ସନ୍‌ରାଇଜ ମସଲାକୁ କିଣିଲା ଆଇଟିସି

ନୂଆଦିଲ୍ଲୀ,୨୯।୭: ମସଲା ପ୍ରସ୍ତୁତ କରୁଥିବା ଭାରତର ପ୍ରମୁଖ କମ୍ପାନୀ ସନ୍‌ରାଇଜକୁ ଏଫ୍‌ଏମ୍‌ସିଜି କମ୍ପାନୀ ଆଇଟିସି କ୍ରୟ କରିଛି। ଏହି ଡିଲ୍‌ ୨୧୫୦ କୋଟି ଟଙ୍କାରେ ହୋଇଥିବା କମ୍ପାନୀ ପ୍ରକାଶ କରିଛି। ସନ୍‌ରାଇଜର ଆରମ୍ଭ କୋଲକାତାରୁ ହୋଇଥିଲା। ପୂର୍ବ ଭାରତରେ ଏହା ଭଲ ବ୍ୟବସାୟ କରୁଥିଲା। ବିହାର, ପଶ୍ଚିମବଙ୍ଗ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଓଡ଼ିଶା ଭଳି ସ୍ଥାନଗୁଡିକରେ କମ୍ପାନୀ ନିଜର ଉପସ୍ଥିତି ଜାହିର କରିଥିଲା। ଆଇଟିସି ସନ୍‌ରାଇଜର ୧୦୦% ଅଂଶଧନ କ୍ରୟ କରିଥିବା ଜଣାପଡିଛି। ଏହି ଡିଲ୍‌ ସହିତ ସନ୍‌ରାଇଜ ମସଲା ବାଦ୍‌ ଏହାର ସହାୟକ କମ୍ପାନୀ ସନ୍‌ରାଇଜ ସତିଗ୍ରହ ପ୍ରାଇଭେଟ ଲିମିଟେଡ, ହାବିଟ୍‌ସ ଇଣ୍ଟରନ୍ୟାଶନାଲ ଫୁଡ୍‌ସ ପ୍ରାଇଭେଟ ଲିମିଟେଡ୍‌ ମଧ୍ୟ ସାମିଲ ରହିଛି। ଏହି ୨ କମ୍ପାନୀ ଆଇଟିସି ସହ ମଧ୍ୟ ଯୋଡ଼ିହୋଇ ଯାଇଛନ୍ତି। ଗୁଣାତ୍ମକ ମସଲା ପ୍ରସ୍ତୁତ କରିବାରେ ସନ୍‌ରାଇଜ ଏକ ପ୍ରମୁଖ କମ୍ପାନୀ ଭାବେ ଉଭା ହୋଇଛି। ସନ୍‌ରାଇଜ କୋଲକାତା, ଆଗ୍ରା, ଜୟପୁର ଏବଂ ବିକାନେର ଭଳି ସ୍ଥାନରେ ଫ୍ୟାକ୍ଟ୍ରି ସ୍ଥାପନ କରିଛି। ନୂଆ ଅଧିଗ୍ରହଣ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରେ ଆଇଟିସି ଏହାର ଉପସ୍ଥିତି ବଢାଇବାକୁ ସକ୍ଷମ ହେବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri