ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ମାର୍ଜାୟୁନ୍‌,୨୪ା୯: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ହେଜ୍‌ବୋଲ୍ଲା ବିରୋଧରେ ଆହୁରି ଘାତକ ଏୟାରଷ୍ଟ୍ରାଇକ୍‌ ହେବାକୁ ଥିବାରୁ ଲେବାନନ୍‌ର ଦକ୍ଷିଣ ଏବଂ ପୂର୍ବାଞ୍ଚଳରୁ ଲୋକମାନଙ୍କୁ ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ ସେନା ସତର୍କ କରିଦେଇଛି। ଦକ୍ଷିଣ ଭାଗରୁ ଅନେକ ହଜାର ଲେବାନିଜ୍‌ ପଳାୟନ କରୁଥିବାରୁ ବେରୁଟ୍‌ ଆଡ଼କୁ ଯାଇଥିବା ମୁଖ୍ୟ ରାଜପଥରେ ଗାଡ଼ି ଜାମ୍‌ ଦେଖିବାକୁ ମିଳିଛି। ୨୦୦୬ର ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧ ପରେ ଏହା ସବୁଠୁ ବଡ଼ ଗଣପଳାୟନ।
ଇସ୍ରାଏଲ୍‌ ସେନା ସୋମବାର ୩୦୦ଟି ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଘୋଷଣା କରିଛି। ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଆତଙ୍କବାଦୀ ସଂଗଠନର ଅସ୍ତ୍ରାଗାରଗୁଡ଼ିକୁ ଟାର୍ଗେଟ କରାଯାଉଛି। ଦକ୍ଷିଣ ଏବଂ ପୂର୍ବ ବେକା ଭ୍ୟାଲିରେ ଥିବା ଟାଉନ୍‌ଗୁଡ଼ିକର କେତେକ ଆବାସିକ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ବେରୁଟ୍‌ ସୀମାରୁ ୮୦ ମାଇଲ ଦୂର କେନ୍ଦ୍ରୀୟ ଲେବାନନ୍‌ର ଏକ ଜଙ୍ଗଲ ଅଞ୍ଚଳରେ ମଧ୍ୟ ବୋମାମାଡ଼ କରାଯାଇଛି। ହେଜ୍‌ବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ଅଞ୍ଚଳରୁ ସାଧାରଣ ଲୋକେ ତୁରନ୍ତ ପଳାଇଯିବାକୁ ଇସ୍ରାଏଲୀ ସେନା ମୁଖପାତ୍ର ଡାନିଏଲ୍‌ ହଗାରି କହିଛନ୍ତି।
ଅନ୍ୟପକ୍ଷରେ ହେଜ୍‌ବୋଲ୍ଲା ଗାଲିଲିସ୍ଥିତ ଇସ୍ରାଏଲୀ ସାମରିକ ଘାଟି ଉପରେ ବହୁସଂଖ୍ୟାରେ ରକେଟ ମାଡ଼ କରିଥିବା ଏକ ବିବୃତିରେ କହିଛି। ଏହା ବ୍ୟତୀତ ହାଇଫାରେ ରହିଥିବା ରାଫେଲ୍‌ ପ୍ରତିରକ୍ଷା କାରଖାନାକୁ ଦ୍ୱିତୀୟ ଦିନ ପାଇଁ ହେଜ୍‌ବୋଲ୍ଲା ଟାର୍ଗେଟ କରିଥିଲା। ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡରଙ୍କ ସମେତ ଅନେକ ଲଢ଼ୁଆ ନିହତ ହେବା ପରେ ଏହାର ଜବାବ ଦେବାକୁ ଯାଇ ଉକ୍ତ ଆତଙ୍କବାଦୀ ସଂଗଠନ ଉତ୍ତର ଇସ୍ରାଏଲ୍‌ରେ ୧୫୦ରୁ ଅଧିକ ରକେଟ, ମିଶାଇଲ ଏବଂ ଡ୍ରୋନ୍‌ ମାଡ଼ କରିଥିଲା। ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ର ଚେତାବନୀ ସତ୍ତ୍ୱେ ଅନେକ ଲୋକ ଏହାର ଟାର୍ଗେଟ ସ୍ଥାନ ନିକଟରେ ରହିଥିବା ଦେଖାଯାଇଛି। ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ଲେବାନନ୍‌ରେ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ସେପଟେ ପାଖାପାଖି ବର୍ଷେ ହେଲା ଇସ୍ରାଏଲୀ ସେନା ଗାଜାରେ ହମାସ୍‌ ବିରୋଧରେ ଯୁଦ୍ଧ ଚଳାଇଛି। ପାଲେଷ୍ଟାଇନ୍‌ ଏବଂ ହମାସ୍‌କୁ ସମର୍ଥନ ଜଣାଇ ହେଜ୍‌ବୋଲ୍ଲା ଏହାର ଆକ୍ରମଣ ଜାରି ରଖିବା ବୋଲି ପ୍ରତିଜ୍ଞା କରିଛି।
ଗତ ମଙ୍ଗଳବାର ଏବଂ ବୁଧବାର ହେଜ୍‌ବୋଲ୍ଲା ଯୋଦ୍ଧାମାନଙ୍କୁ ଟାର୍ଗେଟ କରି ହଜାର ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏଥିରେ ୨ ପିଲାଙ୍କ ସମେତ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଶୁକ୍ରବାର ବେରୁଟ୍‌ରେ ଇସ୍ରାଏଲ୍‌ ଏୟାରଷ୍ଟ୍ରାଇକ୍‌ କରିବାରୁ ବୈଠକରେ ଯୋଗଦେଇଥିବା ହେଜ୍‌ବୋଲ୍ଲାର କେତେଜଣ ବରିଷ୍ଠ ସଦସ୍ୟ ନିହତ ହୋଇଥିଲେ। ଆଗକୁ ଖରାପ ଦିନ ଆସୁଛି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୋମବାର ଦେଶବାସୀଙ୍କୁ ସତର୍କ କରାଇବା ସହ ଏକତା ବଜାୟ ରଖିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?