ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଟିସିଏସ୍‌, ଇନ୍‌ଫୋସିସ, ଓ୍ବିପ୍ରୋ ଏବଂ ଏଚ୍‌ସିଏଲ୍‌ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ ଲକ୍ଷ୍ୟକୁ ୨ ଗୁଣ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ୧.୬୦ ଲକ୍ଷ ଫ୍ରେସର୍ସଙ୍କୁ ଚାକିରି ଦେବେ ବୋଲି ଜଣାପଡ଼ିଛି। ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି କମ୍ପାନୀଗୁଡିକ ୮୨ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ବଜାର ଚାହିଦା ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଆଇଟି କମ୍ପାନୀଗୁଡ଼ିକ ୨ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ୪୦ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବା ଲାଗି ଟିସିଏସ୍‌ ଯୋଜନା ରଖିଥିବା ବେଳେ ଏହାକୁ ୭୮ ହଜାରକୁ ବଢ଼ାଇଛି। କମ୍ପାନୀ ଅଦ୍ୟାବଧି ୪୩ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେଇଛି। ଓ୍ବିପ୍ରୋ ଏବଂ ଇନ୍‌ଫୋସିସ୍‌ ମଧ୍ୟ ନିଯୁକ୍ତି ଲକ୍ଷ୍ୟକୁ ୨ ଗୁଣ କରି ଯଥାକ୍ରମେ ୧୭ ହଜାର ଏବଂ ୪୫ ହଜାର କରିଛନ୍ତି। ଏଚ୍‌ସିଏଲ୍‌ ମଧ୍ୟ ୨୨ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡ଼ିଛି। ଆସନ୍ତା ଆର୍ଥତ୍କ ବର୍ଷରେ ୨୫ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଓ୍ବିପ୍ରୋ ସିଇଓ ଥିଏରି ଡେଲାପୋର୍ଟେ କହିଛନ୍ତି।
ରିସର୍ଚ୍ଚ ଫାର୍ମ ଗାର୍ଟନର ମୁତାବକ,୨୦୧୨-୨୦ ମଧ୍ୟରେ ଆଇଟି କ୍ଷେତ୍ରରେ ସାରା ବିଶ୍ୱର ଖର୍ଚ୍ଚ ପ୍ରତିବର୍ଷ ୨.୫% ବଢ଼ିଛି। ଆଗାମୀ ୩ ବର୍ଷରେ ଏହା ୯%ରୁ ଊର୍ଦ୍ଧ୍ୱ ବଢ଼ିବା ନେଇ ଆକଳନ କରାଯାଇଛି। କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଡିଜିଟାଲ ଟ୍ରାନ୍ସଫରମେଶନ ଦେଖାଯାଉଛି। ଟେକ୍ନୋଲୋଜି ଦ୍ୱାରା ଖର୍ଚ୍ଚ ବଞ୍ଚାଯିବା ସହ ବାଣିଜି୍ୟକ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ହୋଇଛି। ହସ୍ପିଟାଲିଟି ଏବଂ ବିମାନ ଚଳାଚଳ କ୍ଷେତ୍ର ମହାମାରୀ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ବିଚାରକରି ବର୍ତ୍ତମାନ କଣ୍ଟାକ୍ଟଲେସ ଚେକ୍‌ ଇନ୍‌ ଭଳି କ୍ଷେତ୍ରରେ କମ୍ପାନୀଗୁଡିକ ନିବେଶ କରୁଛନ୍ତି। ଅଫ୍‌ଲାଇନ ରିଟେଲ କ୍ଷେତ୍ରରେ କାମ କରୁଥିବା କମ୍ପାନୀଗୁଡିକ ଆଇଟିରେ ନିବେଶ କରୁଥିବା ଦେଖାଯାଉଛି। ବର୍ତ୍ତମାନ କ୍ଲାଉଡ୍‌ ଆର୍କିଟେକଚର, ସାଇବର ନିରାପତ୍ତା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେଶିନ ଲର୍ନିଂ ଭଳି କ୍ଷେତ୍ରରେ ଚାହିଦା ବଢ଼ିଛି। ଫଳରେ ଏହା ଆଇଟି କ୍ଷେତ୍ର ନିଯୁକ୍ତିକୁ ବଢ଼ାଇଛି। ସେହିଭଳି କର୍ମଚାରୀଙ୍କର କମ୍ପାନୀ ଛାଡ଼ିବା ହାର ମଧ୍ୟ ବଢ଼ିଛି। ଗତ ତ୍ରୈମାସରେ ଟିସିଏସ୍‌ରେ ଏହା ୮.୬ରୁ ୧୧.୯%କୁ ବଢ଼ିଛି। ସେହିଭଳି ଓ୍ବିପ୍ରୋରେ ଏହା ୨୦% ଏବଂ ଏଚ୍‌ସିଏଲ୍‌ରେ ୧୫.୭% ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ କମ୍ପୋନେଣ୍ଟ ସେକ୍ଟରରେ ମାନ୍ଦାବସ୍ଥା ମାଡ;ନିଯୁକ୍ତି ହରାଇବେ ୧୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ,୨୫-୭: ଅଟୋ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋ କମ୍ପୋନେଣ୍ଟ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ପରିସ୍ଥିତି ଏପରି...

ମୋଦିଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଲେ ସ୍ବାତୀ

ନୂଆଦିଲ୍ଲୀ,୧୪।୧୨: ମହିଳା ସୁରକ୍ଷାକୁ ନେଇ ଆଜିକୁ ୧୨ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ବାତୀ ମାଲଓ୍ବୋଲ ଶନିବାର ପ୍ରଧାନମନ୍ତ୍ରୀ...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି: ବିଧାନସଭା ନିର୍ବାଚନକୁ ନେଇ ହେଉଛି ଆଲୋଚନା

ନୂଆଦିଲ୍ଲୀ,୭ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଛି । ରବିବାର ସକାଳେ ଏହା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ...

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା...

ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!

ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା...

ଭାରତର ଅଭିବୃଦ୍ଧି କମାଇଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୯-୩: ଗ୍ଲୋବାଲ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ (ଏସ୍‌ ଆଣ୍ଡ ପି) ବୁଧବାର ଭାରତରେ ବିକାଶ ଅନୁମାନକୁ ୨୦୨୦ ଲାଗି ୫.୨%କୁ ଖସାଇ ଦେଇଛି।...

ରାଜଧାନୀରେ କରୋନା ବେକାବୁ, ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।...

୨୫ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅଟାରି,୨୪।୧୧: ଭାରତ ମଙ୍ଗଳବାର ୨୫ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ସାଧାରଣ ଲୋକଥିବାବେଳେ ୨୦ ଜଣ ଧୀବର ରହିଛନ୍ତି।...

Advertisement
Archives

Model This Week