ଅନ୍ୟାୟ ବଣ୍ଟାହେଉଛି

ସମାଧାନ ନ ହୋଇ ପଡ଼ିରହିଥିବା ଅନେକ କୋଟି ମାମଲା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଭାରାକ୍ରାନ୍ତ ହୋଇଗଲାଣି। ଏହି ବିଷୟରେ ଅନେକ ଲେଖା ଓ ଆଲୋଚନା ଏବଂ ସମ୍ମିଳନୀ କରାଯାଉଥିବା ପରିଲକ୍ଷିତ ହେଉଛି। ଅନେକ ସମ୍ମିଳନୀରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିମାନେ ଯୋଗଦେଇ ସରକାରୀ ବ୍ୟବସ୍ଥାକୁ ଦୋଷ ଦେଉଛନ୍ତି। ଅନ୍ୟପଟେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ନ୍ୟାୟାଳୟ ଏବଂ ବିଚାରପତିମାନଙ୍କ ଉପରେ ଅପାରଗତାର ଦୋଷ ଲଦୁଛନ୍ତି। ମୂଳକଥା ହେଉଛି ଯେ, ଏହି ଦୁଇ ଶକ୍ତିଶାଳୀ ଗୋଷ୍ଠୀଙ୍କ ଅନ୍ତର୍ଦ୍ୱନ୍ଦ୍ୱ କିମ୍ବା ଲଢ଼େଇ ଫଳରେ ସାଧାରଣ ନାଗରିକ ଦେଶର ଆଇନ ବ୍ୟବସ୍ଥା ଉପରେ ବିଶ୍ୱାସ ହରାଇ ସାରିଲେଣି। ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ ଢଗକୁ ସମସ୍ତେ ବିଶ୍ୱାସ କରିଗଲେଣି।
ନିକଟରେ ପ୍ରକାଶିତ ନ୍ୟାଶନାଲ ଜୁଡିସିଆଲ ଡେଟା ଗ୍ରୀଡ୍‌ (ଏନ୍‌ଜେଡିଜି) ତଥ୍ୟ ଅନୁଯାୟୀ, ୨୦୨୫ ଅଗଷ୍ଟ ଶେଷ ସୁଦ୍ଧା ଭାରତର ସୁପ୍ରିମକୋର୍ଟରେ ୮୮,୪୧୭ ମାମଲା ବିଚାର ନ ହୋଇ ପଡ଼ିରହିଛି। ଏହା ବ୍ୟତୀତ ଏନ୍‌ଜେଡିଜି ରିପୋର୍ଟରୁ ଜଣାପଡ଼େ ଯେ, ଦେଶର ବିଭିନ୍ନ ଜିଲା କୋର୍ଟ ଓ ହାଇକୋର୍ଟଗୁଡ଼ିକରେ ପାଖାପାଖି ୫ କୋଟି ୩୯ ଲକ୍ଷ ମାମଲାର ବିଚାର ହୋଇପାରି ନାହିଁ। ଏହିସବୁ ମାମଲାରେ ସବୁଠୁ ବଡ଼ ଲିଟିଗାଣ୍ଟ ବା ପକ୍ଷ ହେଉଛନ୍ତି ସରକାର ଏବଂ ପ୍ରାୟ ୫୦% ମାମଲା ସରକାରଙ୍କ ତରଫରୁ ହୋଇଛି। ସମ୍ପତ୍ତି ଓ ଜମିକୁ ନେଇ ସମୁଦାୟ ମାମଲାର ୨୦ ପ୍ରତିଶତ ରହିଥିବା ବେଳେ ବକେୟା ମାମଲାର ଏହା ହେଉଛି ପ୍ରାୟ ୬୬ ପ୍ରତିଶତ। ଉଲ୍ଲେଖନୀୟ ଯେ, ଦେଶର ସମସ୍ତ ଜିଲା କୋର୍ଟ ଓ ହାଇକୋର୍ଟରେ ୧,୮୦,୦୦୦ରୁ ଅଧିକ ମାମଲା ୩୦ ବର୍ଷରୁ ଅଧିକ ସମୟ ଧରି ବିଚାର ନ ହୋଇ ପଡ଼ିରହିଛି। ଏଭଳି ସ୍ଥିତିର କେତୋଟି କାରଣ ମଧ୍ୟରେ ରହିଛି ବିଚାରପତିଙ୍କ ଅଭାବ ଓ ଠିକ୍‌ ସମୟରେ ସେସବୁ ପଦବୀ ପୂରଣ ହେଉନାହିଁ। ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ହାଇକୋର୍ଟଗୁଡ଼ିକରେ ଏକତୃତୀୟାଂଶ ପଦବୀ ଖାଲି ରହିଥିଲାବେଳେ ଜିଲାକୋର୍ଟଗୁଡ଼ିକରେ ୪,୭୦୦ରୁ ଅଧିକ ବିଚାରପତି ନାହାନ୍ତି। ଏହାବ୍ୟତୀତ ଦେଶରେ ବିଚାରପତି ଓ ଜନସଂଖ୍ୟା ଅନୁପାତ କମ୍‌ରହୁଛି। ୧୦ ଲକ୍ଷ ଲୋକରେ ୫୦ ଜଣ ବିଚାରପତି ରହିବା ଜାଗାରେ ଏବେ ଅଛନ୍ତି ମାତ୍ର ୧୫ ଜଣ।
ସେହିଭଳି ସୁପ୍ରିମ୍‌କୋର୍ଟର ଏବେ ସମସ୍ତ ୩୪ ବିଚାରପତି ପଦବୀ ପୂରଣ ହୋଇଥିଲେ ମଧ୍ୟ ମାମଲାର ତ୍ୱରିତ ସମାଧାନ ଆସିପାରୁ ନାହିଁ ବୋଲି କୁହାଯାଉଛି। ଏବର ବକେୟା ୮୮,୪୧୭ ମାମଲାକୁ ଦେଖିଲେ ପଦବୀ ସଂଖ୍ୟା କଦାପି ପର୍ଯ୍ୟାପ୍ତ ନୁହେଁ। ଉପରୋକ୍ତ ମାମଲାରୁ ଅଧିକାଂଶ ଦୀର୍ଘବର୍ଷ ଧରି ଗଡ଼ି ଆସିଥିବାରୁ ସହସା ସବୁର ସମାଧାନ ଅସମ୍ଭବ ଲାଗୁଛି। ସେଥିପାଇଁ ଶୀର୍ଷ ଅଦାଲତଙ୍କୁ ଅଭିନବ ଉପାୟ ବାହାର କରିବାକୁ ପଡ଼ିବ। ଏଭଳି ପରିପ୍ରେକ୍ଷୀରେ ବକେୟା ମାମଲା ହ୍ରାସ ଲାଗି ଏକ ସ୍ଥାୟୀ ବ୍ୟବସ୍ଥାର ଆବଶ୍ୟକତା ପଡ଼ିଲାଣି। ଆଇନ ସମ୍ବନ୍ଧୀୟ ନୂତନ ପ୍ରଯୁକ୍ତି ରଣନୀତିକୁ ଏ ଦିଗରେ ପ୍ରୟୋଗ କରାଗଲେ ହୁଏତ ସୁଫଳ ମିଳିପାରେ। ବିଭିନ୍ନ କୋର୍ଟରେ ୩୦ ବର୍ଷରୁ ଅଧିକ ସମୟ ବକେୟା ପଡ଼ିରହିଥିବା ମାମଲାର ଯଦିବା ସମାଧାନ ଆସିବ ତାହା ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ ବୋଲି ଧରାଯିବ। ଏଥିସହିତ ସର୍ବୋଚ୍ଚ ଅଦାଲତ ଉପରେ କିଭଳି ଅଧିକ ବୋଝ ନ ପଡ଼ିବ, ସେଥିପାଇଁ ନିମ୍ନ କୋର୍ଟ (ସବ୍‌ଅର୍ଡିନେଟ ଜୁଡିସିଆରି)ରୁ ହାଇକୋର୍ଟ ଯାଏ ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯିବାର ସମୟ ଆସିଲାଣି। କେବଳ ସବୁ ଦୋଷ ନ୍ୟାୟପାଳିକା ଉପରେ ଲଦି ଦେଲେ ହେବ ନାହିଁ। ତଳ ସ୍ତରରେ ରାଜ୍ୟ ସରକାରଙ୍କ ବିଭାଗ ତରଫରୁ ନ୍ୟାୟ ମିଳୁନି ଏବଂ ବିଶେଷକରି ଅପରାଧଜନିତ ମାମଲା ପୋଲିସ ଦ୍ୱାରା ଉଚିତ ଭାବେ ତଦନ୍ତ ହୋଇ ସମାଧାନ ହୋଇପାରୁ ନ ଥିବାରୁ ନ୍ୟାୟାଳୟ ଉପରେ ବୋଝ ବଢ଼ୁଛି। ଏହା ବ୍ୟତୀତ ରାଜସ୍ବ ଅର୍ଥାତ୍‌ ଜମିଜମା, ପୈତୃକ ସମ୍ପତ୍ତି ଏବଂ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିକୁ ନେଇ ପରିବାର ମଧ୍ୟରେ ଦେଖାଯାଉଥିବା ଦ୍ୱନ୍ଦ୍ୱସବୁ ମୌଳିକ ସ୍ତରରେ ସମାଧାନ ହୋଇପାରନ୍ତା। ଦୁର୍ନୀତି ହେଉ କିମ୍ବା ତଳକୋର୍ଟର ଅପାରଗତା ଯୋଗୁ ଦିଆଯାଉଥିବା ନ୍ୟାୟ ସମସ୍ତଙ୍କୁ ଲାଗୁଛି ଅନ୍ୟାୟ ବଣ୍ଟା ହେଉଛି। ଫଳରେ ଉପର କୋର୍ଟକୁ ଯିବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପରେ ଆଇନଜୀବୀଙ୍କ ପ୍ରତିକ୍ରିୟା, ଭାରତର କର୍ପୋରେଟ ପୁଞ୍ଜି…

ସୁନ୍ଦରଗଡ,୧।୨ (ଜୟ ନାରାୟଣ ମେଣ୍ଡୁଳି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇନଜୀବୀ…

ମଙ୍ଗଳବାର ତାରାତାରିଣୀ ଆସିବେ ମୁଖ୍ଯମନ୍ତ୍ରୀ, ସାମୁହିକ କନ୍ଯାରତ୍ନ ବିବାହରେ…

ପୁରୁଷୋତ୍ତମପୁର,୧।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମର ବ୍ଯବସ୍ଥା ରହିଛି ।…

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri