Posted inଜାତୀୟ

ନିର୍ଭୟା ଘଟଣାକୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୬ ହେଉଛି ଭାରତ ଇତିହାସର ଏକ ଅନ୍ଧକାର ଅଧ୍ୟାୟ, ଏହା ଉଲ୍ଲେଖ ହେବା କ୍ଷଣି ମନ ଭାରି ହୋଇଯାଏ। ଏହା ହେଉଛି ସେହି ଦିନ ଯେତେବେଳେ ଏକ ନିରୀହ ଝିଇ ସହିତ ଘଟିଥିଲା ଅମାନୁଷିକ କାଣ୍ଡ, ଯାହା ସମସ୍ତଙ୍କୁ ଚକିତ କରିଥିଲା। ଏହି ଦିନ ଯେତେବେଳେ ଦେଶର ଝିଇକୁ ୬ଟି ନିର୍ଦ୍ଦୟ ବ୍ୟକ୍ତିଙ୍କ ଶିକାର ହେବାକୁ ପଡିଥିଲା। ଏହି ଦିନ ଘଟିଥିଲା ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ବଳାତ୍କରେ ଘଟଣା। ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା।
ନିର୍ଭୟା ବଳାତ୍କାର ମାମଲାରେ ଲୋକଙ୍କ ମଧ୍ୟରେ ଏତେ କ୍ରୋଧ ଥିଲା ଯେ ଲୋକମାନେ ରାଜଧାନୀ ରାସ୍ତାରେ ଯାଇ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ରାଗ ଥିଲା ଯେ ସେମାନେ ବିରୋଧ କରି ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଶନିବାର (୧୬ ଡିସେମ୍ବର) ନିର୍ଭୟା ମାମଲାକୁ ୧୧ ବର୍ଷ ପୂରଣ ହୋଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୧୬, ୨୦୧୨ର ଅନ୍ଧକାର ରାତିରେ ଦକ୍ଷିଣ ଦିଲ୍ଲୀର ଏକ ଚଳନ୍ତା ବସରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅତି ର୍ନିମମ ଭାବେ ବଳାତ୍କାର କରାଯାଇଥିଲା। ଏହି ମହିଳାଙ୍କ ନାମ ଜ୍ୟୋତି ସିଂ, ଯାହାଙ୍କୁ ପରେ ନିର୍ଭୟା କୁହାଯାଉଥିଲା। ନିର୍ଭୟା ଜଣେ ଫିଜିଓଥେରାପି ଇଣ୍ଟର୍ନ ଥିଲେ ଏବଂ ମୁଭି ଦେଖିବା ପରେ ତାଙ୍କ ବନ୍ଧୁ ଅବୀନ୍ଦ୍ର ପ୍ରତାପ ପାଣ୍ଡେଙ୍କ ସହ ସାକେତରୁ ଫେରୁଥିଲେ। ସରକାରୀ ବସ ପାଇ ନ ଥିବାରୁ ଦୁହେଁ ଏକ ଘରୋଇ ବସ ନେଇ ଦକ୍ଷିଣ ଦିଲ୍ଲୀର ମୁନରିକାକୁ ଯାଇଥିଲେ। ହେଲେ ସେହି ବସରେ ଡ୍ରାଇଭର ସମେତ ୬ଜଣ ବସିଥିଲେ। ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଅତିନିର୍ଭମ ଭାବେ ନିର୍ଭୟାଙ୍କୁ ବଳାତ୍କାର କରିବା ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ଆହତ କରି କିଛି ବାଟ ନେଇ ଯିବା ପରେ ରାସ୍ତାରେ ଫୋପାଡି ଦେଇ ଚାଲି ଯାଇଥିଲେ। ପୋଲିସ ଏମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ ସୁଦ୍ଧା ୨୯ ଡିସେମ୍ବର ୨୦୧୨ରେ ସିଙ୍ଗାପୁରରେ ନିର୍ଭୟାଙ୍କର ମୃତ୍ୟୁ ହୋଇଥିଲା। ପରେ ଏହି ମାମଲା ଦେଶକୁ ଦୋହଲାଇ ଦେଇଥିଲା। ଏହି ଘଟଣାର ଦୋଷୀଙ୍କୁ ଦଣ୍ଡ ଦେବାକୁ ଆଇନରେ ବି କିଛିଟା ପରିବର୍ତ୍ତନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri