ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୨୪ ମୃତ, ୯୩ ଆହତ

ଜେରୁଜେଲମ୍‌,୬ା୧୦: ରବିବାର ଗାଜା ମସ୍‌ଜିଦ୍‌ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ କରିଛି। ଫଳରେ ଏହି ଆକ୍ରମଣରେ ଅତି କମ୍‌ରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୩ ଜଣ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ରୀୟ ଗାଜା ଅଞ୍ଚଳର ଦେର୍‌ ଅଲ୍‌-ବଲାହସ୍ଥିତ ଅଲ୍‌-ଆକସା ହସ୍ପିଟାଲ ନିକଟରେ ଥିବା ଏକ ମସ୍‌ଜିଦ ଉପରେ ଏହି ଆକ୍ରମଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ମସ୍‌ଜିଦ୍‌ରେ ବିସ୍ଥାପିତ ଲୋକ ରହୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏହି ଏୟାରଷ୍ଟ୍ରାଇକ୍‌ ସମ୍ପର୍କରେ ଇସ୍ରାଏଲ ସେନା ଏକ ବିବୃତ୍ତିରେ କହିଛି ଯେ, ଦେର୍‌ ଅଲ୍‌-ବଲାହ ଅଞ୍ଚଳରେ ଥିବା ‘ଶୁହାଦା ଅଲ-ଆକ୍‌ସା’ ମସ୍‌ଜିଦରେ ଥିବା ହମାସ ଆତଙ୍କବାଦୀଙ୍କ ଉପରେ ଏକ ବଡ଼ଧରଣର ଆକ୍ରମଣ କରାଯାଇଥିଲା। ଏହି ଆତଙ୍କବାଦୀମାନେ ଏଠାରେ ଆଡ୍ଡା ଜମାଇ ଟାର୍ଗେଟ୍‌ କରୁଥିଲେ।

ଗାଜାରେ ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ‘ଗାଜାର ୧୨୪୫ ମସ୍‌ଜିଦ ମଧ୍ୟରୁ ୮୧୪ଟି ନଷ୍ଟ ହୋଇଯାଇଛି। ଏବଂ ଇସ୍ରାଏଲର ଆକ୍ରମଣରେ ଅନ୍ୟ ୧୪୮ଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଜାଣିଶୁଣି ଟାର୍ଗେଟ କରାଯାଇଥିବା ୬୦ କବରସ୍ଥାନ ମଧ୍ୟରୁ ୧୯ଟିକୁ ଜାଣିଶୁଣି ନଷ୍ଟ କରିଦିଆଯାଇଛି।

ଇସ୍ରାଏଲ ବିରୋଧରେ ସମାଧି ଅପବିତ୍ର କରିବା, ମୃତଦେହ ଖୋଳିବା ଏବଂ ମୃତକଙ୍କ ବିରୋଧରେ ହିଂସା କରିଥିବା ଅଭିଯୋଗ କରିଛି ଗାଜା। ଏହା ବ୍ୟତୀତ ସେ ତାଙ୍କ ମୃତଦେହ ଚୋରି କରି ବଦଳାଉଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ଏହି ଅଞ୍ଚଳରେ ଗ୍ରାଉଣ୍ଡ ଆକ୍ରମଣରେ ଇସ୍ରାଏଲ ସୈନ୍ୟ ଏହାର ୨୩୮ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହା ବ୍ୟତୀତ ଅନ୍ୟ ୧୯ ଜଣଙ୍କୁ ଅଟକ ରଖିଥିବା ଗାଜା ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri