ଜଗାର ମନ ଜିଣିବାକୁ ବଡ଼ଦାଣ୍ଡରେ ଶବରୀ ବେଶରେ ଆଇଟମ୍‌ ଗର୍ଲ ରାନୀ , କହିଲେ…

ପୁରୀ ,୨୭।୬: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ ସହ ପଥ ପ୍ରସ୍ତୁତ ହୋଇ ରହିଥିବାବେଳେ ଭକ୍ତ ଓ ସେବକମାନେ ବ୍ୟାକୁଳତାର ସହ ଜଗତନାଥଙ୍କୁ ଅପେକ୍ଷା କରିଛନ୍ତି।

ତେବେ ଏହି ଅବସରରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ବଡ଼ଦାଣ୍ଡକୁ ଶବରୀ ବେଶରେ ଆସିଛନ୍ତି। ଜଗାର ମନ ଜିଣିବାକୁ। ଜଗା ଲାଗି ସେ ବିଭୋର ହୋଇ ଉଠିଛନ୍ତି। ସେ ଜଗା ପାଇଁ ନିଜକୁ ଶବରୀ ବେଶରେ ସଜେଇଛନ୍ତି। ଶବରୀ ଯେପରି ଠାକୁରଙ୍କୁ ବିଶ୍ୱାସ ରଖି କୋଳି ଖାଇବାକୁ ଦେଇଥିଲେ ସେ ମଧ୍ୟ ସେହି ବିଶ୍ୱାସ ନେଇ ଜଗାକୁ ଅପେକ୍ଷା କରିଛନ୍ତି। ସେ ଗୀତ ଗାଉଛନ୍ତି, ନାଚୁଛନ୍ତି।
ସେ କହୁଝନ୍ତି ଜଗା ତାଙ୍କୁ ଗ୍ରହଣ କରି ନିଅନ୍ତୁ ଆଡ଼ ଅଖିରେ ଚାହାନ୍ତୁ , ସେ ସମସ୍ତ ଦୁଃଖ କଷ୍ଟ ଭୁଲିଯିବେ। ନିନ୍ଦା ଅପବାଦ ଯାହା ଥାଉ ଜଗା ଆଖିରେ ଥରେ ଆଖି ମିଶିଗଲେ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ବୋଲି ରାନୀ କହିଛନ୍ତିି।

Share