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri