ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ ଘରେ IT ରେଡ

ନୂଆପଡ଼ା,୯ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା ଏବଂ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଓ ବିଜେଡି ମୁଖିଆ ରୋଡ ଶୋ କରି ନିଜ ନିଜ ଦଳର ବଳ ଦେଖାଇଛନ୍ତି।

ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଖରିଆର ରୋଡରେ ବିଶିଷ୍ଟ ବ୍ୟବସାୟୀ ଅଙ୍କିତ ସିଂହାଣିଆଙ୍କ ଘରେ IT ରେଡ ହୋଇଛି। ବ୍ୟବସାୟୀ ଅଙ୍କିତ କିଛି ଦିନ ହେଲା କଂଗ୍ରେସ ଲିଙ୍କରେ ଥିବା ବଡ଼ ସୂଚନା ମିଳିଛି।

ଏପରିକି କିଛି ଦିନତଳେ ନୂଆପଡ଼ା ଖରିଆର ରୋଡରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ IT ରେଡ ହୋଇଥିଲା। ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Share