ଆଇଟିଆଇ ସ୍ଥାପନ କରିବ ଦେଶର ସର୍ବବୃହତ୍‌ ଟାୟାର ଆର୍ଟ ପାର୍କ

ବ୍ରହ୍ମପୁର ଅଫିସ,୧୦ା୩: ବ୍ରହ୍ମପୁର ଆଇଟିଆଇ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ପରେ ବର୍ତ୍ତମାନ ଦେଶର ବୃହତ୍ତମ ଟାୟାର ଆର୍ଟ ପାର୍କ ସ୍ଥାପନ କରିବାକୁ ଯାଉଛି। ଏ ନେଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ବୁଧବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ଆଇଟିଆଇ ପକ୍ଷରୁ ନଷ୍ଟରୁ ଶ୍ରେଷ୍ଠ ଉଦ୍ୟମ ମାଧ୍ୟମରେ ଏଭଳି ପ୍ରୟାସ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି। ସହରର ବିଭିନ୍ନ ସ୍ଥାନରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପଡ଼ିଥିବା ଟାୟାରରେ ପାଣି ଜମି ରହି ଡେଙ୍ଗୁ ମଶା ସଂଖ୍ୟା ବୃଦ୍ଧି ଘଟୁଛି। ଏଥିସହ ଟାୟାରରେ ରହିଥିବା ଏକ ରାସାୟନିକ ପଦାର୍ଥରୁ ଡେଙ୍ଗୁ ମଶା ବଂଶ ବିସ୍ତାର ହେବାରେ ସହାୟକ ହେଉଛି। ଏଣୁ ଏହି ବଂଶ ବିସ୍ତାର ସଂଖ୍ୟାକୁ ରୋକିବା ଏବଂ ଡେଙ୍ଗୁ ରୋଗର ସଚେତନତା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି। ତତ୍‌ସହିତ ଟାୟାର ଜାଳିବା ଦ୍ୱାରା ଏଥିରୁ ଧୂଅଁା ବାହାରି ପରିବେଶକୁ ପ୍ରଦୂଷିତ କରିଥାଏ, ଯାହାକି ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଣୁ ଏହି ଟାୟାରକୁ ବର୍ତ୍ତମାନ ବ୍ୟବହାର କରାଯାଇ ଏକ ନୂତନ ଢାଞ୍ଚାରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଥିବା ସେ କହିଛନ୍ତି। ବର୍ତ୍ତମାନ ଆଇଟିଆଇ ପରିସରରେ ୩ରୁ ୪ ହଜାର ଟାୟାର ବ୍ୟବହୃତ କରାଯାଇ ପୃଥିବୀରୁ ବିଲୁପ୍ତ ଜୀବ ଡାଏନୋସର ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ଏହାର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ଓଜନ ୪ ଟନ ରହିଛିି, ଯାହାକୁ ଦେଶର ସର୍ବବୃହତ୍‌ ଟାୟାର ଆର୍ଟ ପାର୍କରେ ସ୍ଥାପନ କରାଯିବ। ଏଥିସହ ଏହି ପାର୍କରେ ଟାୟାରରେ ନିର୍ମିତ କାର, ହାତୀ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ମଧ୍ୟ ସ୍ଥାପନ କରାଯିବ। ଏହି ଟାୟାର ଆର୍ଟ ପାର୍କ ସମାଜକୁ ସଚେତନତାର ବାର୍ତ୍ତା ଦେବ ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri