୩ ମାସ ଯାଏ ହେବନି ଇନ୍‌ସଲଭେନ୍ସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇନ୍‌ସଭଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କାର୍ଯ୍ୟାନୁଷ୍ଠାନକୁ ଆଗାମୀ ୩ ମାସ ବାତିଲ ରଖିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ଏହି ପ୍ରକ୍ରିୟା ନ କରାଇବାକୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏହାକୁ ଆଉ ୩ ମାସ କୋହଳ କରାଯିବା ପରେ କମ୍ପାନୀଗୁଡିକୁ ଆଶ୍ୱସ୍ତି ମିଳିଥିବା ଜଣାପଡିଛି। ଅର୍ଥାତ୍‌ ଡିସେମ୍ବର ୨୪ ପରଠାରୁ କମ୍ପାନୀଗୁଡିକ ଲାଗି କୋହଳ ବ୍ୟବସ୍ଥା କରାଯାଇଥିବା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟିଫିକେଶନରେ କୁହାଯାଇଛି। ମାର୍ଚ୍ଚ ୨୪ ସୁଦ୍ଧା ଖିଲାପ ହୋଇଥିବା ମାମଲାଗୁଡିକ ଉପରେ ଏଭଳି କୋହଳ ସୀମା ଲାଗୁ ହୋଇପାରିବ। କରୋନା ମହାମାରୀ ପରେ କମ୍ପାନୀଗୁଡିକୁ ଆଶ୍ୱସ୍ତି ଦେବା ଲାଗି ସରକାର କର୍ପୋରେଟ୍‌ ଇନ୍‌ସଲଭେନ୍ସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା କ୍ଷେତ୍ରରେ ୬ ମାସର କୋହଳ ବ୍ୟବସ୍ଥା କରିଥିଲେ। ଏହି ଅବଧିରେ ଖିଲାପକାରୀ କମ୍ପାନୀଗୁଡିକ ଲାଗି କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସରକାର ପ୍ରଦାନ କରିଥିବା ୬ ମାସର ଅବଧି ଚଳିତ ମାସ ୨୪ରେ ଶେଷ ହୋଇଛି। ବର୍ତ୍ତମାନ ସରକାର ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି (ଆଇବିସି) ଆଇନରେ ସଂଶୋଧନ କରିଛନ୍ତି। ଏହାଦ୍ୱାରା ସରକାରଙ୍କୁ ଆଇବିସି ପ୍ରକ୍ରିୟାକୁ ସରକାର ଗୋଟିଏ ବର୍ଷ ସମୟସୀମା ମଧ୍ୟରେ ବଢ଼ାଇପାରିବେ। ମାର୍ଚ୍ଚ ୨୫ ପୂର୍ବରୁ ଯେଉଁମାନେ ଖିଲାପ କରିଛନ୍ତି ସେହି ମାମଲାଗୁଡିକ ଏଥିରେ ସାମିଲ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri