ଟାଟା କନସଲଟାନ୍ସି ସର୍ଭିସେସର ୧୨,୦୦୦ରୁ ଅଧିକ କର୍ମଚାରୀ ଛଟେଇ! ଆଇଟି ମନ୍ତ୍ରଣାଳୟର କଡ଼ା ନଜର

ନୂଆଦିଲ୍ଲୀ,୨୮।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ୱାରା ୧୨,୨୬୧ କର୍ମଚାରୀ, ଅର୍ଥାତ୍‌ ବିଶ୍ୱବ୍ୟାପୀ କର୍ମଚାରୀଙ୍କ ୨ ପ୍ରତିଶତଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିବିଡ଼ ନଜର ରଖିଛି। ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଏହି ପରିସ୍ଥିତିର କାରଣ ବୁଝିବା ପାଇଁ ଟିସିଏସ ସହ ଯୋଗାଯୋଗରେ ରହିଛି।

ମନ୍ତ୍ରଣାଳୟ ରୋଜଗାର ବୃଦ୍ଧିକୁ ପ୍ରାଥମିକତା ଦେଉଛି ଏବଂ ଏମ୍ପ୍ଲୟମେଣ୍ଟ ଲିଙ୍କଡ୍‌ ଇନସେଣ୍ଟିଭ ଭଳି ଯୋଜନା ମାଧ୍ୟମରେ ନୂଆ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି। ଏହା ସହ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ପୁନଃଦକ୍ଷତା ପାଇଁ ଜୋର ଦିଆଯାଉଛି। ଟିସିଏସର ଏହି ଛଟେଇ ନିଷ୍ପତ୍ତି ମୁଖ୍ୟତଃ ମଧ୍ୟମ ଓ ବରିଷ୍ଠ ଶ୍ରେଣୀର କର୍ମଚାରୀଙ୍କୁ ପ୍ରଭାବିତ କରିବ।

ଟିସିଏସର ବିବୃତି ଅନୁଯାୟୀ, ୩୦ ଜୁନ ୨୦୨୫ ସୁଦ୍ଧା କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ୬,୧୩,୦୬୯ ଥିଲା, ଯାହା ଏପ୍ରିଲ-ଜୁନ ତ୍ରୈମାସିକରେ ୫,୦୦୦ ବୃଦ୍ଧି ପାଇଥିଲା। କମ୍ପାନୀ କହିଛି ଯେ, ଏହି ଛଟେଇ “ଭବିଷ୍ୟତ-ପ୍ରସ୍ତୁତ ସଂଗଠନ” ହେବାର ରଣନୀତିର ଅଂଶ। ଏହା ନୂତନ ପ୍ରଯୁକ୍ତି, ଏଆଇ ପ୍ରୟୋଗ, ବଜାର ସମ୍ପ୍ରସାରଣ ଓ କର୍ମଚାରୀ ମଡେଲ ପୁନର୍ଗଠନ ଉପରେ କେନ୍ଦ୍ରୀଭୂତ। ଟିସିଏସ ପ୍ରଭାବିତ କର୍ମଚାରୀଙ୍କୁ ଉପଯୁକ୍ତ ସୁବିଧା, ରିପ୍ଲେସମେଣ୍ଟ, ପରାମର୍ଶ ଓ ସମର୍ଥନ ଯୋଗାଇବ ବୋଲି କହିଛି।

ମନ୍ତ୍ରଣାଳୟ ଏହି ଛଟେଇର କାରଣ ଅନୁସନ୍ଧାନ କରୁଛି ଏବଂ ଏହାର ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri