ସ୍କାମରଙ୍କ ନଜରରେ ଆଇଟିଆର୍‌ ରିଫଣ୍ଡ,ସତର୍କ କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୭(ଅନୁରାଧା ମହାରଣା): ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି। ରିଟର୍ନ ଦାଖଲକରିବା ପରେ ଅନେକ ଲୋକ ବର୍ତ୍ତମାନ ସେମାନଙ୍କ ରିଫଣ୍ଡ ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ସାଇବର ଠକଙ୍କ ନଜର ଏହି ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ରହିଛି। ଏନେଇ ଆୟକର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆୟକର ବିଭାଗ ବୁଧବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ସୂଚନା ଦେଇଛି ଯେ ଟିକସଦାତାଙ୍କୁ ନକଲି ପପ୍‌-ଅପ୍‌ ବାର୍ତ୍ତାଠାରୁ ଦୂରେଇରହିବା ଉଚିତ। ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିବା ପାଇଁ ସାଇବର ଅପରାଧୀମାନେ ଆୟକର ରିଫଣ୍ଡକୁ ଅସ୍ତ୍ର ଭାବରେ ବ୍ୟବହାର କରିପାରନ୍ତି। ଅପରାଧୀମାନେ ନକଲି ମେସେଜ୍‌ ପଠାଇ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିପାରନ୍ତି। ରିଫଣ୍ଡ ଠକେଇର ଅନେକ ମାମଲା ସାରା ଦେଶରେ ପଦାକୁ ଆସିବା ପରେ ଆୟକର ବିଭାଗ ଟିକସଦାତାଙ୍କୁ ପରାମର୍ଶ ଦେଇଛି। ଆୟକର ବିଭାଗ ଅନୁଯାୟୀ, ସାଇବର ଠକମାନେ ପଠାଉଥିବା ନକଲି ମେସେଜ୍‌ରେ ଆପଣଙ୍କ ରିଫଣ୍ଡ ଅନୁମୋଦନ ହୋଇଥିବା ଉଲ୍ଲେଖ ରହିଥାଏ। ଏହି ଟଙ୍କା ଶୀଘ୍ର ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମାହେବା ପାଇଁ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ ପରିଦର୍ଶନ କରି ଆପଣ ଆପଣଙ୍କର ଆକାଉଣ୍ଟ ନମ୍ବର ଯାଞ୍ଚ କରିପାରିବେ କିମ୍ବା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଅପ୍‌ଡେଟ୍‌ କରିପାରିବେ ବୋଲି ଏଥିରେ ଦର୍ଶାଯାଇଥାଏ। ଏପରି ମେସେଜ୍‌ର ରିପ୍ଲାଏ ନ କରିବା ପାଇଁ ବିଭାଗ ପରାମର୍ଶ ଦେଇଛି। ବିଭାଗ ଅନୁଯାୟୀ, ଏହି ଲିଙ୍କ୍‌ ଟିକସଦାତାଙ୍କୁ ଏକ ନକଲି ୱେବ୍‌ସାଇଟକୁ ନେଇଥାଏ। ସେଠାରେ ଖାତା ଅପ୍‌ଡେଟ୍‌ କରିବାବେଳେ ଏକ ଓଟିପି ପଠାଯାଏ। ଓଟିପି ପ୍ରବେଶ କରିବା ମାତ୍ରେ ସ୍କାମରମାନେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନିଅନ୍ତି। ଆୟକର ବିଭାଗ ଏପରି କୌଣସି ମେସେଜ୍‌ କିମ୍ବା ଇ-ମେଲ୍‌ ପଠାଇ ନ ଥାଏ ବରଂ ସିଧାସଳଖ ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରିଫଣ୍ଡ ପଠାଯାଏ ବୋଲି ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri