ସମ୍ପୂର୍ଣ୍ଣ ଗାଜା ଦଖଲ ପାଇଁ ଇସ୍ରାଏଲ୍‌ର ଯୋଜନା

ତେଲ୍‌ ଆଭିଭ୍‌,୬ା୫: ସମଗ୍ର ଗାଜାଷ୍ଟ୍ରିପ୍‌କୁ ଦଖଲ କରି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବା ଯୋଜନାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କ୍ୟାବିନେଟ୍‌ ସୋମବାର ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ପାଲେଷ୍ଟାଇନ୍‌ ଅଞ୍ଚଳରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ବଢ଼ିବ। ସୋମବାର ସକାଳେ ଇସ୍ରାଏଲ୍‌ର କ୍ୟାବିନେଟ ମନ୍ତ୍ରୀମାନେ ଭୋଟ ଜରିଆରେ ନୂଆ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଅନେକ ହଜାର ରିଜର୍ଭ ସୈନ୍ୟଙ୍କୁ ଡକାଯାଇଥିବା କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ମୁଖ୍ୟ କହିଥିଲେ। ହମାସ୍‌କୁ ପରାଜିତ କରି ଗାଜାକୁ ଆକ୍ରମଣରୁ ମୁକ୍ତ କରିବା ପାଇଁ ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିବା ଜେରୁଜେଲମ୍‌ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ଲକ୍ଷାଧିକ ପାଲେଷ୍ଟିନୀୟ ଦକ୍ଷିଣ ଗାଜାରେ ପ୍ରବେଶ କରିବା ସୁଯୋଗ ପାଇବେ।
ମାର୍ଚ୍ଚ ମଧ୍ୟଭାଗରେ ଅସ୍ତ୍ରବିରତି ଚୁକ୍ତି ଭଙ୍ଗ ହେବା ପରେ ଇସ୍ରାଏଲ୍‌ ଗାଜାରେ ଜୋର୍‌ଦାର ଆକ୍ରମଣ ଚଳାଇଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହା ଅନେକ ଅଞ୍ଚଳକୁ ଦଖଲ କରିବା ସହ ଗାଜାରେ ପାଖାପାଖି ୫୦ ପ୍ରତିଶତକୁ ନିଜ ନିୟନ୍ତ୍ରଣରେ ରଖିଛି। ୧୯ ମାସ ହେବ ଲାଗିରହିଥିବା ଯୁଦ୍ଧ ଯୋଗୁ ଗାଜାରେ ମାନବୀୟ ସଙ୍କଟ ଉତ୍କଟ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଅସ୍ତ୍ରବିରତି ଉଲ୍ଲଂଘନ ପୂର୍ବରୁ ଇସ୍ରାଏଲ୍‌ ସେଠାକୁ ଖାଦ୍ୟ, ଇନ୍ଧନ, ପାଣି ଆଦି ମାନବୀୟ ସହାୟତା ବନ୍ଦ କରିଦେଇଥିଲା। ଫଳରେ କ୍ଷୁଧା ଓ ଖାଦ୍ୟାଭାବ ଯୋଗୁ ଗାଜାରେ ଲୁଟ୍‌ପାଟ ବଢ଼ିଛି। ଇସ୍ରାଏଲୀ ଅଧିକାରୀଙ୍କ କହିବା ଅନୁଯାୟୀ, ସମ୍ପୂର୍ଣ୍ଣ ଗାଜା ଦଖଲ ଫଳରେ ମାନବୀୟ ସହାୟତା ବଣ୍ଟନରୁ ହମାସ୍‌ ଆତଙ୍କବାଦୀଙ୍କୁ ଦୂରେଇ ରଖାଯିବ। ହମାସ୍‌ ଉକ୍ତ ସହାୟତାକୁ ନିଜ ପାଇଁ ରଖି ଏହାର ସାମର୍ଥ୍ୟ ବଢ଼ାଉଛି। ସହାୟତା ବନ୍ଦ ହେଲେ ହମାସ୍‌ ଉପରେ ଏହା ବଡ଼ ଆକ୍ରମଣ ହେବ। ଗାଜାକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ଏହାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଯୋଜନା ସମ୍ପର୍କରେ ଇସ୍ରାଏଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଅନ୍ୟ ଦେଶ ସହ ଆଲୋଚନା କରିଛି। ତେବେ ଇସ୍ରାଏଲ୍‌ର ଏଭଳି କାର୍ଯ୍ୟକୁ ଏହାର ସହଯୋଗୀ ୟୁରୋପୀୟ ରାଷ୍ଟ୍ର ଆରବ ଦେଶଗୁଡ଼ିକ ନିନ୍ଦା କରିଛନ୍ତି। ଅସ୍ତ୍ରବିରତି ଚୁକ୍ତିକୁ ଅଧିକ କୋହଳ କରିବା ପାଇଁ ଇସ୍ରାଏଲ୍‌ ହମାସ୍‌ ଉପରେ ଚାପ ପକାଇ ଆସୁଛି। ଅନ୍ୟପକ୍ଷରେ ନୂଆ ଚୁକ୍ତି ପାଇଁ ଉଭୟ ପକ୍ଷଙ୍କୁ ଏକାଠି କରିବା ଲାଗି ଅନ୍ତର୍ଜାତୀୟ ମଧ୍ୟସ୍ଥମାନେ ଉଦ୍ୟମ ଚଳାଇଛନ୍ତି। ଯୁଦ୍ଧ ବନ୍ଦ ପାଇଁ ଚୁକ୍ତିନାମା ଆଣିବାକୁ ହମାସ୍‌ ଦାବି କରୁଛି। ତେବେ ହମାସ୍‌ ପରାଜିତ ନ ହେବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ୍‌ ଚାହୁଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri