ଦୀର୍ଘ ବର୍ଷ ହେଲା ଦୟନୀୟ

ଛେଣ୍ଡିପଦା, ୨୩ା୮ (ଡି.ଏନ.ଏ.): ମୂଲକୁ ନ ଗଲେ ମିଳେନି ଦାନା। ସେଥିପାଇଁ ମୁଣ୍ଡ ଉପରେ ଥିବା ଛପରର ହୋଇପାରୁନି ମରାମତି। ବିପଦ ଜାଣି ବି ଭଙ୍ଗା ଦଦରା ଘରେ ନେଉଛନ୍ତି ଆଶ୍ରୟ। ଦୀର୍ଘବର୍ଷ ହେଲା ଜରିପାଲ ତଳେ ଦୟନୀୟ ଅବସ୍ଥାରେ ବିତୁଛି ସେମାନଙ୍କ ଜୀବନ। ଗରିବ ବୋଲି ସରକାର ଚିହ୍ନଟ କରିଥିଲେ ମଧ୍ୟ ଖଣି ପାଇଁ ଜମି ଅଧିଗ୍ରହଣ ଅଞ୍ଚଳ କହି ଦେଉନାହାନ୍ତି ଉପଯୁକ୍ତ ଗୁରୁତ୍ୱ। ଫଳରେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବସନ୍ତପୁର ପଞ୍ଚାୟତ ହରିଜନ ସାହି ଓ ଘୁଣ୍ଟୁଳିପଶି ହରିଜନ ସାହିର ୨୫୦ ପରିବାର।
ସାହିବାସୀଙ୍କ କହିବା ଅନୁଯାୟୀ, ବସନ୍ତପୁର ପଞ୍ଚାୟତ ହରିଜନ ସାହିରେ ରହିଛି ୩ଟି ୱାର୍ଡ। ହରିଜନ ସାହିର ୭ ନଂ. ୱାର୍ଡରେ ୮୦ ପରିବାର ଓ ୮ନଂ. ୱାର୍ଡରେ ୧୨୦ ପରିବାର ରହୁଥିବାବେଳେ ଘୁଣ୍ଟୁଳିପଶି ହରିଜନ ସାହିର ୧୧ନଂ ୱାର୍ଡରେ ଅଛନ୍ତି ୭୫ ପରିବାର। ସେମାନଙ୍କ ଜୀବିକା କହିଲେ କେବଳ ମୂଲ ମଜୁରି। ଅତ୍ୟନ୍ତ ଗରିବ ହୋଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ କରିପାରି ନାହାନ୍ତି। ଏପରି କି ଦୀର୍ଘବର୍ଷ ହେଲା ଚାଳ ଛପର ଭାଙ୍ଗି ଯାଇଥିଲେ ବି ତାହାର ମରାମତି କରିପାରୁ ନାହାନ୍ତି। ସେଥିପାଇଁ ଗତ ଲଗାଣ ବର୍ଷାରେ କଲବଲ ହେବାକୁ ପଡ଼ିଥିଲା ସାହିର ଲୋକଙ୍କୁ। କାହାର କାନ୍ଥ ଗଳି ପଡ଼ିଥିଲା ତ ଆଉ କାହା ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ପ୍ରତିବର୍ଷ ବର୍ଷା ଋତୁରେ ଏପରି ଅବସ୍ଥା ଭୋଗୁଥିବା ହରିଜନସାହିବାସୀଙ୍କ ଦୁଃଖ ଦେଖାଯାଉନି ପ୍ରଶାସନକୁ। ଜମି ଅଧିଗ୍ରହଣ ଅଞ୍ଚଳ ବୋଲି କହି ଦୀର୍ଘବର୍ଷ ହେଲା ଏଠାରେ ନିର୍ମାଣ କାର୍ଯ୍ୟ କରୁ ନ ଥିବା ପ୍ରଶାସନ ଏବେ ରାସ୍ତା କରୁଛି। ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଯୋଗାଇ ଦେଉଛି। ଫଳରେ ଦୀର୍ଘବର୍ଷ ହେଲା ମିଳି ନ ଥିବା ଆବାସକୁ ନେଇ ସାହିବାସୀଙ୍କ ମନରେ ଆଶା ଅଧିକ ଦୃଢ଼ୀଭୂତ ହୋଇଛି। ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘବର୍ଷ ହେଲା ସେମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟକୁ ଦୌଡ଼ୁଥିଲେ ବି ଭତ୍ତା ଓ ରାଶନ ଛଡ଼ା ଅନ୍ୟ କୌଣସି ସହାୟତା ମିଳୁନି। ଏପରି କି ଜରିପାଲ ଖଣ୍ଡିଏ ପାଇଁ ବାରମ୍ବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଗୁହାରି କରିବାକୁ ପଡ଼ୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ପକ୍କା ଘର ପାଇଁ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ଅଟକି ଯାଉଛି। ସାହିର ସୀତା ନାଏକ, ଦୁତି ନାଏକ, କର ନାଏକ, କରୁଣା ନାଏକ, ଭରତ ନାଏକ, ଚାଇନ ନାଏକ, ଅଲି ନାଏକ, ପଳେଇ ନାଏକ, କନକ ନାଏକ, କାଞ୍ଚନ ନାଏକ, ଗୀତା ନାଏକ, ହାଡିବନ୍ଧୁ ନାଏକ, ବାଳକୃଷ୍ଣ ନାଏକ, ମୂଳିଆ ନାଏକଙ୍କ ସମେତ ପଞ୍ଚାୟତର ୩ଟି ୱାର୍ଡରେ ୨୭ରୁ ଊଦ୍ଧର୍‌ବ ଘର ଭାଙ୍ଗଥିବା ବେଳେ ୧୨୦ରୁ ଊଦ୍ଧର୍‌ବ ଘରର ଛପର ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ସର୍ଭେ କରାଯାଇ ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉକ୍ତ ଅଞ୍ଚଳବାସୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ନିକଟରୁ ଅନୁମତି ଲୋଡ଼ାଯାଇଛି। ସରକାର ସହମତି ପ୍ରକାଶ କଲେ ଆଗାମୀ ଦିନରେ ସେଠାରେ ଆବାସ ନେଇ ରହିଥିବା ଅସୁବିଧା ଦୂର ହୋଇପାରିବ।

ଆବାସ ତ ଦୂରର କଥା ପଲିଥିନ ମିଳୁନି
ମୂଲ ମଜୁରି କରି ଯେତିକି ରୋଜଗାର କରୁଛୁ ପରିବାର ଚଳାଇବାକୁ ନିଅଣ୍ଟ ପଡୁଛି। ତେଣୁ ଚାଳ ଛପର ମରାମତି କରିପାରୁ ନାହୁଁ। ଆବାସ ପାଇବା ତ ଦୂରର କଥା ୩ଥର ତହସିଲ ଓ ରାଜସ୍ବ ନିରୀକ୍ଷକଙ୍କ ନିକଟକୁ ଧାଇଁବା ପରେ ପାଲ ଖଣ୍ଡେ ମିଳିଛି।
-ସବିତା ନାଏକ, ବସନ୍ତପୁର ହରିଜନ ସାହି

ଘରଟିଏ ମିଳିଲେ ଶାନ୍ତି ପାଆନ୍ତି
ସ୍ବାମୀଙ୍କ ମୃତ୍ୟୁ ପରଠାରୁ ଏକା ଓ ଅସହାୟ ହୋଇପଡ଼ିଛି। ଅଲଗା ରହୁଥିବା ପୁଅର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ। ତେଣୁ ଛପର ମରାମତି ପାଇଁ ପଇସା ପାଇବି କେଉଁଠୁ। ଲଗାଣ ବର୍ଷାରେ ଘରେ ଆଣ୍ଠୁଏ ପାଣି ରହିଥିଲା। ପ୍ରଶାସନ ଘର ଖଣ୍ଡିଏ ଯୋଗାଇ ଦେଲେ ଶାନ୍ତିରେ ନିଃଶ୍ବାସ ନେଇପାରନ୍ତି।
-କୁନ୍ତଳା ନାଏକ

ଦୀର୍ଘବର୍ଷ ହେଲା କେବଳ ପ୍ରତିଶ୍ରୁତି
ଦୀର୍ଘ ୨୦ ବର୍ଷ ହେବ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ପ୍ରଶାସନ ଯାଏ ଧାଉଁଛି। ହେଲେ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ମିଳୁନି। ପ୍ରଶାସନ ଅନେକ ଥର ସର୍ଭେ କରିଥିଲେ ମଧ୍ୟ ଘର ଦେବା ବ୍ୟବସ୍ଥା କରୁନାହିଁ।
-ମଙ୍ଗୁଳୁ ନାଏକ

ପ୍ରଶାସନ ତଦନ୍ତ କରି ପଦକ୍ଷେପ ନେଉ
ବସନ୍ତପୁର ପଞ୍ଚାୟତ ହରିଜନ ସାହିର ୩ଟି ୱାର୍ଡବାସୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଚାଳ ଛପର ମରାମତି ପାଇଁ ସେମାନଙ୍କ ସାମର୍ଥ୍ୟ ନ ଥିବାରୁ ଦୀର୍ଘବର୍ଷ ହେଲା ଶତାଧିକ ପରିବାର ଘର ଉପରେ ଜରିପାଲ ପକାଇ ରହିଛନ୍ତି। ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଆବାସ ଯୋଜନାରେ ଘର ଯୋଗାଇ ଦେଉ।
-ଲକ୍ଷ୍ମୀ ସାମଲ, ସରପଞ୍ଚ, ବସନ୍ତପୁର

ସ୍ଥିତି ଅନୁଧ୍ୟାନ ପରେ ପଦକ୍ଷେପ
ନୂତନ ଭାବେ ଯୋଗ ଦେଇଥିବାରୁ ସମସ୍ୟା ବିଷୟରେ ଅବଗତ ନାହିଁ। ଏ ନେଇ ବିଭାଗୀୟ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ପରେ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

-ତ୍ରିବିକ୍ରମ କୁମୁରା, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri