ହାନିଲାଭର ହିସାବ

ଯୁଦ୍ଧବିରତି ପରେ ଗାଜା ଉପରେ ପୁଣି ଇସ୍ରାଏଲ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ୨୪ ମାର୍ଚ୍ଚରେ ଇସ୍ରାଏଲ ସେନା ଗାଜାରେ ବୋମାମାଡ଼ କରିବାରୁ ୬୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ସ୍ଥିତ ସର୍ବବୃହତ୍‌ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଗକୁ ମଧ୍ୟପ୍ରାଚ୍ୟକୁ ଘୋର ବିପଦ ମାଡ଼ି ଆସୁଛି ବୋଲି ଆଶଙ୍କା କରାଗଲାଣି। ଇତିମଧ୍ୟରେ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ପାଇଁ ଇଜିପ୍ଟ ପୁନଃ ପ୍ରସ୍ତାବ ଦେଇଛି। କିନ୍ତୁ ଏ ଦିଗରେ କିଭଳି ଅଗ୍ରଗତି ହେବ ତାହା ସମ୍ଭବତଃ ଆମେରିକା ଓ ଚାଇନା ଉପରେ ନିର୍ଭର କରୁଛି ବୋଲି ଆଲୋଚନା ହେଲାଣି। କାରଣ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଯୁଦ୍ଧବିରତି କରି ମଧ୍ୟପ୍ରାଚ୍ୟ ଉପରେ ନିଜର ହୁକୁମାତି ଜାହିର କରିବାକୁ ଲକ୍ଷ୍ୟ ରଖିଥିଲେ। ଏବେ ଇସ୍ରାଏଲ ପୁନଃ ଆକ୍ରମଣ କରିବା ପଛରେ ଟ୍ରମ୍ପଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି। ଆମେରିକୀୟ ଇହୁଦୀମାନଙ୍କ ଲବି ଅତ୍ୟନ୍ତ ଶକ୍ତିଶାଳୀ ଓ ସେମାନେ ଧନୀ। ତାଙ୍କ ଚାପରେ ଜୋ ବାଇଡେନ୍‌ଙ୍କ ପ୍ରଶାସନ ପୂର୍ବରୁ ଇସ୍ରାଏଲ୍‌କୁ ସବୁପ୍ରକାର ସହଯୋଗ ଦେଇଆସୁଥିଲା। ଯେତେବେଳେ ପଟ୍ଟ ପରିବର୍ତ୍ତନ ହେବ ବୋଲି ସ୍ପଷ୍ଟ ବୁଝାପଡ଼ିଲା ସେତେବେଳେ ସେହି ଆମେରିକୀୟ ଇହୁଦୀମାନେ ଟ୍ରମ୍ପ୍‌ଙ୍କ ନିର୍ବାଚନରେ ଅର୍ଥ ଲଗାଇଲେ। ଏମିତିରେ ଟ୍ରମ୍ପ୍‌ ଜଣେ ମୁସଲମାନ ବିରୋଧୀ ନେତା ଭାବେ ପୃଥିବୀରେ ଜଣାଶୁଣା। ତାଙ୍କ ଶାସନ ଆସିବା ମାତ୍ରକେ ୟୁକ୍ରେନ୍‌ରେ ଶାନ୍ତି ପାଇଁ ଚେଷ୍ଟାକରି ବନ୍ଧୁ ପୁଟିନ୍‌ଙ୍କୁ ମାରାତ୍ମକ ଗାତରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଟ୍ରମ୍ପ ଅନ୍ୟପଟେ ଇସ୍ରାଏଲ୍‌କୁ ବିପୁଳ ସାମରିକ ସହଯୋଗ ଦେଇ ଯୁଦ୍ଧକୁ ବଢ଼ାଇବାରେ କାର୍ଯ୍ୟ କରିଚାଲିଛନ୍ତି। ଅନ୍ତର୍ଜାତୀୟ ରାଜନୀତିରେ ଆମେରିକାର ଭୂମିକା ଏକ ଆମୂଳଚୂଳ ପରିବର୍ତ୍ତନ କରୁଥିବା ଭଳି ମନେହୁଏ। ମନେରଖିବାକୁ ହେବ ଯେ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଯୁଦ୍ଧବିରତି ପାଇଁ ଜୋ ବାଇଡେନ୍‌ଙ୍କ ପ୍ରଶାସନ ଚେଷ୍ଟା କରିଥିଲା। ଲୋକଦେଖାଣିଆ ଭାବେ ସେହି ଚୁକ୍ତିକୁ ସମ୍ମାନ ଦେଇ ସ୍ବଳ୍ପ ସମୟ ପାଇଁ ଯୁଦ୍ଧ ବନ୍ଦ କରାଯାଇଥିଲା। କିଛି ସପ୍ତାହ ପୂର୍ବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ସିଧାସଳଖ ହମାସ୍‌କୁ ଧମକାଇ କହିଥିଲେ, ପ୍ରତ୍ୟେକଟି ଇସ୍ରାଏଲ୍‌ ପଣବନ୍ଦୀଙ୍କୁ ମୁକ୍ତ କର, ନଚେତ୍‌ ତୁମ ଉପରେ ନିଆଁ ବର୍ଷିବ। ଟ୍ରମ୍ପ୍‌ଙ୍କ ଏହି ଖେଳ ଚାଲିଥିଲା ବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ନାକ ପର୍ଯ୍ୟନ୍ତ ୟୁକ୍ରେନ୍‌ କାଦୁଅରେ ଫସିଯାଇଥିବା ବେଳେ ଚାଇନା ତା’ର ଭିନ୍ନ ଲକ୍ଷ୍ୟରେ ଆଗେଇଚାଲିଛି। ବିଶେଷକରି ମଧ୍ୟପ୍ରାଚ୍ୟରେ ଚାଇନାର ଭୂମିକା ଭବିଷ୍ୟତରେ ଏକ ପଠନୀୟ ବିଷୟବସ୍ତୁ ହେବ।
ଚାଇନା ମଧ୍ୟପ୍ରାଚ୍ୟରେ ହେଉଥିବା ସଂଘର୍ଷରେ ପକ୍ଷ ନ ରହି ସେଠାକାର ଅର୍ଥନୈତିକ ପରିମଣ୍ଡଳରୁ ଲାଭ ଉଠାଇବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରଖିଛି। ବିଶ୍ୱବାସୀ ଜାଣିଛନ୍ତି ଯେ ମଧ୍ୟପ୍ରାଚ୍ୟ ବିଶେଷକରି ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ତୈଳ ସମୃଦ୍ଧ ଓ ସେଥିରୁ ମୁଖ୍ୟତଃ ଲାଭାଂଶ ଉଠାଇଥାଆନ୍ତି। ସେଥିପାଇଁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସେଠାକାର ତୈଳ ସମ୍ପଦ ଉପରେ ତୀକ୍ଷ୍ମ ନଜର ରଖିଥାଆନ୍ତି। କିନ୍ତୁ ଡିସେମ୍ବର ୨୦୨୪ରେ ‘ଓ୍ବେଷ୍ଟ ଏସିଆନ୍‌ ଆଣ୍ଡ ଆଫ୍ରିକାନ୍‌ ଷ୍ଟଡିଜ୍‌’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଉପସାଗରୀୟ ଅଞ୍ଚଳ ଏବେ ଅଣ-ତୈଳ କ୍ଷେତ୍ର ଯଥା-କୃତ୍ରିମ ବୁଦ୍ଧିମତ୍ତା(ଏଆଇ), ନବୀକରଣୀୟ ଶକ୍ତି, ମାନୁଫାକ୍‌ରିଂ ଓ ପର୍ଯ୍ୟଟନର ବିକାଶକୁ ଆଞ୍ଚଳିକ ଉନ୍ନତିର ପ୍ରମୁଖ ଚାବିକାଠି ବୋଲି ଧରିନେଲେଣି। ସମ୍ଭବତଃ ଏହି ଦିଗକୁ ଚାଇନା ଅନିଶାକରି ମଧ୍ୟପ୍ରାଚ୍ୟରେ ତା’ର ଉପସ୍ଥିତି ଜାହିର କରିବାରେ ଲାଗିପଡ଼ିଛି। ନିକଟ ଅତୀତରେ ଚାଇନା ଅତ୍ୟାଧୁନିକ ଏଆଇ ‘ଡିପ୍‌ସିକ’ ବିକଶିତ କରିବା ପରେ ତାହା ଆମେରିକାର ପ୍ରଯୁକ୍ତି ଦୁନିଆକୁ ବଡ଼ ଆହ୍ବାନ ହୋଇଯାଇଛି। ଯେହେତୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଅଣ-ତୈଳ କ୍ଷେତ୍ରକୁ ବ୍ୟବହାରକରି ସମୃଦ୍ଧ ହେବାକୁ ଚାହୁଁଛନ୍ତି, ସ୍ବାଭାବିକ ଭାବେ ସେମାନେ ଚାଇନା ମୁହଁା ହେଉଥିବା ଲକ୍ଷ୍ୟ କରାଯାଉଛି। କାରଣ ଆଗାମୀ ସମୟ ପାରମ୍ପରିକ ଯୁଦ୍ଧଠାରୁ ଦୂରେଇଯାଇ ଏଆଇ ନିୟନ୍ତ୍ରିତ ଲଢ଼େଇ ଆଡ଼କୁ ଅଗ୍ରସର ହେଉଛି। ହୁଏତ ଚାଇନା ଏହି କଥାକୁ ଭଲ ଭାବେ ବୁଝି ପୃଥିବୀର ନୂତନ ବୃହତ୍‌ ଶକ୍ତି ବା ସୁପରପାଓ୍ବାର ହେବା ପାଇଁ ନିଅଁ ପକାଉଛି।
ଏହି ପରିପ୍ରେକ୍ଷୀରେ ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତିକୁ ଦେଖିଲେ ଭାରତ ନିଜର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଗୁରୁତ୍ୱ ହରାଇବସୁଛି। ଯେହେତୁ ଟ୍ରମ୍ପ୍‌ ପ୍ରଶାସନ ଏବେ ଅଧିକ ଘରମୁହଁା ହୋଇ ଆମେରିକାକୁ ପ୍ରାଧାନ୍ୟ ଦେଉଛି, ସେଥିପାଇଁ ତାଇଓ୍ବାନ୍‌ ଓ ବାଂଲାଦେଶ ଭଳି କେତେକ ଦେଶ ଉପରୁ ତା’ର ଦୃଷ୍ଟି ଦୂରେଇଗଲାଣି। ସେହି ଶୂନ୍ୟସ୍ଥାନକୁ ଅତି ଶୀଘ୍ର ଚାଇନା ଦ୍ୱାରା ପୂରଣ କରିଦିଆଯିବାର ଲକ୍ଷ୍ୟ କରାଯାଉଛି। ଉଦାହରଣ ସ୍ବରୂପ ବାଂଲାଦେଶରେ ଶେଖ୍‌ ହସିନାଙ୍କ ସରକାରକୁ ହଟାଇ ଆମେରିକାର ସମର୍ଥନ ମହମ୍ମଦ ୟୁନୁସ୍‌ଙ୍କ ପଛରେ ରହିଥିଲା। ସେହି ରାଜନୀତିକୁ କୌଣସି ଭାବେ ବୁଝିପାରି ନ ଥିବା ଭାରତର ଶାସନ ବ୍ୟବସ୍ଥା ଏବେ ସେଠାରେ ଆମେରିକା ବିଦାହୋଇ ଚାଇନା ପଶୁଥିବାର ଦେଖିବାକୁ ପାଉଛି। ଦିଲ୍ଲୀରେ ଶେଖ୍‌ ହସିନା ବସିଥିବା ବେଳେ ମହମ୍ମଦ ୟୁନୁସ୍‌ଙ୍କର ବେଜିଂ ସାଙ୍ଗରେ ଘନିଷ୍ଠତା ସ୍ପଷ୍ଟ ଭାବେ ବୃଦ୍ଧି ପାଉଛି। ଏଥିରୁ ବୁଝିବାକୁ ହେବ ଯେ ଭାରତର ଶାସନ ବ୍ୟବସ୍ଥା ଅନ୍ତର୍ଜାତୀୟ ରାଜନୀତିକୁ ବୁଝିବାରେ ଅକ୍ଷମ।
ଏଭଳି ପ୍ରଚ୍ଛଦପଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପୋଡ୍‌କାଷ୍ଟରେ କହିଛନ୍ତି, ଚାଇନା ସହ ସମ୍ପର୍କକୁ ସ୍ବାଭାବିକ କରିବା ଲାଗି ଚେଷ୍ଟା କରାଯାଉଛି। କିନ୍ତୁ ବାସ୍ତବ ସତ୍ୟ ହେଉଛି ଚାଇନା ଅନ୍ତର୍ଜାତୀୟ ରାଜନୀତିରେ ଯେଉଁ ସ୍ତରରେ ପହଞ୍ଚିଲାଣି ସେଠାରେ ଭାରତ ସହ ଘନିଷ୍ଠ ସମ୍ପର୍କ ସୃଷ୍ଟିକରିବା ପଛରେ ବ୍ୟବସାୟିକ ହାନିଲାଭର ହିସାବ ମୁଖ୍ୟ ଗୁରୁତ୍ୱ ଧାରଣ କରିବ। ସେଥିରେ ଭାରତ କେଉଁଭଳି ବୁଝାମଣା କରିପାରିବ ତାହା ଭବିଷ୍ୟତ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri