Posted inଜାତୀୟ

ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ, ଲଞ୍ଚ୍‌ କଲା ଏକ୍ସପୋ ସାଟେଲାଇଟ୍‌

ଶ୍ରୀହରିକୋଟା,୧ା୧: ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଛି ଇସ୍ରୋ। ସୋମବାର ସକାଳ ୯.୧୦ରେ ପିଏସ୍‌ଏଲ୍‌ଭି-ସି୫୮ / ଏକ୍ସପୋ/ସାଟେଲାଇଟ୍‌ ଲଞ୍ଚ କରିଛି। ଏହା ଦ୍ୱାରା ସ୍ପେସ୍‌ ଏବଂ ବ୍ଲାକ୍‌ ହୋଲ୍‌ର ରହସ୍ୟ ଅନୁସନ୍ଧାନ କରାଯାଇପାରିବ। ଏହି ମିଶନର ଜୀବନକାଳ ପ୍ରାୟ ପାଞ୍ଚ ବର୍ଷ ରହିବ।

ଚେନ୍ନାଇଠାରୁ ପ୍ରାୟ ୧୩୫ କିଲୋମିଟର ପୂର୍ବରେ ଅବସ୍ଥିତ ସ୍ପେସ୍‌ ସେଣ୍ଟରରୁ ନୂଆବର୍ଷର ପ୍ରଥମ ଦିନରେ ଆଜି ସକାଳେ ଏହି ସାଟେଲାଇଟ୍‌ ଲଞ୍ଚ୍‌ କରାଯାଇଛି। ପୋଲାର ସାଟେଲାଇଟ୍‌ ଲଞ୍ଚ ଯାନ (PSLV-C58) ରକେଟ ଏହାର ୬୦ତମ ମିଶନରେ ଅନ୍ୟ ୧୦ଟି ସାଟେଲାଇଟ୍‌ ବା ଉପଗ୍ରହ ସହିତ ମୁଖ୍ୟ ପେଲୋଡ ‘ଏକ୍ସପୋସ୍ୟାଟ୍‌’ ବହନ କରିଥିଲା। ଯାହା ପୃଥିବୀର ନିମ୍ନ କକ୍ଷପଥରେ ରଖାଯିବ।

‘ଏକ୍ସ-ରେ ପୋଲରିମିଟର ସାଟେଲାଇଟ୍‌’ (XPoSAT) ଏକ୍ସରେ ଉତ୍ସଗୁଡ଼ିକର ରହସ୍ୟ ଉନ୍ମୋଚନ ଏବଂ ବ୍ଲାକ୍‌ ସ୍ପଟ୍‌ର ରହସ୍ୟମୟ ଦୁନିଆକୁ ଅଧ୍ୟୟନରେ ସାହାଯ୍ୟ କରିବ। ଇସ୍ରୋର ସୂଚନା ଅନୁଯାୟୀ, ସ୍ପେସ୍‌ ଆଧାରିତ ପୋଲାରାଇଜେଶନ ମାପରେ ଜ୍ୟୋତିର୍ବିଜ୍ଞାନ ଉତ୍ସରୁ ଏକ୍ସ-ରେ ନିର୍ଗମନ ଅଧ୍ୟୟନ କରିବା ହେଉଛି ସ୍ପେସ୍‌ ଏଜେନ୍ସିର ପ୍ରଥମ ଉତ୍ସର୍ଗୀକୃତ ବୈଜ୍ଞାନିକ ସାଟେଲାଇଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri