Posted inଜାତୀୟ

ମନ୍ତ୍ରୀଙ୍କୁ କେବେ ମିଳିବ ପୋର୍ଟଫୋଲିଓ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମୋଟ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ ଭାଜପାର ଏବଂ ୫ ମନ୍ତ୍ରୀ ପଦବୀ ସହଯୋଗୀ ଦଳଙ୍କୁ ଦିଆଯାଇଛି। ମୋଦୀ ୩.୦ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିମଧ୍ୟରୁ ୩୦ଜଣ ମନ୍ତ୍ରୀ କ୍ୟାବିନେଟର ଅଂଶ ହେବେ। ଏଥି ସହିତ ୫ ନ୍ତ୍ରୀଙ୍କୁ ସ୍ବାଧୀନ ଦାୟିତ୍ୱ ଏବଂ ୩୬ ଏମପିଙ୍କୁ ରାଜ୍ୟ ମନ୍ତ୍ରୀ ପଦ ଦିଆଯାଇଛି।

ମୋଦି ସରକାର ୩.୦ରେ ଅନେକ ଚେହେରା ପୂର୍ବ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ସହିତ, ଏଥର ଅନେକ ନୂଆ ଚେହେରା ମଧ୍ୟ ମୋଦି କ୍ୟାବିନେଟ ୩.୦ରେ ଯୋଗଦେବେ। ମୋଦି ସରକାର ୨.୦ ରେ ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରୀ, ଏସ ଜୟଶଙ୍କର ଏବଂ ନିର୍ମଳା ସୀତାରମଣଙ୍କ ସମେତ ଅନେକ ଚେହେରା ଦେଖିବାକୁ ମିଳିଥିଲା।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ପରଠାରୁ ମନ୍ତ୍ରଣାଳୟର ବିଭାଜନକୁ ନେଇ ନିରନ୍ତର ଆଲୋଚନା ଚାଲିଛି। ଏହି ସମୟରେ, ସୂତ୍ରରୁ ପ୍ରକାଶ ଯେ ସୋମବାର (ଜୁନ ୧୦) ମୋଦି ୩.୦ କ୍ୟାବିନେଟର ମନ୍ତ୍ରୀଙ୍କ ମଧ୍ୟରେ ପୋର୍ଟଫୋଲିଓ ବଣ୍ଟନ ହୋଇପାରେ। କୁହାଯାଉଛି ଯେ ପୋର୍ଟଫୋଲିଓ ସମ୍ବନ୍ଧୀୟ ତାଲିକା ସୋମବାର ବିଳମ୍ବିତ ରାତି ସୁଦ୍ଧା ପ୍ରକାଶ କରାଯାଇପାରିବ।

ଏଥର ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମୋଦି ୩.୦ କ୍ୟାବିନେଟରେ ନଜର ଆସିବେ। ଏଥିମଧ୍ୟରେ ଶିବରାଜ ସିଂ ଚୌହାନ (ମଧ୍ୟପ୍ରଦେଶ), ରାଜନାଥ ସିଂ (ଉତ୍ତରପ୍ରଦେଶ), ମନୋହର ଲାଲ ଖଟ୍ଟର (ହରିୟାଣା), ସରବାନନ୍ଦ ସୋନୋୱାଲ (ଆସାମ), ଏଚଡି କୁମାରସ୍ବାମୀ (କର୍ନାଟକ) ଏବଂ ଜିତନ ରାମ ମଞ୍ଜି (ବିହାର) ଅନ୍ତର୍ଭୁକ୍ତ।
ଶପଥ ଗ୍ରହଣ କରିବାର ପରଦିନ ଅର୍ଥାତ୍‌ ସୋମବାର (ଜୁନ ୧୦) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମଓ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହ ମୋଦି ସରକାର ଆକ୍ସନ ମୋଡକୁ ଆସିଥିଲେ। ମୋଦି ପ୍ରଥମେ କିଷାନ ସାମ୍ମାନ ନିଧି ଯୋଜନାର କିସ୍ତି ପ୍ରକାଶ କରିଥିଲେ। ଏହି ସମୟରେ ସୋମବାର ଅପରାହ୍ନ ୫ ଟା ସୁଦ୍ଧା ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇପାରିବ ବୋଲି ଖବର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri