ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ସମ୍ପର୍କରେ ଜାଣିବା ହେବ ସହଜ…

ପୁଣେ/ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ସମ୍ପର୍କରେ ଏବେ ସହଜରେ ଜଣାପଡ଼ିବ। ପୁଣେର ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ଗବେଷକମାନେ ଓମିକ୍ରନ ଷ୍ଟ୍ରେନ୍‌କୁ ଅଲଗା କରି ଆଇସୋଲେଟ୍‌ କରିବାରେ ସଫଳ ହୋଇଛନ୍ତି। ଏହା ଦ୍ୱାରା ଏଣିକି ଓମିକ୍ରନ୍‌ କିପରି ଗତି କରୁଛି ଏହା ଅଧିକ ସ୍ପଷ୍ଟ ଭାବେ ଗଭୀର ଜାଣିହେବ।
ଭାରତ ପାଇଁ ଏହା ଏକ ବଡ ସଫଳତା ବୋଲି କୁହାଯାଉଛି। ଏହା ଦ୍ୱାରା ଟିକାକରଣର ପ୍ରଭାବକୁ ଅଧ୍ୟୟନ କରିବା ସହଜ ଜନକ ହୋଇପାରିବ।

ଓମିକ୍ରନ ଲଢ଼େଇରେ ରେ କୋଭଶିଲ୍ଡ ଏବଂ କୋଭାକ୍ସିନ କେତେ ପ୍ରଭାବଶାଳୀ ତାହା ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ତାହା ଜଣାପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଟିକା ଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡି ଓମିକ୍ରନ ସଂକ୍ରମଣ ଯୋଗୁ ଶରୀରେ ସୃଷ୍ଟି ହେଉଥିବା ଆଣ୍ଟିବଡି ଭିତରକୁ କେତେ ମାତ୍ରାରେ ପ୍ରବେଶ କରିବାକୁ ସକ୍ଷମ ତାହା ମଧ୍ୟ ଅଧ୍ୟୟନରୁ ଜଣାପଡ଼ିବ। ସଂକ୍ରମଣ ପରେ, ମନୁଷ୍ୟ ଶରୀରରେ ଭାଇରସ ପ୍ରତିରୋଧକ ସୃଷ୍ଟି ହେଉଛି ନା ଏହା କେବଳ ’ସ୍ପାଇକ’ ଭଳି କିଛି ଅଂଶରେ ସୃଷ୍ଟି ହେଉଛି ତାହା ଜଣାପଡ଼ିବ।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, କୋଭିଡ ମହାମାରୀ ପାଇଁ ଦାୟୀ ସାର୍ସ-କୋଭ୍‌-୨ ର ସ୍ପାଇକ ପ୍ରୋଟିନ୍‌ରେ ୧,୨୭୩ ଆମିନୋ ଏସିଡ ଅଛି ଯାହା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ନୂତନ ଓମିକ୍ରନ ଭାରିଆଣ୍ଟରେ, ସ୍ପାଇକ ପ୍ରୋଟିନ୍‌ରେ ଥିବା ୩୨ ଆମିନୋ ଏସିଡରେ ପରିବର୍ତ୍ତନ ଆସିଛି । ତେଣୁ, ଓମିକ୍ରନ ମୁକାବିଲା ଲାଗି ଟିକା ବେଶ୍‌ ପ୍ରଭାବଶାଳୀ ହେବାର ସମ୍ଭାବନା ଅଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ ଆଣ୍ଟିବଡି ଲୋକଙ୍କୁ ସଂକ୍ରମିତ କରିବାକୁ ସକ୍ଷମ, କିନ୍ତୁ ଏହା ଭୟଙ୍କର ଲକ୍ଷଣ ସୃଷ୍ଟି କରିବାରେ ସକ୍ଷମ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri