ଖତ ଖାଉଛି ସ୍ବଚ୍ଛ ସବାରି, ହୋଇପାରୁନାହିଁ ମରାମତି

ନବରଙ୍ଗପୁର,୧୮।୧(ବି.ପ୍ର.): ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପ୍ରାୟ ୨ ବର୍ଷ ତଳେ ବ୍ୟାଟେରିଚାଳିତ ସ୍ବଚ୍ଛ ସବାରିର ବ୍ୟବସ୍ଥା କରାଯାଇଥିଲା। କେବଳ ପରିବେଶ ପ୍ରଦୂଷଣମୁକ୍ତ ନୁହେଁ, ମହିଳାଙ୍କୁ ସଶକ୍ତୀକରଣ କରିବା ନିମନ୍ତେ ଏହି ଗାଡ଼ିର ବ୍ୟବହାର ଅନ୍ୟ ଏକ ପ୍ରମୁଖ କାରଣ ରହିଥିଲା। ତେବେ ଏହାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନମୁଖି ଶାସନ, ଅବହେଳା ଏବଂ ମରାମତି ପାଇଁ ଚୁକ୍ତି କରିଥିବା ସଂସ୍ଥା ହାତ ଛାଡ଼ିଦେବାରୁ ଏହି ସମସ୍ତ ଗାଡ଼ି ବର୍ତ୍ତମାନ ଅଚଳ ହୋଇପଡ଼ି ଖତ ଖାଉଛି। ସରକାରୀ ଅର୍ଥର ଦୁରୁପଯୋଗ କିଭଳି ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ପୌରପାଳିକାରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ପୌରପାଳକା ପକ୍ଷରୁ ୨ବର୍ଷ ତଳେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ବ୍ୟାଟେରିଚାଳିତ ଗାଡ଼ି କିଣାଯାଇଥିଲା। ଏହି ଗାଡ଼ିଗୁଡ଼ିକୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇ ଏହାର ନାମ ‘ସ୍ବଚ୍ଛ ସବାରି’ ରଖା ଯାଇଥିଲା । ପ୍ରତ୍ୟେକ ଗାଡ଼ିରେ ୨ ଜଣ ଲେଖାଏ ମହିଳାଙ୍କୁ ନିୟୋଜିତ କରାଯାଇଥିଲା। ମହିଳାମାନେ ଏହି ଗାଡ଼ି ଚଳାଇ ନବରଙ୍ଗପୁର ସହରର ୧୭ ୱାର୍ଡର ପ୍ରତି ସାହି ଓ ଗଳିକନ୍ଦି ଓ ଘରୁ ଓଳିଆ ସଂଗ୍ରହ କରୁଥିଲେ। ଉକ୍ତ ଅଳିଆକୁ ନେଇ ସହରର ଗାବ୍ରାଏଲଗୁଡ଼ାସ୍ଥିତ ଆବର୍ଜନା ପ୍ରକ୍ରିୟା କେନ୍ଦ୍ରରେ ଗଚ୍ଛିତ କରୁଥିଲେ; ଯାହାକୁ ରୂପାନ୍ତରିତ କରାଯାଇ ‘ମୋ ଖତ ’ ତିଆରି କରାଯାଉଥିଲା। ଅନ୍ୟପଟେ ମହିଳାମାନେ ମଧ୍ୟ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରୁଥିଲେ। କିନ୍ତୁ ପ୍ରାୟ ବର୍ଷକ ପରେ ୧୦ଟି ଯାକ ଗାଡ଼ି ଖରାପ ହୋଇ ମୋ ଖତ କେନ୍ଦ୍ରରେ ଖତ ଖାଉଛି। ଏହି ଗାଡ଼ିଗୁଡିକ ଯୋଗାଇଥିବା ସଂସ୍ଥା, ଯୋଗାଣ ହେବା ସମୟରେ ନବରଙ୍ଗପୁର ଜିଲା ରାଇଘର ଆଇଟିଆଇ ତାଲିମ କେନ୍ଦ୍ରର ମୋଟର ମେକାନିକାଲ ପାଠ୍ୟକ୍ରମର ଛାତ୍ରୀଛାତ୍ର ଏହାକୁ ମରାମତି କରିବା ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା। ରାଇଇଘରରୁ ନବରଙ୍ଗପୁରର ଦୂରତା ପ୍ରାୟ ୧୦୦ କି.ମି. ଦୂର ହୋଇଥିବା ସହ ଯାତାୟାତ ପାଇଁ ସେଭଳି କୌଣସି ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ଗାଡ଼ି ମରାମତି ପାଇଁ ନବରଙ୍ଗପୁର ଯିବା ପାଇଁ ରାଜି ହେଉନାହାନ୍ତି। ଫଳରେ ଚୁକ୍ତିନାମା ବାତିଲ ହୋଇଥିବା ସୂଚନା ଦେଇଛନ୍ତି ପୌରାଧ୍ୟକ୍ଷ କୁନୁ ନାୟକ। ଅନ୍ୟପଟେ ଅଚଳ ଗାଡ଼ିଗୁଡ଼ିକୁ ମରାମତି କରିବା ପାଇଁ ଗତବର୍ଷ ହୋଇଥିବା ପୌର ପରିଷଦର ପ୍ରଥମ ବୈଠକରେ କାଉନ୍‌ସିଲରମାନେ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମରାମତି କରାଯାଇ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଗାଡ଼ିଗୁଡିକ ନ ଚାଲିବାରୁ ସେଠାରେ ନିୟୋଜିତ ହୋଇଥିବା ମହିଳାମାନେ ରୋଜଗାର ହରାଇଥିବାବେଳେ ରାସ୍ତାଘାଟରେ ମଧ୍ୟ ଅଳିଆ ପଡିରହୁଛି। ନବରଙ୍ଗପୁର ପୌରପାଳିକା ମଞ୍ଜୁ ସର୍ଭିସ୍‌କୁ ଅଳିଆ ଆବର୍ଜନା ଉଠାଇବାକୁ ଚୁକ୍ତିନାମା କରିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଗାଡି ନ ଥିବାରୁ ଓଳିଆ ଉଠିପାରୁ ନ ଥିବା ଅଭିଯୋଗ ହେଉଛି। ଲୋକେ ନିଜ ଇଚ୍ଛାରେ ଇଆଡ଼େ ସିଆଡ଼େ ଓଳିଆ ଫିଙ୍ଗୁଥିବାରୁ ମଶା, ମାଛି ଉତ୍ପନ୍ନ ହୋଇ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସେହି ଗାଡ଼ିଗୁଡିକର ଗ୍ୟାରେଣ୍ଟି ଅବଧି ଥିବାରୁ ତୁରନ୍ତ ପୌରପାଳିକା ଅଧିକାରୀ ହସ୍ତକ୍ଷେପ କରି ମରାମତି କରି ଲୋକଙ୍କ ପାଇଁ ବ୍ୟବହାର କରାଯାଉ ବୋଲି ଦାବି ହୋଇଛି। ଏ ନେଇ ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକଙ୍କୁ ପଚାରିବାରୁ ଗାଡ଼ିର ମରାମତି କରାଯାଇ ଶୀଘ୍ର ଅଳିଆ ଉଠା କାମରେ ଲଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri