Posted inଜାତୀୟ

ୟୁକ୍ରେନ୍‌ରେ ପାଠପଢ଼ି ଭାରତରେ ଡାକ୍ତର ହେବା ନୁହେଁ ସହଜ, ପାଠପଢ଼ା ଶସ୍ତା-ସ୍ବଦେଶରେ ଚାକିରି ପାଇଁ ହିନସ୍ତା…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ କିଭଳି ଏୟାର ଲିଫ୍ଟ କରାଯିବ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତି ଉପରେ ଭାରତ ସରକାର ନିରନ୍ତର ନଜର ରଖିଛନ୍ତି। ଅଧିକାଂଶ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ମେଡିସିନ ଏବଂ ଇଞ୍ଜିନିୟରିଂ ପଢୁଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସେଠାରେ ରହୁଥିବା ନାଗରିକମାନଙ୍କୁ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସରେ ପଞ୍ଜିକୃତ କରିବାକୁ କହିଛି, ଯାହାଫଳରେ ଆବଶ୍ୟକ ହେଲେ ସେମାନଙ୍କୁ ଶୀଘ୍ର ସାହାଯ୍ୟ କରାଯାଇପାରିବ।

ଏଠାରେ ହୁଏତ କେତେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ ଯେ ୟୁକ୍ରେନରେ ଅସ୍ଥିରତା ସତ୍ତ୍ୱେ ମଧ୍ୟ ବହୁ ସଂଖ୍ୟକ ଭାରତୀୟ ଛାତ୍ରୀଛାତ୍ର ସେଠାକୁ ଯାଆନ୍ତି କାହିଁକି? ଏବେ ମଧ୍ୟ ଭାରତ ଭଳି ଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଭଲ ରୋଜଗାରର ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଭାରତରେ ୬୦୦ ମେଡ଼ିକାର କଲେଜରେ କେବଳ ୧.୫ ଲକ୍ଷ ଏମ୍‌ବିବିଏସ୍‌ ସିଟ୍‌ ଅଛି।

୨୦୨୧ ରେ ମେଡିକାଲ ପ୍ରବେଶିକା ପରୀକ୍ଷା, ଏନ୍‌ଇଇଟି ରେ ୧୬ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ତେଣୁ ଭାରତରେ ୧୪.୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କ ଡାକ୍ତର ହେବାର ସ୍ବପ୍ନ ପୂରଣ ହୋଇ ପାରି ନଥିଲା। ପ୍ରତିବର୍ଷ ଏଭଳି ବହୁ ଛାତ୍ରୀଛାତ୍ର ମେଡ଼ିକାଲ ପଢ଼ିବାରୁ ବଞ୍ଚିତ ହୋଇଥାନ୍ତି। ଡାକ୍ତର ହେବାର ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ ଏବଂ ଅନ୍ୟ ଦେଶକୁ ପାଠ ପଢ଼ିବାକୁ ଯାଇଥାନ୍ତି। ଏହାର ଅନ୍ୟ ଏକ କାରଣ ହେଉଛି ଭାରତରେ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଶିକ୍ଷାର ମୂଲ୍ୟ ମଧ୍ୟ ବହୁତ ମହଙ୍ଗା। ଦେଶର ଏକ ଘରୋଇ ମେଡିକାଲ କଲେଜରେ ପଢ଼ିିବା ପାଇଁ ପ୍ରାୟ ଏକ କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ। ତେବେ ୟୁକ୍ରେନ ପରି ଦେଶରେ ଡାକ୍ତରୀ ଶିକ୍ଷା ମାତ୍ର ୨୫ ଲକ୍ଷ ଟଙ୍କାରେ ହୋଇ ପାରିଥାଏ।

ଏହି କାରଣରୁ ବହୁ ଛାତ୍ରୀଛାତ୍ର ୟୁକ୍ରେନ ଏବଂ ଅନ୍ୟ ଦେଶକୁ ଡାକ୍ତରୀ ପଢ଼ିବା ହେବା ପାଇଁ ଯାଇଥାନ୍ତି। ମେଡିକାଲ ଏବଂ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଶସ୍ତା ଅଧ୍ୟୟନ ଖର୍ଚ୍ଚ ଯୋଗୁ ଭାରତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ୟୁକ୍ରେନ ଏବଂ ଅନ୍ୟ ଦେଶକୁ ଯିବା ଏକ ପ୍ରମୁଖ କାରଣ। ଏହା ସହିତ ଭାରତୀୟ ଛାତ୍ରୀଛାତ୍ରମାନେ ଚାଇନା, ରୁଷିଆ ଏବଂ ନେପାଳକୁ ମଧ୍ୟ ମେଡ଼ିକାଲ ପଢ଼ିବାକୁ ପସନ୍ଦ କରିଥାନ୍ତି।

ଆମେରିକାରେ ଡାକ୍ତରୀ ଶିକ୍ଷା ଖର୍ଚ୍ଚ ପ୍ରାୟ ସାତରୁ ଆଠ କୋଟି ଟଙ୍କା। ସେହିପରି ବ୍ରିଟେନ୍‌,ନ୍ୟୁଜିଲାଣ୍ଡ୍‌, କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ଏହା ୪ କୋଟି ଟଙ୍କା ରହିଛି। ଅପରପକ୍ଷରେ ରୁଷିଆ, ୟୁକ୍ରେନ, ନେପାଳ, ଚାଇନା, ଫିଲିପାଇନ୍ସ ଏବଂ ବାଂଲାଦେଶରେ ଅଧ୍ୟୟନ ଖର୍ଚ୍ଚ ଏହାର ପ୍ରାୟ ଏକ ଚତୁର୍ଥାଂଶ।

ୟୁକ୍ରେନ ପରି ଦେଶରୁ ଡାକ୍ତରୀ ଅଧ୍ୟୟନ କରିବା ପରେ ଫେରୁଥିବା ଛାତ୍ରୀଛାତ୍ରମାନଙ୍କ ପାଇଁ ତୁରନ୍ତ ଭାରତରେ ଅଭ୍ୟାସ କରିବା କଷ୍ଟକର। ବିଦେଶରେ ଡାକ୍ତରୀ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରୁଥିବା ମେଡିକାଲ ଛାତ୍ରମାନଙ୍କୁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ସ ପରୀକ୍ଷା (ଏଫ୍‌ଏମ୍‌ଜିଇ) ଦେବାକୁ ପଡ଼ିଥାଏ। ଏହା ଅତ୍ୟନ୍ତ କଠିନ ପରୀକ୍ଷା ଏବଂ ଏହାକୁ ପାଶ କରିବା ସହଜ ନୁହେଁ ।

ଏଥିପାଇଁ ଅନେକ ଛାତ୍ର କୋଚିଂ ମଧ୍ୟ ନିଅନ୍ତି, କାରଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ସେମାନେ ଭାରତରେ ଚିକିତ୍ସା ଅଭ୍ୟାସ କରିପାରିବେ ନାହିଁ। ଏପରିକି ସେମାନେ ଲାଇସେନ୍ସ ପାଇବେ ନାହିଁ। ପରିସଂଖ୍ୟାନ ଏହା ମଧ୍ୟ ଦର୍ଶାଏ ଯେ ବିଦେଶରୁ ଆସୁଥିବା କେବଳ ୧୫ ପ୍ରତିଶତ ଛାତ୍ରୀଛାତ୍ର ଏଫଏମଜିଇ ପରୀକ୍ଷା କ୍ଲିୟର କରିବାକୁ ସକ୍ଷମ ହୋଇଥାନ୍ତି। ଅପରପକ୍ଷରେ ୭୫ ପ୍ରତିଶତ ଅସଫଳ ହୋଇଥାନ୍ତି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ନ୍ୟୁନତମ ୫୦ ପ୍ରତିଶତ ନମ୍ବର ରଖିବାକୁ ପଡ଼ିଥାଏ। ପାଶ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତୀ ମେଡ଼ିକାଲ ପରିଷଦ ପକ୍ଷରୁ ସ୍ଥାୟୀ ପଞ୍ଜିକରଣ ପ୍ରଦାନ କରାଯାଇଥାଏ।

ତେବେ ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ, ବ୍ରିଟେନ୍‌ ଏବଂ ଆମେରିକାରେ ମେଡ଼ିକାଲ ପାଠ ପଢ଼ିଥିବା ଛାତ୍ରୀଛାତ୍ରଙ୍କୁ ଏଫ୍‌ଏମ୍‌ଜିଇ ପରୀକ୍ଷା ଦେବାକୁ ପଡ଼ି ନଥାଏ।

ଫ୍ରାନ୍ସ୍‌ ଏବଂ କେନିଆରୁ ପାଠପଢ଼ି ଆସିଥିବା ଛାତ୍ରୀଛାତ୍ର ଅଧିକ ସଂଖ୍ୟାରେ ଏଫ୍‌ଏମ୍‌ଜିଇ ପରୀକ୍ଷାରେ ସଫଳତା ହାସଲ କରିଥାନ୍ତି।

ଏହି ପରୀକ୍ଷା ପ୍ରତିବର୍ଷ ଜୁନ୍‌ ଏବଂ ଡିସେମ୍ବରରେ ହୋଇଥାଏ। ୨୦୨୧ ଜୁନ୍‌ରେ ୧୮,୦୪୮ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ କେବଳ ୪,୨୮୩ ସଫଳ ହୋଇଥିବାବେଳେ ୧୨,୮୯୫ ଅସଫଳ ହୋଇଥିଲେ। ସେହିପରି ୨୦୨୧ ଡିସେମ୍ବରରେ ୨୩,୬୯୧ ଛାତ୍ରୀଛାତ୍ର ଏଫ୍‌ଏମ୍‌ଜିଇ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୫,୬୬୫ ଜଣ ସଫଳ ହୋଇଥିଲେ। ଅବଶିଷ୍ଟ ୧୭,୬୦୭ ଛାତ୍ରୀଛାତ୍ର ଅସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri