ଅନ୍ୟାୟ ବଣ୍ଟାହେଉଛି

ସମାଧାନ ନ ହୋଇ ପଡ଼ିରହିଥିବା ଅନେକ କୋଟି ମାମଲା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଭାରାକ୍ରାନ୍ତ ହୋଇଗଲାଣି। ଏହି ବିଷୟରେ ଅନେକ ଲେଖା ଓ ଆଲୋଚନା ଏବଂ ସମ୍ମିଳନୀ କରାଯାଉଥିବା ପରିଲକ୍ଷିତ ହେଉଛି। ଅନେକ ସମ୍ମିଳନୀରେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିମାନେ ଯୋଗଦେଇ ସରକାରୀ ବ୍ୟବସ୍ଥାକୁ ଦୋଷ ଦେଉଛନ୍ତି। ଅନ୍ୟପଟେ କେନ୍ଦ୍ର ଆଇନମନ୍ତ୍ରୀଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ନ୍ୟାୟାଳୟ ଏବଂ ବିଚାରପତିମାନଙ୍କ ଉପରେ ଅପାରଗତାର ଦୋଷ ଲଦୁଛନ୍ତି। ମୂଳକଥା ହେଉଛି ଯେ, ଏହି ଦୁଇ ଶକ୍ତିଶାଳୀ ଗୋଷ୍ଠୀଙ୍କ ଅନ୍ତର୍ଦ୍ୱନ୍ଦ୍ୱ କିମ୍ବା ଲଢ଼େଇ ଫଳରେ ସାଧାରଣ ନାଗରିକ ଦେଶର ଆଇନ ବ୍ୟବସ୍ଥା ଉପରେ ବିଶ୍ୱାସ ହରାଇ ସାରିଲେଣି। ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ ଢଗକୁ ସମସ୍ତେ ବିଶ୍ୱାସ କରିଗଲେଣି।
ନିକଟରେ ପ୍ରକାଶିତ ନ୍ୟାଶନାଲ ଜୁଡିସିଆଲ ଡେଟା ଗ୍ରୀଡ୍‌ (ଏନ୍‌ଜେଡିଜି) ତଥ୍ୟ ଅନୁଯାୟୀ, ୨୦୨୫ ଅଗଷ୍ଟ ଶେଷ ସୁଦ୍ଧା ଭାରତର ସୁପ୍ରିମକୋର୍ଟରେ ୮୮,୪୧୭ ମାମଲା ବିଚାର ନ ହୋଇ ପଡ଼ିରହିଛି। ଏହା ବ୍ୟତୀତ ଏନ୍‌ଜେଡିଜି ରିପୋର୍ଟରୁ ଜଣାପଡ଼େ ଯେ, ଦେଶର ବିଭିନ୍ନ ଜିଲା କୋର୍ଟ ଓ ହାଇକୋର୍ଟଗୁଡ଼ିକରେ ପାଖାପାଖି ୫ କୋଟି ୩୯ ଲକ୍ଷ ମାମଲାର ବିଚାର ହୋଇପାରି ନାହିଁ। ଏହିସବୁ ମାମଲାରେ ସବୁଠୁ ବଡ଼ ଲିଟିଗାଣ୍ଟ ବା ପକ୍ଷ ହେଉଛନ୍ତି ସରକାର ଏବଂ ପ୍ରାୟ ୫୦% ମାମଲା ସରକାରଙ୍କ ତରଫରୁ ହୋଇଛି। ସମ୍ପତ୍ତି ଓ ଜମିକୁ ନେଇ ସମୁଦାୟ ମାମଲାର ୨୦ ପ୍ରତିଶତ ରହିଥିବା ବେଳେ ବକେୟା ମାମଲାର ଏହା ହେଉଛି ପ୍ରାୟ ୬୬ ପ୍ରତିଶତ। ଉଲ୍ଲେଖନୀୟ ଯେ, ଦେଶର ସମସ୍ତ ଜିଲା କୋର୍ଟ ଓ ହାଇକୋର୍ଟରେ ୧,୮୦,୦୦୦ରୁ ଅଧିକ ମାମଲା ୩୦ ବର୍ଷରୁ ଅଧିକ ସମୟ ଧରି ବିଚାର ନ ହୋଇ ପଡ଼ିରହିଛି। ଏଭଳି ସ୍ଥିତିର କେତୋଟି କାରଣ ମଧ୍ୟରେ ରହିଛି ବିଚାରପତିଙ୍କ ଅଭାବ ଓ ଠିକ୍‌ ସମୟରେ ସେସବୁ ପଦବୀ ପୂରଣ ହେଉନାହିଁ। ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ହାଇକୋର୍ଟଗୁଡ଼ିକରେ ଏକତୃତୀୟାଂଶ ପଦବୀ ଖାଲି ରହିଥିଲାବେଳେ ଜିଲାକୋର୍ଟଗୁଡ଼ିକରେ ୪,୭୦୦ରୁ ଅଧିକ ବିଚାରପତି ନାହାନ୍ତି। ଏହାବ୍ୟତୀତ ଦେଶରେ ବିଚାରପତି ଓ ଜନସଂଖ୍ୟା ଅନୁପାତ କମ୍‌ରହୁଛି। ୧୦ ଲକ୍ଷ ଲୋକରେ ୫୦ ଜଣ ବିଚାରପତି ରହିବା ଜାଗାରେ ଏବେ ଅଛନ୍ତି ମାତ୍ର ୧୫ ଜଣ।
ସେହିଭଳି ସୁପ୍ରିମ୍‌କୋର୍ଟର ଏବେ ସମସ୍ତ ୩୪ ବିଚାରପତି ପଦବୀ ପୂରଣ ହୋଇଥିଲେ ମଧ୍ୟ ମାମଲାର ତ୍ୱରିତ ସମାଧାନ ଆସିପାରୁ ନାହିଁ ବୋଲି କୁହାଯାଉଛି। ଏବର ବକେୟା ୮୮,୪୧୭ ମାମଲାକୁ ଦେଖିଲେ ପଦବୀ ସଂଖ୍ୟା କଦାପି ପର୍ଯ୍ୟାପ୍ତ ନୁହେଁ। ଉପରୋକ୍ତ ମାମଲାରୁ ଅଧିକାଂଶ ଦୀର୍ଘବର୍ଷ ଧରି ଗଡ଼ି ଆସିଥିବାରୁ ସହସା ସବୁର ସମାଧାନ ଅସମ୍ଭବ ଲାଗୁଛି। ସେଥିପାଇଁ ଶୀର୍ଷ ଅଦାଲତଙ୍କୁ ଅଭିନବ ଉପାୟ ବାହାର କରିବାକୁ ପଡ଼ିବ। ଏଭଳି ପରିପ୍ରେକ୍ଷୀରେ ବକେୟା ମାମଲା ହ୍ରାସ ଲାଗି ଏକ ସ୍ଥାୟୀ ବ୍ୟବସ୍ଥାର ଆବଶ୍ୟକତା ପଡ଼ିଲାଣି। ଆଇନ ସମ୍ବନ୍ଧୀୟ ନୂତନ ପ୍ରଯୁକ୍ତି ରଣନୀତିକୁ ଏ ଦିଗରେ ପ୍ରୟୋଗ କରାଗଲେ ହୁଏତ ସୁଫଳ ମିଳିପାରେ। ବିଭିନ୍ନ କୋର୍ଟରେ ୩୦ ବର୍ଷରୁ ଅଧିକ ସମୟ ବକେୟା ପଡ଼ିରହିଥିବା ମାମଲାର ଯଦିବା ସମାଧାନ ଆସିବ ତାହା ‘ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ’ ବୋଲି ଧରାଯିବ। ଏଥିସହିତ ସର୍ବୋଚ୍ଚ ଅଦାଲତ ଉପରେ କିଭଳି ଅଧିକ ବୋଝ ନ ପଡ଼ିବ, ସେଥିପାଇଁ ନିମ୍ନ କୋର୍ଟ (ସବ୍‌ଅର୍ଡିନେଟ ଜୁଡିସିଆରି)ରୁ ହାଇକୋର୍ଟ ଯାଏ ମାମଲାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯିବାର ସମୟ ଆସିଲାଣି। କେବଳ ସବୁ ଦୋଷ ନ୍ୟାୟପାଳିକା ଉପରେ ଲଦି ଦେଲେ ହେବ ନାହିଁ। ତଳ ସ୍ତରରେ ରାଜ୍ୟ ସରକାରଙ୍କ ବିଭାଗ ତରଫରୁ ନ୍ୟାୟ ମିଳୁନି ଏବଂ ବିଶେଷକରି ଅପରାଧଜନିତ ମାମଲା ପୋଲିସ ଦ୍ୱାରା ଉଚିତ ଭାବେ ତଦନ୍ତ ହୋଇ ସମାଧାନ ହୋଇପାରୁ ନ ଥିବାରୁ ନ୍ୟାୟାଳୟ ଉପରେ ବୋଝ ବଢ଼ୁଛି। ଏହା ବ୍ୟତୀତ ରାଜସ୍ବ ଅର୍ଥାତ୍‌ ଜମିଜମା, ପୈତୃକ ସମ୍ପତ୍ତି ଏବଂ ମୃତ ବ୍ୟକ୍ତିଙ୍କ ସମ୍ପତ୍ତିକୁ ନେଇ ପରିବାର ମଧ୍ୟରେ ଦେଖାଯାଉଥିବା ଦ୍ୱନ୍ଦ୍ୱସବୁ ମୌଳିକ ସ୍ତରରେ ସମାଧାନ ହୋଇପାରନ୍ତା। ଦୁର୍ନୀତି ହେଉ କିମ୍ବା ତଳକୋର୍ଟର ଅପାରଗତା ଯୋଗୁ ଦିଆଯାଉଥିବା ନ୍ୟାୟ ସମସ୍ତଙ୍କୁ ଲାଗୁଛି ଅନ୍ୟାୟ ବଣ୍ଟା ହେଉଛି। ଫଳରେ ଉପର କୋର୍ଟକୁ ଯିବା ପାଇଁ ଲୋକେ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri