Posted inଜାତୀୟ

ଇସ୍ରୋ-ନାସାର ମିଳିତ ମହାକାଶ ଅଭିଯାନ, ଲଞ୍ଚ ପାଇଁ ଭାରତ ଆସିବ ନିସାର ସାଟେଲାଇଟ

ନୂଆଦିଲ୍ଲୀ,୫ ।୨: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ମିଳିତ ଭାବେ ନିର୍ମିତ ଉପଗ୍ରହ ନିସାରର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁଯାୟୀ, ଏହି ଉପଗ୍ରହ ଭାରତ ପହଞ୍ଚିବାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏହି ଉପଗ୍ରହକୁ ସୁରକ୍ଷିତ ଭାବେ ଭାରତ ପଠାଇବାକୁ ଇସ୍ରୋ ଓ ନାସାର ବୈଜ୍ଞାନିକମାନେ ବ୍ୟବସ୍ଥା କରୁଛନ୍ତି । ଭାରତ ପଠାଯିବା ପୂର୍ବରୁ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ଏହାର ଅନ୍ତିମ ବୈଦ୍ୟୁତିକ ପରୀକ୍ଷଣ ତଦାରଖ କରିଛନ୍ତି । ଏଥିପାଇଁ ସେ ଶୁକ୍ରବାର କାଲିଫର୍ନିଆରେ ଥିବା ନାସାର ଜେଟ ପ୍ରୋପଲଜନ ଲ୍ୟାବ(ଜେପିଏଲ) ପହଞ୍ଚିଥିଲେ । ଉପଗ୍ରହ ପୃଥିବୀର ସ୍ଥଳ ଏବଂ ବରଫ ପୃଷ୍ଠଗୁଡିକୁ ଅଧିକ ବିସ୍ତୃତ ଭାବେ ଅଧ୍ୟୟନ କରିବାରେ ସାହାଯ୍ୟ କରିବ ।
ଜେପିଏଲଠାରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସମାରୋହରେ ସୋମନାଥ କହିଛନ୍ତି, ଏହି ମିଶନ ବୈଜ୍ଞାନିକ ଉପକରଣ ଭାବେ ରାଡାରର ସାମର୍ଥ୍ୟର ଏକ ଶକ୍ତିଶାଳୀ ପ୍ରଦର୍ଶନ ହେବ ଓ ପୃଥିବୀର ଗତିଶୀଳ ଭୂମି ଓ ବରଫ ପୃଷ୍ଠଗୁଡିକୁ ପୂର୍ବାପେକ୍ଷା ଅଧିକ ବିସ୍ତୃତ ଭାବରେ ଅଧ୍ୟୟନ କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମରେ ଉଭୟ ସ୍ପେସ ଏଜେନ୍ସିର ବରିଷ୍ଠ ବୈଜ୍ଞନିକମାନ ଉପସ୍ଥିତ ଥିଲେ । ନାସା ଓ ଇସ୍ରୋ ମିଳିତ ଭାବେ ୨୦୧୪ରେ ୨,୮୦୦ କିଲୋଗ୍ରାମ ଓଜନର ଉପଗ୍ରହ ତିଆରି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri