ନୂଆବର୍ଷରେ ଇସ୍ରାଏଲର ବଡ଼ ନିଷ୍ପତ୍ତି: ଗାଜାରେ ଲଢୁଥିବା ୫ ବ୍ରିଗେଡଙ୍କୁ ଫେରାଇ ଆଣିବ…

ଜେରୁଜେଲମ,୧।୧ : ଗତ ତିନି ମାସ ଧରି ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। ବହୁ ଲୋକ ବାସ କରୁଥିବା ଗାଜାକୁ ହମାସ ନିଜର ସାମରିକ ବେସ୍‌ କରିଛି। ଇସ୍ରାଏଲ ସୈନ୍ୟବାହିନୀ ମଧ୍ୟ ଗାଜାରେ ପ୍ରବେଶ କରିଛନ୍ତି ଏବଂ ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି। ନୂଆ ବର୍ଷରେ ଇସ୍ରାଏଲ ଗାଜାରୁ ୫ ବ୍ରିଗେଡ ପ୍ରତ୍ୟାହାର କରି ହମାସକୁ ଧ୍ୱଂସ କରିବା ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି।

ଇସ୍ରାଏଲ ଆର୍ମି (ଆଇଡିଏଫ) ମଧ୍ୟଯୁଦ୍ଧରୁ ଏହାର ୫ଟି ଯୁଦ୍ଧ ବ୍ରିଗେଡ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏହି ବ୍ରିଗେଡ ଗାଜାରେ ପ୍ରବେଶ କରି ହମାସ ସହିତ ଯୁଦ୍ଧ କରୁଛନ୍ତି। ସୈନିକମାନଙ୍କୁ ପ୍ରତ୍ୟାହାର କରିବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ କିଛି ଦିନ ବିଶ୍ରାମ ଦେବା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇଡିଏଫ ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି ନୂଆ ବର୍ଷରେ କିଛି ସୈନିକ ନିଜ ପରିବାରକୁ ଫେରିବେ, ଯାହା ଦ୍ୱାରା ସେମାନେ ଆଗକୁ ଲଢ଼େଇ ଜାରି ରଖି ପାରିବେ। କିଛି ଦିନ ବିଶ୍ରାମ ନେବା ପରେ, ଏହି ସୈନିକମାନେ ପୁନର୍ବାର ଯୁଦ୍ଧ କରିବେ।

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ଏହି ଯୁଦ୍ଧରେ ଉଭୟ ଦେଶର ଲୋକଙ୍କୁ ହତ୍ୟା କରାଯାଉଛି। ବର୍ତ୍ତମାନ ଇସ୍ରାଏଲ ସୈନ୍ୟବାହିନୀ ଗାଜାରେ ପ୍ରବେଶ କରି ହତ୍ୟାକାଣ୍ଡ ଘଟାଇଥିବାବେଳେ ହମାସ ଆତଙ୍କବାଦୀମାନେ ଲୋକଙ୍କ ମଧ୍ୟରେ ଲୁଚି ନିଜ ଜୀବନ ରକ୍ଷା କରୁଛନ୍ତି। ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଆକଳନ ଜାରି କରି କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଥିବାବେଳେ ୨୮୬ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେପର୍ଯ୍ୟନ୍ତ ହମାସ ଆମ ଲୋକଙ୍କୁ ବନ୍ଧକ ରଖିଛି ସେ ପର୍ଯ୍ୟନ୍ତ ଯୁଦ୍ଧ ଏହିପରି ଜାରି ରହିବ। ଇସ୍ରାଏଲ ସୈନ୍ୟବାହିନୀ ଗାଜା ରେ ପ୍ରବେଶ କରି ହମାସ ଏବଂ ଏହାର ଆତଙ୍କବାଦୀଙ୍କ ଟନେଲକୁ ନଷ୍ଟ କରୁଥିବାବେଳେ ହମାସ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। କିନ୍ତୁ ଏହି ଯୁଦ୍ଧରେ ସାଧାରଣ ନାଗରିକମାନଙ୍କର ମଧ୍ୟ ଜୀବନ ଯାଉଥିବାରୁ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri