ବ୍ୟବସାୟୀଙ୍କୁ ପିଟିବା ମହଙ୍ଗା ପଡ଼ିଲା

ଫୁଲବାଣୀ ଅଫିସ/ଗୋପାଳପୁର(ଡି.ଏନ୍‌.ଏ.),୩ା୧୨: ଆଇନକୁ ଉଲ୍ଲଂଘନ କରି ଦାଦାଗିରି ଦେଖାଇବା ଗଞ୍ଜାମ ଜିଲା ଗୋପାଳପୁର ଥାନାଧିକାରୀଙ୍କୁ ମହଙ୍ଗା ପଡ଼ିଛି । ବିନା ଦୋଷରେ କନ୍ଧମାଳ ଜିଲା ରାଇକିଆର ଜଣେ ଯୁବ ବ୍ୟବସାୟୀଙ୍କୁ ମାଡମାରି ଲହୁଲୁହାଣ କରିବା ଅଭିଯୋଗରେ ଶୁକ୍ରବାର ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଥାନାଧିକାରୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ବ୍ୟବସାୟୀ ସୁମନ କୁମାର ସାହୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି।
ଗ୍ରାମର ସୁମନଙ୍କ ଏକ କପଡା ଦୋକାନ ବଜାରରେ ଅଛି। ସେ କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳର ମହିଳା ସ୍ମୃତିରେଖା ସାହୁଙ୍କ ନିକଟରୁ ପାଖାପାଖି ୪ ଲକ୍ଷ ଟଙ୍କା ଉଧାର ନେଇଥିଲେ। ସମୟ କ୍ରମେ ସୁଧ ସହ ମୂଳ ଟଙ୍କା ଅନ୍‌ଲାଇନ ଜରିଆରେ ସେ ଫେରାଇ ଦେଇଥିଲେ। ହେଲେ ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା କପିକୁ ସୁମନ ନେଇ ନ ଥିଲେ। ଏହାର ସୁଯୋଗ ନେଇ ସ୍ମୃତିରେଖା ପୁଣି ସୁମନଙ୍କୁ ଟଙ୍କା ଶୁଝିବା ଲାଗି ଚାପ ପକାଇ ଆସୁଥିଲେ। କୌଣସି ଟଙ୍କା ମୋତେ ଦେଇନ କହି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ସୁମନଙ୍କ ଦୋକାନରେ ପଶି ଡ୍ରେସ୍‌ ଫିଙ୍ଗିଦେଇଥିଲେ।
ପରେ ସୁମନ ନେଇଥିବା ଟଙ୍କା ଫେରସ୍ତ କରି ନ ଥିବା ନେଇ ସ୍ମୃତିରେଖା ଗୋପାଳପୁର ଥାନାରେ ଗତ ୨୭ ତାରିଖରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ନଂ.୨୪୮/୨୨ରେ ମାମଲା ରୁଜୁ କରିଥିଲା। ଗତ ୨୮ ତାରିଖ ରାତିରେ ଏକ ଘରୋଇ ଗାଡିରେ ଗୋପାଳପୁର ପୋଲିସ ରାଇକିଆ ଆସି ସୁମନ ଏବଂ ତାଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନଙ୍କୁ ଘରୁ ଉଠାଇ ନେଇଥିଲା ା ତା’ ପରଦିନ ସକାଳ ପ୍ରାୟ ୯ଟା ପରେ ଥାନାଧିକାରୀ ପହଞ୍ଚତ୍ ନିଜର ଦାଦାଗିରି ଆରମ୍ଭ କରିଥିଲେ। ଟଙ୍କା କାହିଁ ଦେଉନୁ ା ଆଜି ଟଙ୍କା ଦେ କହି ସୁମନଙ୍କୁ ନିସ୍ତୁକ ପିଟିଥିଲେ। ଟଙ୍କା ଫେରାଇ ଥିବାର ସମସ୍ତ ପ୍ରମାଣପତ୍ର ଅଛି ବୋଲି ସୁମନ କହିଥିଲେ ମଧ୍ୟ ଥାନାଧିକାରୀ ତାଙ୍କ କଥା ଶୁଣି ନ ଥିଲେ। ଘର ଲୋକେ ଥାନାରେ ପହଞ୍ଚତ୍ଥିଲେ ବି ସେମାନଙ୍କୁ ଦେଖା କରିବାର ସୁଯୋଗ ଦେଇ ନ ଥିଲେ ା ୨୯ ତାରିଖରେ ଟଙ୍କା ଫେରାଇବାକୁ କହି ଛାଡିଥିଲେ। ପରିବାର ଲୋକେ ସୁମନଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏ ନେଇ ଶୁକ୍ରବାର ସୁମନ ଏବଂ ତାଙ୍କ ସ୍ତ୍ରୀ ଫୁଲବାଣୀ ପ୍ରେସ୍‌ କ୍ଲବରେ ଏକ ଖବରଦାତା ସମ୍ମିଳନୀ କରି ନ୍ୟାୟ ଭିକ୍ଷା କରିଛନ୍ତି। ସେପଟେ ସୁମନଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଗୋପାଳପୁର ଥାନାଧିକାରୀ ଖମାରୀ ଏବଂ ସ୍ମୃତିରେଖା ସାହୁଙ୍କ ନାମରେ ନଂ.୧୨୨/୨୨ରେ ମାମଲା ରୁଜୁ ହୋଇଥିବା ନେଇ ରାଇକିଆ ଥାନାଧିକାରୀ ରମାକାନ୍ତ ପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଗୋପାଳପୁର ଥାନାଧିକାରୀ ଖମାରୀ ପୂର୍ବରୁ ରାଇକିଆ ଥାନାଧିକାରୀ ଭାବେ କାର୍ଯ୍ୟରତ ଥିଲେ। ତେବେ ସ୍ମୃତିରେଖା ରାଇକିଆ ଥାନାରେ ଅଭିଯୋଗ ନ କରି କିଭଳି ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣା ପରେ ମେରାଇନ ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri