ନୂଆଦିଲ୍ଲୀ,୪ା୩: ସମଗ୍ର ଦେଶରେ ରଙ୍ଗ ଏବଂ ଆନନ୍ଦର ପର୍ବ ହୋଲି ପାଳନ କରାଯାଉଥିବାବେଳେ ୧୪୦୦୦ରୁ ଅଧିକ ଫୁଟ ଉଚ୍ଚତାରୁ ଅର୍ଥାତ୍ ପାଙ୍ଗୋଙ୍ଗ ହ୍ରଦରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆଇଟିବିପି ଯବାନମାନେ ହୋଲି ଖେଳିଛନ୍ତି।। ଯାହାକି ଭାରତର ସର୍ବୋଚ୍ଚ ଏବଂ ଥଣ୍ଡା ସ୍ଥାନ।
ପାଙ୍ଗୋଙ୍ଗରୁ ଉତ୍ତର-ପଶ୍ଚିମ ସୀମାର ଆଇଟିବିପି ଯବାନ ସ୍ଥାନୀୟ ବାସିନ୍ଦା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଲୋକ ଏବଂ ସେମାନଙ୍କ ପିଲାମାନଙ୍କ ସହିତ ହୋଲି ଉତ୍ସବ ପାଳନ କରିଛନ୍ତି।
ITBP ଏହି ଉତ୍ସବର ଭିଡିଓକୁ ଇନ୍ଷ୍ଟାଗ୍ରାମରେ ଶେୟାର କରି କ୍ୟାପଶନ ଦେଇଛି, ‘ପାଗୋଙ୍ଗ ହ୍ରଦ (୧୪୩୦୦ଫୁଟ)ର ବରଫ ପଡ଼ିଥିବାବେଳେ ଉତ୍ତର ପଶ୍ଚିମ ସୀମାର ITBP ଯବାନମାନେ ଗ୍ରାମଗୁଡ଼ିକର ବାସିନ୍ଦାଙ୍କ ସହିତ ହୋଲି ପାଳନ କରିଛନ୍ତି। ସ୍ଥାନୀୟ ପିଲାମାନେ ଏକ ଜୀବନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି, ଯାହା ଉଚ୍ଚ-ଉଚ୍ଚତା ଉତ୍ସବରେ ରଙ୍ଗ ଏବଂ ଉଷ୍ମତା ଯୋଡ଼ିଛି।
ଭିଡିଓରେ ଯବାନମାନେ ଖୁସିରେ ଗୀତଗାଇ ନାଚୁଥିବାବେଳେ ପରସ୍ପରକୁ ରଙ୍ଗ ଲଗାଇ ଅତ୍ୟନ୍ତ ଉତ୍ସାହର ସହିତ ହୋଲି ପାଳନ କରୁଥିବା ଦେଖାଯାଉଛି।
ସ୍ଥାନୀୟ ଗ୍ରାମବାସୀ ଏବଂ ପିଲାମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଉଥିବାର ଦେଖାଯାଉଛି, ଯାହା ପରିବେଶକୁ ଜୀବନ୍ତ କରିଦେଇଛି।

