କରୋନା ସଂକ୍ରମଣକୁ ରୋକିବା ସମ୍ଭବ: ମୁମ୍ବାଇର ଧରାବି ମଡ଼େଲକୁ ପ୍ରଶଂସା

ଜେନେଭା, ୧୧।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ରୋକିବା ସମ୍ଭବ। ଏଥିପାଇଁ ମୁମ୍ବାଇର ଧରାବି ଅଞ୍ଚଳରେ ଗ୍ରହଣ କରାଯାଇଥିବା ମଡ଼େଲକୁ ଡବ୍ଲ୍ୟୁଏଚ୍‌ଓ ପ୍ରଶଂସା କରିଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଏଡନୋମ୍‌ ଗ୍ରେବେୟେସସ୍‌ ଏଡ଼େି ସୂଚନା ଦେଇଛନ୍ତି। ଧରାବିର ଜନସଂଖ୍ୟା ସାନ୍ଦ୍ରତା ଅଧିକ। ମାତ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ ଦ୍ୱାରା ଏଠାରେ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିଛି। ସେହିପରି ଇଟାଲୀ, ସ୍ପେନ୍‌, ଦକ୍ଷିଣ କୋରିଆ ଆଦି ଦେଶରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବେଶ୍‌ ଦୃଷ୍ଟାନ୍ତ ମୂଳକ ବୋଲି ସେ କହିଛନ୍ତି। ଯେଉଁ ସବୁ ସ୍ଥାନରେ ଲକ୍‌ଡାଉନ୍‌ କଟକଣା ହଟୁଛି ସେଠାରେ କରୋନା ସଂକ୍ରମଣ ବଢୁଥିବା ସେ ସୂଚନା ଦେଇଛନ୍ତିି। ଅଧିକ ଜନସଂଖ୍ୟା ସାନ୍ଦ୍ରତା ଥିବା ଅଞ୍ଚଳରେ ସଂକ୍ରମଣ ରୋକା ଗଲେ କରୋନା ନିୟନ୍ତ୍ରଣ ସମ୍ଭବ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର କୋଟି, ୨୬ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୯ ହଜାର ଟପିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩।୧୨: ଦୀର୍ଘ ୧୮ ବର୍ଷ ତଳେ ଅର୍ଥାତ୍‌ ୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ତୁମେ ମୋ ଜୀବନ ବଦଳାଇ ଦେଲ’

ନୂଆଦିଲ୍ଲୀ,୨ା୧୨: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ୩୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ର ପେଜ୍‌ରେ ତାଙ୍କର କିଛି ପୁରୁଣା...

ଦିଲ୍ଲୀ ଗୁରୁଦ୍ୱାରରେ ପ୍ରସାଦ ବଦଳରେ ବଣ୍ଟାଯିବ ଚାରା

ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍‌ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର...

ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ

ବେଙ୍ଗାଲୁରୁ,୨୧ ।୭: ଭାରତୀୟ ନୌସେନାର ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟରେ ପୁଣିଥରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ବୁଧବାର କର୍ନାଟକର ବ୍ୟବସାୟୀକ ବନ୍ଦର ନିକଟରେ...

କରୋନା କବଳରେ ରାଜ୍ୟର ୨୨ ଜିଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରବିବାର ୯୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ...

‘ସ୍ମାଇଲ୍‌ ପ୍ଲିଜ’! ଲ୍ୟାଣ୍ଡର ‘ବିକ୍ରମ’ର ଫଟୋ ଉଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ,୩୦।୮: ଚନ୍ଦ୍ରାୟନ ୩ ମିଶନର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ବିକ୍ରମର ଫଟୋ ଉଠାଇଛି। ଇସ୍ରୋ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି। ଫଟୋ...

ଗୋଟିଏ ଦିନରେ ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଲା

ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଆଦାନୀ ମାମଲାରେ ଚୂଡ଼ାନ୍ତ ସିଦ୍ଧାନ୍ତରେ ପହଞ୍ଚିବାରେ ସେବି ଅକ୍ଷମତା ଦର୍ଶାଉଛି: କଂଗ୍ରେସର ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ : ଆଦାନୀ ଗ୍ରୁପ ଏବଂ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ମାମଲାରେ ସେବି ସୁପ୍ରିମକୋର୍ଟରେ ଏହାର ସ୍ଥିତି ରିପୋର୍ଟ ଦାଖଲ କରିଛି। ଅନ୍ୟପକ୍ଷରେ, ୨୫...

Advertisement
Archives

Model This Week