ବ୍ୟବସାୟୀଙ୍କୁ ପିଟିବା ମହଙ୍ଗା ପଡ଼ିଲା

ଫୁଲବାଣୀ ଅଫିସ/ଗୋପାଳପୁର(ଡି.ଏନ୍‌.ଏ.),୩ା୧୨: ଆଇନକୁ ଉଲ୍ଲଂଘନ କରି ଦାଦାଗିରି ଦେଖାଇବା ଗଞ୍ଜାମ ଜିଲା ଗୋପାଳପୁର ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଛି । ବିନା ଦୋଷରେ କନ୍ଧମାଳ ଜିଲା ରାଇକିଆର ଜଣେ ଯୁବ ବ୍ୟବସାୟୀଙ୍କୁ ମାଡମାରି ଲହୁଲୁହାଣ କରିବା ଅଭିଯୋଗରେ ଶୁକ୍ରବାର ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଥାନାଧିକାରୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ବ୍ୟବସାୟୀ ସୁମନ କୁମାର ସାହୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି।
ଗ୍ରାମର ସୁମନଙ୍କ ଏକ କପଡା ଦୋକାନ ବଜାରରେ ଅଛି। ସେ କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳର ମହିଳା ସ୍ମୃତିରେଖା ସାହୁଙ୍କ ନିକଟରୁ ପାଖାପାଖି ୪ ଲକ୍ଷ ଟଙ୍କା ଉଧାର ନେଇଥିଲେ। ସମୟ କ୍ରମେ ସୁଧ ସହ ମୂଳ ଟଙ୍କା ଅନ୍‌ଲାଇନ ଜରିଆରେ ସେ ଫେରାଇ ଦେଇଥିଲେ। ହେଲେ ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା କପିକୁ ସୁମନ ନେଇ ନ ଥିଲେ। ଏହାର ସୁଯୋଗ ନେଇ ସ୍ମୃତିରେଖା ପୁଣି ସୁମନଙ୍କୁ ଟଙ୍କା ଶୁଝିବା ଲାଗି ଚାପ ପକାଇ ଆସୁଥିଲେ। କୌଣସି ଟଙ୍କା ମୋତେ ଦେଇନ କହି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ସୁମନଙ୍କ ଦୋକାନରେ ପଶି ଡ୍ରେସ୍‌ ଫିଙ୍ଗିଦେଇଥିଲେ।
ପରେ ସୁମନ ନେଇଥିବା ଟଙ୍କା ଫେରସ୍ତ କରି ନ ଥିବା ନେଇ ସ୍ମୃତିରେଖା ଗୋପାଳପୁର ଥାନାରେ ଗତ ୨୭ ତାରିଖରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ.୨୪୮/୨୨ରେ ମାମଲା ରୁଜୁ କରିଥିଲା। ଗତ ୨୮ ତାରିଖ ରାତିରେ ଏକ ଘରୋଇ ଗାଡିରେ ଗୋପାଳପୁର ପୋଲିସ ରାଇକିଆ ଆସି ସୁମନ ଏବଂ ତାଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନଙ୍କୁ ଘରୁ ଉଠାଇ ନେଇଥିଲା ା ତା’ ପରଦିନ ସକାଳ ପ୍ରାୟ ୯ଟା ପରେ ଥାନାଧିକାରୀ ପହଞ୍ଚତ୍ ନିଜର ଦାଦାଗିରି ଆରମ୍ଭ କରିଥିଲେ। ଟଙ୍କା କାହିଁ ଦେଉନୁ ା ଆଜି ଟଙ୍କା ଦେ କହି ସୁମନଙ୍କୁ ନିସ୍ତୁକ ପିଟିଥିଲେ। ଟଙ୍କା ଫେରାଇ ଥିବାର ସମସ୍ତ ପ୍ରମାଣପତ୍ର ଅଛି ବୋଲି ସୁମନ କହିଥିଲେ ମଧ୍ୟ ଥାନାଧିକାରୀ ତାଙ୍କ କଥା ଶୁଣି ନ ଥିଲେ। ଘର ଲୋକେ ଥାନାରେ ପହଞ୍ଚତ୍ଥିଲେ ବି ସେମାନଙ୍କୁ ଦେଖା କରିବାର ସୁଯୋଗ ଦେଇ ନ ଥିଲେ ା ୨୯ ତାରିଖରେ ଟଙ୍କା ଫେରାଇବାକୁ କହି ଛାଡିଥିଲେ। ପରିବାର ଲୋକେ ସୁମନଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏ ନେଇ ଶୁକ୍ରବାର ସୁମନ ଏବଂ ତାଙ୍କ ସ୍ତ୍ରୀ ଫୁଲବାଣୀ ପ୍ରେସ୍‌ କ୍ଲବରେ ଏକ ଖବରଦାତା ସମ୍ମିଳନୀ କରି ନ୍ୟାୟ ଭିକ୍ଷା କରିଛନ୍ତି। ସେପଟେ ସୁମନଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଗୋପାଳପୁର ଥାନାଧିକାରୀ ଖମାରୀ ଏବଂ ସ୍ମୃତିରେଖା ସାହୁଙ୍କ ନାମରେ ନଂ.୧୨୨/୨୨ରେ ମାମଲା ରୁଜୁ ହୋଇଥିବା ନେଇ ରାଇକିଆ ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଗୋପାଳପୁର ଥାନାଧିକାରୀ ଖମାରୀ ପୂର୍ବରୁ ରାଇକିଆ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତେବେ ସ୍ମୃତିରେଖା ରାଇକିଆ ଥାନାରେ ଅଭିଯୋଗ ନ କରି କିଭଳି ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣା ପରେ ମେରାଇନ ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri