ୟେମେନ୍‌ ରାଜଧାନୀରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

କାଇରୋ,୨୫ା୮: ଇରାନ ସମର୍ଥତ୍ତ ୟେମେନ୍‌ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍‌ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍‌ ରାଜଧାନୀ ସାନା ଉପରେ ଜୋର୍‌ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଦ୍ରୋହୀଙ୍କ ଦ୍ୱାରା ବ୍ୟବହୃତ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି। ୟେମେନ୍‌ର ମିଶାଇଲ୍‌ ବେସ୍‌, ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ଅଞ୍ଚଳରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ୟେମେନ୍‌ ସୁରକ୍ଷା ବଳ ସୂତ୍ରରୁ ଆକ୍ରମଣ ସୂଚନା ଦିଆଯାଇଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ରଏଟର୍ସକୁ ଏହି ଖବର ଦେଇଛନ୍ତି। ଆକ୍ରମଣରେ କେନ୍ଦ୍ରୀୟ ସାନାରେ ଥିବା ଏକ ମ୍ୟୁନିସିପାଲିଟି ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ସେଠାରେ କେତେଜଣ ମୃତାହତ ହୋଇଛନ୍ତି। ସେହିପରି ହୋଡେଇଡା ବନ୍ଦର ସହରରେ ମଧ୍ୟ ଆକ୍ରମଣ ହୋଇଥିବା ଏକ ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ।
ଗତ ଶୁକ୍ରବାର ହୁଟି ପକ୍ଷରୁ ଇସ୍ରାଏଲୀ ଅଞ୍ଚଳକୁ ଟାର୍ଗେଟ କରି ମିଶାଇଲ୍‌ ମାଡ଼ କରାଯାଇଥିଲା। ଇସ୍ରାଏଲ୍‌ ବିରୋଧରେ ପ୍ରଥମ ଥର ପାଇଁ ଏଭଳି କ୍ଲଷ୍ଟର ଓ୍ବାର୍‌ହେଡ୍‌ ବ୍ୟବହାର କରିଥିଲା। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ୍‌ ଏବଂ ହମାସ୍‌ ବିରୋଧରେ ଯୁଦ୍ଧ ଜାରି ରହିଥିବାବେଳେ ହୁଟି ଆତଙ୍କବାଦୀମାନେ ବିଭିନ୍ନ ସମୟରେ ଇସ୍ରାଏଲ୍‌କୁ ଟାର୍ଗେଟ କରି ମିଶାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ କରୁଛନ୍ତି। ହୁଟି ଆକ୍ରମଣ ଯୋଗୁ ଗତ ୨ ବର୍ଷ ମଧ୍ୟରେ ଲୋହିତ ସାଗରରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୨୦୨୩ ନଭେମ୍ବରରୁ ୨୦୨୪ ଡିସେମ୍ବର ମଧ୍ୟରେ ହୁଟି ଗ୍ରୁପ୍‌ ଶତାଧିକ ଜାହାଜକୁ ଟାର୍ଗେଟ କରି ମିଶାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ କରିଥିଲେ। ଯୁଦ୍ଧବିରତି ବେଳେ ଏହି ଆକ୍ରମଣ ସାମୟିକ ଭାବେ ବନ୍ଦ ରହିଥିବାବେଳେ ପୁନର୍ବାର ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri