ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍‌,୨ା୧୧: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଚାଲିଛି। ଖାଦ୍ୟଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଏବଂ ଇଣ୍ଟରନେଟ୍‌ ପର୍ଯ୍ୟନ୍ତ ସବୁକିଛି ଗାଜାରେ ବନ୍ଦ ରହିଛି। ଏଥିସହିତ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଉତ୍ତର ଗାଜାର ମୁଖ୍ୟ ଡାକ୍ତରଖାନାରେ ଜେନେରେଟର ସେବା ଗୁରୁବାର ସକାଳେ ବନ୍ଦ ହୋଇଯାଇଥିଲା। ଫଳରେ ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଡାକ୍ତରଖାନା ଜବାଲିଆ ଶରଣାର୍ଥୀ ଶିବିର ନିକଟରେ ରହିଛି। ଯେଉଁଠାରେ ଇସ୍ରାଏଲ ନିକଟରେ ଆକ୍ରମଣ କରିଥିଲା। ସୂଚନା ଅନୁଯାୟୀ, ଡାକ୍ତରଖାନା ଏକ ଛୋଟ ବ୍ୟାକ୍‌ଅପ୍‌ ଜେନେରେଟରରେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ମୁନ୍ନା: ପେନସିଲ ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟ୍‌

ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍‌ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ଆଜି ଭାରତ ବନ୍ଦ: ଜାଣନ୍ତୁ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୧୨।୨(ସୁନିତ୍‌ ମିଶ୍ର):ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ଗୁରୁବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ…

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି।…

୨୦୨୫-୨୬ ଆର୍ଥିକ ବର୍ଷରେ କମିପାରେ ପ୍ରତ୍ୟକ୍ଷ କର ସଂଗ୍ରହ, ଚିନ୍ତାରେ ସରକାର

ନୂଆଦିଲ୍ଲୀ,୧୧।୨: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସରକାର ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri