ଅଶ୍ଳୀଳ ୱେବସାଇଟରେ ଜର୍ଜିଆ ମେଲୋନିଙ୍କ ଫଟୋ, ଖବର ପ୍ରସାରିତ ହେବା ପରେ…

ରୋମ,୩୦। ୮: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୁକ୍ରବାର ଏକ ପର୍ଣ୍ଣ ୱେବସାଇଟରେ ତାଙ୍କର ଏବଂ ଅନ୍ୟ ଅନେକ ମହିଳାଙ୍କର ବିକୃତ ଫଟୋ ପୋଷ୍ଟ କରାଯିବାକୁ କଡ଼ା ନିନ୍ଦା କରିଛନ୍ତି। ଏହାକୁ ସମାଲୋଚନା କରି ସେ କହିଛନ୍ତି ଯେ ସେ ଏଥିରେ ବିରକ୍ତ ଏବଂ ଯେଉଁମାନେ ଏହା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକୃତରେ, ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଭଉଣୀ ଆରିଆନା ମେଲୋନି, ବିରୋଧୀ ଦଳ ନେତା ଏଲି ସ୍କ୍ଲେନ, ପ୍ରଭାବଶାଳୀ ଚିଆରା ଫ୍ରେରାଗ୍ନି ଏବଂ ୟୁରୋପୀୟ ୟୁନିଅନ ସାଂସଦ ଆଲେକ୍ଜାଣ୍ଡ୍ରା ମୋରେଟିଙ୍କ ଫଟୋ ମଧ୍ୟ ଫିକା ନାମକ ଏକ ପ୍ଲାଟଫର୍ମରେ ମିଳିଛି। ଏହି ୱେବସାଇଟର ପ୍ରାୟ ୭ ଲକ୍ଷ ସବସ୍କ୍ରାଇବର୍‌ ଥିଲେ, କିନ୍ତୁ ଯେତେବେଳେ ବିବାଦ ବଢ଼ିଲା ଏବଂ ବ୍ୟବହାରକାରୀମାନେ ପ୍ଲାଟଫର୍ମର ଅପବ୍ୟବହାର କରୁଥିବା ଅଭିଯୋଗ ଆସିଲା ପରେ ୱେବସାଇଟର ପରିଚାଳକମାନେ ଗୁରୁବାର ପ୍ଲାଟଫର୍ମକୁ ବନ୍ଦ କରିଦେଇଛନ୍ତି।

ଏହି ୱେବସାଇଟର ନାମ ଇଟାଲୀୟ ଭାଷାରେ ଏକ ଅଶ୍ଳୀଳ ଭାଷା ଉପରେ ଆଧାରିତ, ଯାହା ବିଷୟରେ ଅନେକ ମହିଳା ଅଭିଯୋଗ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ୱେବସାଇଟ ଦୀର୍ଘ ସମୟ ଧରି କୌଣସି ଯାଞ୍ଚ ବିନା ଚାଲୁଥିଲା।

ୱେବସାଇଟରେ ପୋଷ୍ଟ ହୋଇଥିବା ଫଟୋଗୁଡ଼ିକୁ ମହିଳାଙ୍କ ଅନୁମତି ବିନା ବିକୃତ କରାଯାଇଥିଲା, ସେମାନଙ୍କ ଶରୀରର ଅଙ୍ଗଗୁଡ଼ିକୁ ଜୁମ କରାଯାଇଥିଲା ଏବଂ ମହିଳାମାନଙ୍କୁ ଆପତ୍ତିଜନକ ସ୍ଥିତିରେ ଯୌନ କାର୍ଯ୍ୟ କରୁଥିବା ଦେଖାଯାଇଥିଲା। ଏହା ବ୍ୟତୀତ, ମହିଳାଙ୍କ ଫଟୋରେ ଅନେକ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଯୋଡା ଯାଇଥିଲା। ହାଇ-ପ୍ରୋଫାଇଲ ମହିଳାଙ୍କ ବିକୃତ ଫଟୋଗୁଡ଼ିକୁ ୱେବସାଇଟରେ VIP ସେକ୍ସନରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ କାହାକୁ ଡରେନାହିଁ’: ଟ୍ରମ୍ପଙ୍କ ଟାରିଫ୍ ପରେ ଆମେରିକାକୁ ଏପରି କହିଥିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୪ା୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଭାରତ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri