Posted inଜାତୀୟ

ଘୋଷଣା ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ସମୟ

ଅଯୋଧ୍ୟା,୨୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ରେ, ଅଭିଜିତ ମୁହୁର୍ତ୍ତ ମୃଗଶିରା ନକ୍ଷତ୍ରରେ ରାତି ୧୨ଟା ୨୦ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏହି କାର୍ଯ୍ୟକୁ ଏକ ଆନ୍ତର୍ଜାତୀୟ ରୂପ ଦେବା ପାଇଁ ରବିବାର ସାକେତ ନିଳୟମଠାରେ ସଂଘ ପରିବାରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାରୋହର ଅଭିଯାନକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରି ପ୍ରସ୍ତୁତି ଅଗ୍ରଗତି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାର ପ୍ରଥମ ପର୍ଯ୍ୟାୟ ରବିବାରଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ପର୍ଯ୍ୟନ୍ତ ଚାଲିବ। ଏଥିରେ, କାର୍ଯ୍ୟର ଆକ୍ସନ ପ୍ଲାନର ଏକ ବାହ୍ୟରେଖା ପ୍ରସ୍ତୁତ ହେବ। ଏଥିପାଇଁ ଛୋଟ ସଞ୍ଚାଳନ ସମିତି ଗଠନ କରାଯିବ। ଜିଲା ତଥା ବ୍ଲକ ସ୍ତରରେ ପ୍ରତ୍ୟେକ ୧୦ଜଣିଆ ଗୋଷ୍ଠୀ ଗଠନ କରିବାକୁ ସହମତି ପ୍ରକାଶ ପାଇଛି।
ମନ୍ଦିର ଆନ୍ଦୋଳନର କରସେବକଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯିବ। ଗୋଷ୍ଠୀଗୁଡିକ ୨୫୦ ସ୍ଥାନରେ ବୈଠକ କରିବେ ଏବଂ ଏହି କାର୍ଯ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଜଡିତ କରିବାକୁ ଆବେଦନ କରିବେ। ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ଏଥିରେ ଦ୍ୱାର-ଦ୍ୱାର ଯୋଗାଯୋଗ ଯୋଜନା ଅଧୀନରେ ୧୦କୋଟି ପରିବାରରେ ପୂଜାପାଠ ହୋଇଥିବା ଅକ୍ଷତ, ରାମଲଲାଙ୍କ ପ୍ରତିମାର ଏକ ଫଟୋ ଏବଂ ଲିଫଲେଟ ଦିଆଯିବ।
ଏହା ମାଧ୍ୟମରେ ଲୋକମାନେ ଉତ୍ସବ ଦିନ ଦିପୋତ୍ସବ ପାଳନ କରିବାକୁ ନିବେଦନ କରିବେ। ଜାନୁଆରୀ ୨୨କୁ ତୃତୀୟ ପର୍ଯ୍ୟାୟରେ ରଖାଯାଇଛି । ସେହି ଦିନ ଏପରି ପରିବେଶ ସୃଷ୍ଟି ହେବ ଯେ ସାରା ଦେଶରେ ଉତ୍ସବ ପାଳନ ହେବ ଏବଂ ପ୍ରତ୍ୟେକ ଘରେ ରୀତିନୀତି ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟରେ ସାରା ଦେଶରେ ଭକ୍ତମାନଙ୍କୁ ରାମଲଲାଙ୍କ ଦର୍ଶନ ଯୋଗାଇବାର ଯୋଜନା ରହିଛି। ଏହି ପର୍ଯ୍ୟାୟ ଗଣତନ୍ତ୍ର ଦିବସରୁ ଆରମ୍ଭ ହୋଇ ୨୨ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ପ୍ରଦେଶବ୍ୟାପି ପରିଚାଳିତ ହେବ। ୩୧ ଜାନୁୟାରୀ ଏବଂ ୧ ଫେବୃୟାରୀରେ ଅବଧ ପ୍ରଦେଶର କର୍ମୀଙ୍କୁ ଦର୍ଶନ ଦେବା ପାଇଁ ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri