ମାଲିକ ନ ଥିବା ବେଳେ ରତ୍ନଭଣ୍ଡାର ଖୋଲିବା ଠିକ୍‌ ନୁହେଁ

ପୁରୀ, ୧୬ା୭(ଅଜିତ୍‌ କୁମାର ମହାନ୍ତି):ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପି ଅନୁସରଣ କରାଯାଇଥିଲା। ତେବେ ଭିତର ରତ୍ନଭଣ୍ଡାର ତାଲା ଜିଲା ଟ୍ରେଜେରିରୁ ଆସିଥିବା ଚାବିରେ ନ ଖୋଲିବାରୁ ଏସ୍‌ଓପି ଅନୁଯାୟୀ ଉକ୍ତ ତାଲାକୁ କଟାଯାଇ ନୂତନ ତାଲା ପକାଯାଇଛି। ଅପରପକ୍ଷରେ ସମୟ ଅଭାବ କାରଣରୁ ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ କମିଟି ଅନୁଧ୍ୟାନ ନ କରି ରଥ ପରେ ଏକ ବୈଠକ କରି ଅନ୍ୟ ଏକ ତାରିଖରେ ଭିତର ରନତ୍ଭଣ୍ଡାର ତଦାରଖ କରାଯିବା ସହ ଅଳଙ୍କାରଗୁଡିକ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଫଳରେ କବାଟରେ ନୂତନ ତାଲା ପକାଇ ସିଲ୍‌ କରାଯାଇଛି। ତେବେ ଏନେଇ ବିିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ।
ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁ୍‌ଙ୍କ ରଥଯାତ୍ରା ପରେ ଖୁବ୍‌ଶୀଘ୍ର ଭିତର ରତ୍ନଭଣ୍ଡାର ଖୋଲିବ ଓ ଅଳଙ୍କାର ସ୍ଥାନାନ୍ତର ନେଇ ତାରିଖ ଘୋଷଣା ହେବ। ଅଳଙ୍କାର ସ୍ଥାନାନ୍ତର ହେବା ପରେ ଗଣତି ମଣତି କରାଯିବ। ଏହା ପରେ ତଦନ୍ତ କରାଯିବା ନେଇ ଆଲୋଚନା କରାଯିବ। ଡୁପ୍ଲିକେଟ ଚାବି କେଉଁଠାରୁ ଆସିଲା, ତାହା ତଦନ୍ତସାପେକ୍ଷ ଓ କାହଁିକି ଡୁପ୍ଲିକେଟ ଚାବି କୁହାଯାଉଥିଲା ତାହା ମଧ୍ୟ ଯାଞ୍ଚ କରାଯିବା ଦରକାର । କାରଣ ତାଲାକୁ ଦେଖିଲେ ସେ ଚାବି ଆକାର ଠିକ୍‌ ନ ଥିଲା, ଯାହା ଦେଖିବା ମାତ୍ରେ ଜଣାପଡୁଥିଲା କି ସେହି ତାଲାର ଚାବି ତାହା ନୁହେଁ । ତେବେ ଏ ଘଟଣାର ତଦନ୍ତ ହେବା ପରେ ସମସ୍ତ ଘଟଣା ଜଣାପଡ଼ିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରି କହିଛନ୍ତି।
ତାଲା ନ ଖୋଲିବା ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି, ଦୀର୍ଘବର୍ଷ ହେବ ତାଲା ଖୋଲା ହୋଇ ନ ଥିଲା, ଯାହାଫଳରେ ତାଲାରେ ଜଙ୍କ୍‌ ଲାଗିଯାଇଥାଇପାରେ। ତେଣୁ ଉକ୍ତ ଚାବିରେ ତାଲା ଖୋଲି ନ ଥାଇପାରେ। ସେ ନେଇ ସରକାର ସ୍ପଷ୍ଟୀକରଣ ଦେବେ। ଚାବିକୁ ନେଇ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଚାବି ଗଲା କୁଆଡ଼େ । ତେବେ ପିତଳ ତାଲା ହୋଇଥିଲେ ଜଙ୍କ୍‌ ଲାଗିବା କଥା ନୁହେଁ। ସେତେବେଳେ ପିତଳର ବ୍ୟବହାର ବହୁତ ରହିଥିଲା। ତେବେ ସମସ୍ତ ତାଲା ଓ ଚାବି ଉପରେ ନମ୍ବର ରହିଥାଏ। ତେଣୁ ରତ୍ନଭଣ୍ଡାର ଚାବି ଓ ତାଲାରେ ନମ୍ବର ଥିବ। କିଏ ସତ କହୁଛନ୍ତିି କିଏ ମିଛି କହୁଛନ୍ତି; କିନ୍ତୁ ମହାପ୍ରଭୁଙ୍କ ରନତ୍ ଅଳଙ୍କାର ସୁରକ୍ଷିତ ରହୁ। ଜନସାଧାରଣଙ୍କ ସନ୍ଦେହକୁ ମୋଚନ କରିବା ସରକାରଙ୍କ ଦାୟିତ୍ୱ। ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବା ଆବଶ୍ୟକ। ମହାପ୍ରଭୁ ହେଉଛନ୍ତି ଭକ୍ତ ଓ ଜନସାଧାରଣଙ୍କ ଠାକୁର। ତେଣୁ ଭକ୍ତଙ୍କ ପ୍ରଶ୍ନର ସମାଧାନ କରାଯାଉ। କାହଁିକି ଉକ୍ତ ଚାବିରେ ତାଲା ଖୋଲିଲାନି, ତାହାର ସ୍ପଷ୍ଟୀକରଣ ଆବଶ୍ୟକତା ରହିଛି ବୋଲି ରଥଶର୍ମା କହିଛନ୍ତି।
ରତ୍ନଭଣ୍ଡାର ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ଦେବାନନ୍ଦ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁ୍‌ଙ୍କ ଜିନିଷରେ ଯିଏ ହାତ ମାରେ ତାହାର କୁଳନାଶ ହୋଇଥାଏ। ମହାପ୍ରଭୁ ଖେଳଘର ନୁହନ୍ତି। ରତ୍ନଭଣ୍ଡାର ଖୋଲିବା ନିମନ୍ତେ ସରକାର ଆଗରୁ କହିଥିଲେ, ଖୋଲିଲେ କିଛି ଅସୁବିଧା ନାହିଁ। ତେବେ ଘରେ ମାଲିକ ନ ଥିବା ବେଳେ ଖୋଲିଲେ। ଯଦି ବି ଖୋଲିଲେ, ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆଣିବା ପରିବର୍ତ୍ତେ ଶ୍ରୀମନ୍ଦିରରେ ଥିବା ଲୋକନାଥଙ୍କ ନିକଟରେ ପୂଜାଅର୍ଚ୍ଚନା କରି ଖୋଲିଥିଲେ ହେଇଥାନ୍ତା। ତେବେ ଏନେଇ ପରେ ଶ୍ରୀମନ୍ଦିର ଭିତରେ ଆଲୋଚନା ହେବ। ତେବେ ବର୍ତ୍ତମାନ ବାହାର ଓ ଭିତର ଭଣ୍ଡାର ଖୋଲା ହୋଇଛି। ଭିତର ରତ୍ନଭଣ୍ଡାରର ଚାବି କଟାଯାଇଛି। ଦେଖାଯାଇଛି ଅଳଙ୍କାର ଥୁଆ ହୋଇଛି। ପୂର୍ବଥର ୭୦ ଦିନ ଲାଗିଥିଲା, ଚଳିତଥର ମଧ୍ୟ ସମୟ ଲାଗିବ। ତେବେ ଚାବି ହଜିବା ଏକ ପ୍ରହସନ। ବହୁତ ଦିନ ତାଲା ପଡ଼ିି ରହିଲେ ପୁରୁଣା ଚାବିରେ ତାଲା ଖୋଲି ନ ଥାଏ। ପିତଳ ତାଲା ହେଲେ ବି ଜଙ୍କ୍‌ ଲାଗିବ। ତେବେ କେହି ଦେଖିନାହାନ୍ତି ତାଲା ପିତଳ କି ଲୁହା। ଏସ୍‌ଓପି ଅନୁଯାୟୀ ତାଲା ଭଙ୍ଗାଯାଇଛି। ଆସ୍ତେ ଆସ୍ତେ ଗଣନ୍ତି ହେବ, ଯାହାଫଳରେ ମହାପ୍ରଭୁଙ୍କ ଯେଉଁ ଜିନିଷ ଅଛି ତାହା ଲୋକଲୋଚନକୁ ଆସିବା ଆବଶ୍ୟକ। ତେବେ ଘର ମାଲିକ ନ ଥିବା ବେଳେ ରତ୍ନଭଣ୍ଡାର ଖୋଲିବା ଠିକ୍‌ ନୁହେଁ ବୋଲି ଦାସ ମହାପାତ୍ର କହିଛନ୍ତି।
ରତ୍ନଭଣ୍ଡାର ସମ୍ପର୍କରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଖୋଲାହେବା ସ୍ବାଗତଯୋଗ୍ୟ। ଖାଲି ଖୋଲିଦେଲେ ହେବନି। ପୂର୍ବରୁ ଅନେକ ଥର ଖୋଲା ହୋଇଛି ଏବଂ ଗଣତି ମଣତି ହୋଇଛି। ଏଥର କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଗଣତି ମଣତିି ହେବ। ରତ୍ନଭଣ୍ଡାର ମଧ୍ୟରେ କ’ଣ ରହିଛି, କ’ଣ ନାହିଁ ତାହାର ଅନୁଧ୍ୟାନ ହେଉ। ମରାମତି କରାଯାଉ। ସରକାର ଚାହଁିଲେ ସବୁ ହୋଇପାରିବ। ସରକାର ସମ୍ପୂର୍ଣ୍ଣ ଭାବରେ ମରାମତି କରନ୍ତୁ। ତେବେ ୧୦୦ ବର୍ଷ ତଳେ ମହାପ୍ରଭୁ ରଘୁନାଥ ବେଶ ହୋଇଥିଲେ। ମହାପ୍ରଭୁଙ୍କୁ ୧୦୦ ମହଣ ସୁନା ଲାଗି ହୋଇଥିଲା। ସେ ସୁନା କ’ଣ ହେଲା ସେ ସବୁ ଗଣତି ହେଲେ ଜଣାପଡ଼ିବ ବୋଲି ସ୍ବାଇଁ ମହାପାତ୍ର କହିଛନ୍ତି।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସେ ପୂର୍ବରୁ ଦାବି କରି ଆସୁଛନ୍ତି କି ରତ୍ନଭଣ୍ଡାରରୁ ଅଳଙ୍କାର ସବୁ ଚୋରି ହୋଇଯାଇଛି। ତାହା ପ୍ରମାଣିତ ହୋଇଛି। ତେଣୁ ସରକାର ରତ୍ନଭଣ୍ଡାର ଖୋଲିଲେ ମାତ୍ର ତା’ ଭିତରେ ଅଳଙ୍କାର ନ ଥିବା ଜାଣିପାଣି ପୁରୁଣା ତାଲା କାଟି ନୂତନ ତାଲା ପକାଇ ପଳାଇ ଆସିଛନ୍ତି। ରତ୍ନଭଣ୍ଡାର ନେଇ ସେନା ପୂର୍ବରୁ ସିବିଆଇ ତଦନ୍ତ ଦାବି କରିଆସିଛି। ତେବେ ରତ୍ନଭଣ୍ଡାର ନେଇ ସେନା ପକ୍ଷରୁ ମଙ୍ଗଳବାର ସିଂହଦ୍ୱାର ଥାନାରେ ଏକ ଅଭିଯୋଗ ଦାଖଲ କରାଯିବ ବୋଲି ସେ କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ରତ୍ନଭଣ୍ଡାର ଖୋଲା ସରିଛି । ରାଜ୍ୟ ସରକାରଙ୍କ ଏସ୍‌ଓପି ବା ମାର୍ଗଦର୍ଶିକା ଅନୁଯାୟୀ କରାଯାଇଛି। ଭିଡିଓଗ୍ରାଫି କରାଯାଇଛି। କୌଣସି ବ୍ୟତିକ୍ରମ କରାଯାଇନାହିଁି। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ ନିୟମକାନୁନ ଅନୁଯାୟୀ କରାଯାଇଛି। ଟ୍ରେଜେରିରୁ ଚାବି ଆସିଥିଲା। ତେବେ ଭିତର ରତ୍ନଭଣ୍ଡାରରେ ତିନିଗୋଟି ତାଲା ଲାଗିଥିଲା। ସେଥିମଧ୍ୟରୁ ଗୋଟିଏ ମୁଦ ହୋଇଥିଲା ଓ ଅନ୍ୟ ଦୁଇଟି ମୁଦ ନ ଥିଲା। ମାତ୍ର ତିନିଟିଯାକ ତାଲା ଲକ୍‌ ଥିଲା । କିନ୍ତୁ ଉକ୍ତ ଚାବିରେ ତାଲା ନ ଫିଟିବାରୁ ଏସ୍‌ଓପି ଅନୁଯାୟୀ ସିଲ୍‌ କଟାଯାଇ ତାଲା ଭଙ୍ଗାଯାଇଥିଲା। ପରେ ଦୁଇଟି ତାଲା ପକାଯାଇ ସିଲ୍‌ କରାଯାଇଛି ଓ ଚାବିକୁ ଜିଲା ଟ୍ରେଜେରିରେ ରଖାଯାଇଛି ବୋଲି ମୁଖ୍ୟ ପ୍ରଶାସକ ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri