୫ ବର୍ଷ ହେଲା ସରୁନି ପୂର୍ତ୍ତ ରାସ୍ତା ନିର୍ମାଣ

ଯାଜପୁର ଅଫିସ,୨୮ା୫: ପଡୋଶୀ କେନ୍ଦୁଝର ଓ କଟକ ଜିଲାର ପୂର୍ତ୍ତ (ଆର୍‌ଆଣ୍ଡବି)ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। କଟକ ଜିଲା ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡଚଣା ଓ ବରୀ ବ୍ଲକର ୧୨ଟି ରାସ୍ତା ରହିଛି। ଏହିସବୁ ରାସ୍ତା ଉପରେ ଜିଲା ପ୍ରଶାସନର ସେତେଟା କର୍ତ୍ତୃତ୍ୱ ରହୁ ନ ଥିବାରୁ ମନମୁଖି ନିର୍ମାଣ ସହ ଅର୍ଥ ହରିଲୁଟ ଯୋଗୁ ଅଧିକାଂଶ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଥିମଧ୍ୟରୁ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳୋଠାରୁ କପାଷ୍ଟିକିରି ରେଳଫାଟକ ପର୍ଯ୍ୟନ୍ତ ୫.୩ କି.ମି. ରାସ୍ତାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଗତ ପ୍ରାୟ ୫ ବର୍ଷ ହେଲା ଏହାର ପ୍ରଶସ୍ତୀକରଣ ପାଇଁ ୪ କୋଟି ୧୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଯୋଗୁ ଠିକାଦାର ରାସ୍ତା ସମ୍ପୂର୍ଣ୍ଣ ନ କରି ଅନୁଦାନର ସିଂହଭାଗ ଅର୍ଥ ହଡପ କରି ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି। ତେଣୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରା ନ ଗଲେ ୧୨ା୬ା୨୦୨୩ରେ ବଡଚଣା ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଯାଜପୁର ଜିଲା ଡୁବୁରୀଠାରୁ ବ୍ରାହ୍ମଣୀପାଳ ଯାଏ ଥିବା ୨୦ କିଲୋମିଟର ରାସ୍ତା ପୂର୍ବରୁ କେନ୍ଦୁଝର ପୂର୍ତ୍ତ ଡିଭିଜନ ଅଧୀନରେ ରହିଥିଲା। ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଯାଜପୁର ଜିଲାର ପାଣିକୋଇଲି ପୂର୍ତ୍ତ ବିଭାଗ ଡିଭିଜନକୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। କିନ୍ତୁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାବେଳେ କେନ୍ଦୁଝର ଜିଲାର ଘଟଗଁା ଡିଭିଜନକୁ ହସ୍ତାନ୍ତର କରାଯାଇଛି। ଘଟଗଁା ଡିଭିଜନରେ କାର୍ଯ୍ୟରତ ଯନ୍ତ୍ରୀମାନେ ରକ୍ଷଣାବେକ୍ଷଣ ଉପରେ ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହାବାଦ୍‌ ରାସ୍ତାର ଡାଇଭର୍ସନଗୁଡ଼ିକ ମରାମତି ଅଭାବରୁ ଭାଙ୍ଗିରୁଜି ଯାତାୟାତ ପାଇଁ ବିପଦ ସୃଷ୍ଟି କରିଛି। ଏହି କାରଣରୁ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି। ପୂର୍ବରୁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଏହି ରାସ୍ତାକୁ ପାଣିକୋଇଲି ଡିଭିଜନକୁ ହସ୍ତାନ୍ତର କରିବାକୁ ବିଭାଗୀୟ ସଚିବଙ୍କୁ ଅବଗତ କରିଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି କଟକ ଜିଲା ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାରେ ଥିବା ବଡଚଣା-ଦର୍ପଣୀ, କୃଷ୍ଣଦାସପୁର-ରତ୍ନଗିରି, ବଡ଼ଚଣା-ବାଲିଚନ୍ଦ୍ରପୁର, ଛତିଆ ଚମ୍ପାପୁର-କଳକଳା, ବୈରୀ-ଚଣ୍ଡିଖୋଲ, ଜନକ-ହଳଧରପୁର, ବାଲିଚନ୍ଦ୍ରପୁର-ଦେକୁଡି, ବନ୍ଦାଳ-ଏଣ୍ଡରପଡ଼ା ଓ ଦର୍ପଣୀ-ସିହା ରାସ୍ତା ଏବଂ ବରୀ ବ୍ଲକ ରନତ୍ଗିରି-କମ୍ପଗଡ ଓ ଦରଘା ବ୍ରାହ୍ମଣୀ ବ୍ରିଜ୍‌ଠାରୁ ହଳଦିବସନ୍ତ ରାସ୍ତା ରହିଛି। ଏହିସବୁ ରାସ୍ତାର ମରାମତି ଓ ନିର୍ମାଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ଠିକାଦାର ରାଜନୀତି ଯୋଗୁ ନିର୍ମାଣ କାର୍ଯ୍ୟର ମାନ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଉନ୍ନୟନ କମିଟିର ଅଭିଯୋଗ ଅନୁସାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ବନ୍ଦାଳୋଠାରୁ କପାଷ୍ଟିକିରି ରେଳଫାଟକ ରାସ୍ତା ଉପରେ ଯାଜପୁର ଜିଲାର ୬ ପଞ୍ଚାୟତ ଏବଂ ଢେଙ୍କାନାଳ ଜିଲାର ୪ ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକ ନିର୍ଭର କରିଥାନ୍ତି। ୭ା୧୨ା୨୦୧୮ରେ ଉକ୍ତ ରାସ୍ତାର ପ୍ରଶସ୍ତୀକରଣ ପାଇଁ ବନ୍ଦାଳୋ ଛକରେ ବଡ଼ଚଣା ବିଧାୟକ ଭୂମିପୂଜା କରିଥିଲେ। ଏହାପରେ ଠିକାଦାର ରାସ୍ତାର ଗୋଟିଏ ପାର୍ଶ୍ୱ ପୁରୁଣା ପିଚୁ ଖନନ କରି ଉଭୟ ପାର୍ଶ୍ୱ ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ୩ କି.ମି. ପର୍ଯ୍ୟନ୍ତ ଏଭଳି ଖନନ କରି ୬ ମାସ ମଧ୍ୟରେ କାର୍ଯ୍ୟ ବନ୍ଦ କରିଦେଲେ। ଫଳରେ ଧୀରେ ଧୀରେ ରାସ୍ତା ନଷ୍ଟ ହୋଇ ବଡ଼ବଡ଼ ଖାଲଖମାରେ ପରିଣତ ହୋଇଛି। ଲୋକଙ୍କ ଯାତାୟାତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ୪ ବର୍ଷ ମଧ୍ୟରେ ଅନେକ ଦୁର୍ଘଟଣା ଓ କ୍ଷୟକ୍ଷତି ହୋଇଛି। କିଛିଦିନ ତଳେ ଡଷ୍ଟ ବିଛାଇ ମରାମତି କରାଯାଇଥିଲେ ହେଁ କିଛି ଲାଭ ହୋଇପାରିନାହିଁ। ଏହି କାର୍ଯ୍ୟରେ ଜାଲ ବିଲ୍‌ ପ୍ରସ୍ତୁତ କରାଯାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥ ଆରମ୍ଭରୁ ପୂର୍ତ୍ତ ବିଭାଗର ରାସ୍ତାର ଏପରି ଦୂରବସ୍ଥା ଅନ୍ୟ କୌଣସି ଜାଗାରେ ଦୃଷ୍ଟିଗୋଚର ହୁଏ ନାହିଁ। ଏହି ମର୍ମରେ କମିଟି ପକ୍ଷରୁ ଚାରବାଟିଆ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ ଚାରବାଟିଆ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ଶନିବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri