୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ ପ୍ରସିଦ୍ଧ ଡୋକ୍ରା କାଷ୍ଟିଂ ହସ୍ତଶିଳ୍ପ ଗ୍ରାମ ଭାବେ ପରିଚିତ। ସ୍ଥାନୀୟ ଡୋକ୍ରା କାରିଗରମାନଙ୍କୁ ପ୍ରୋତ୍ସାହନ ଓ ସେମାନଙ୍କ ଦ୍ୱାରା ହସ୍ତଶିଳ୍ପର ଚାହିଦା ବୃଦ୍ଧି ପାଇଁ ୫ କୋଟି ଟଙ୍କାରେ ନିର୍ମିତ ନବଜୀବନପୁର ସଦେଇବେରେଣୀ ଗ୍ରାମରେ କଳାକୃତି ଗ୍ରାମ ୨୪ ଫେବୃଆରୀ ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଜିଲା ପ୍ରଶାସନ ଓ ସଦର ବ୍ଲକ କର୍ତ୍ତୃପକ୍ଷଙ୍କ ଅବହେଳା ପ୍ରଦର୍ଶନ ଯୋଗୁ କଳାକୃତି ଗ୍ରାମ ତାର ଗରିମା ହରାଇବାକୁ ବସିଛି। ଏପରିକି ସ୍ବୟଂ ସହାୟକ ଗୋଷ୍ଠୀ ଓ ଡୋକ୍ରା କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରକଳ୍ପ ବର୍ତ୍ତମାନ ସ୍ଥାଣୁ ହୋଇ ପଡିରହିଛି। ଗତ ୨୦ଦିନ ହେବ କଳାକୃତି ଗ୍ରାମରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇ ପଡିଥିବା ବେଳେ ସଦର ବ୍ଲକ କର୍ତ୍ତୃପକ୍ଷ ଓ ବିଦ୍ୟୁତ୍‌ ବିଭାଗ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ବିଦ୍ୟୁତ୍‌ ସେବା ବନ୍ଦ ଯୋଗୁ ଏହା ପରିସରରେ କାର୍ଯ୍ୟରତ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ, ଡୋକ୍ରା କାରିଗରଙ୍କ ସମେତ ଏହା ମଧ୍ୟରେ ରହିଥିବା ଠେକୁଆ, ବତକ ଆଦି ପାଣି ପାଇଁ ଡହଳବିକଳ ହୋଇ ପଡିଛନ୍ତି। ପାଣି ନ ଥିବାରୁ ଏହା ମଧ୍ୟରେ ରହିଥିବା ଫୁଲଗଛ ଏବଂ ଅନ୍ୟାନ୍ୟ ଗଛ ନଷ୍ଟ ହୋଇଗଲାଣି। ଏ ସମ୍ପର୍କରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀର ସଦସ୍ୟମାନେ ସଦର ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଉ ନ ଥିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ବିଡିଓ ଆୟୁଷି ମହାପାତ୍ର କହିଛନ୍ତି, କିଛିଦିନ ପୂର୍ବରୁ ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଆମେ ଜଣାଇଥିଲୁ। ପୁଣି ଆଉଥରେ ଜଣାଇବୁ ବୋଲି ବିଡିଓ କହିିଥିଲେ। ଏ ସଂକ୍ରାନ୍ତରେ ବିଦ୍ୟୁତ୍‌ ବିଭାଗ ନିର୍ବାହୀଯନ୍ତ୍ରୀ ବେଣୁଧର ଦାସ କହିଛନ୍ତି, କଳାକୃତି ଗ୍ରାମକୁ ମାଟିତଳେ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ହୋଇଛି। ତେଣୁ କେବୁଲରେ କୌଣସି ସମସ୍ୟା ରହିଥିବ। ଆମେ ତାହା କରିପାରିବୁ ନାହିଁ। ବିଡିଓ ଏ ସମ୍ପର୍କରେ ଜାଣି ନାହାନ୍ତି। ଏହା ଜିଇଡି ବିଭାଗକୁ କହି କରିବା କଥା ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ, ତତ୍କାଳୀନ ଜିଲାପାଳ ସରୋଜ କୁମାର ସେଠୀ ଏହି ପ୍ରକଳ୍ପକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ୨୮ ଜୁନ ୨୦୨୩ରେ ସେଠାରେ ଏକ ୱାଟର ଟ୍ୟାଙ୍କ ନିର୍ମାଣ କରି ବୋଟିଂ ବ୍ୟବସ୍ଥା କରିଥିଲେ। ୪ଟି ବୋଟ୍‌ ମଧ୍ୟ ରହିଥିଲା। ହେଲେ ରକ୍ଷଣାବେକ୍ଷଣା ଅଭାବରୁ ଏହି ବୋଟ୍‌ଗୁଡିକ ଏବେ ଭାଙ୍ଗରୁଜା ଅବସ୍ଥାରେ ମଧ୍ୟ ପଡିରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri