ଗାଜାକୁ ସମ୍ପୂର୍ଣ୍ଣ ଅବରୋଧ କରିବ ଇସ୍ରାଏଲ୍‌

ଜେରୁଜେଲମ୍‌,୧୦ା୧୦: ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀ ଏବଂ ଇସ୍ରାଏଲ୍‌ ସେନା ମଧ୍ୟରେ ସୋମବାର ତୃତୀୟ ଦିନ ପାଇଁ ଘମାଘୋଟ ଲଢ଼େଇ ଲାଗିରହିଥିବାବେଳେ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଅବରୋଧ କରିବା ଲାଗି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ଉକ୍ତ ଅଞ୍ଚଳକୁ ବିଦ୍ୟୁତ୍‌, ପାଣି, ଖାଦ୍ୟ ଓ ଗ୍ୟାସ୍‌ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗାଲାଣ୍ଟ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ପାଲେଷ୍ଟାଇନ୍‌ର ଉକ୍ତ ଅଞ୍ଚଳରେ ଇସ୍ରାଏଲ୍‌ ସେନା ଆକାଶ ମାର୍ଗରୁ ବୋମା ମାଡ଼ ଜାରି ରଖିଛି।
ହମାସ୍‌ ଆତଙ୍କବାଦୀମାନେ ଶନିବାର ସୀମା ଅତିକ୍ରମ କରି ଦକ୍ଷିଣ ଇସ୍ରାଏଲ୍‌ ଉପରେ ରକେଟ ମାଡ଼ କରିବା ସହ ଆକ୍ରମଣ ଚଳାଇଥିବାବେଳେ ଏହାର ଜବାବରେ ଇଜିପ୍ଟ ଯୁଦ୍ଧ ଘୋଷଣା କରିଥିଲା। ଇତିମଧ୍ୟରେ ଉଭୟ ପକ୍ଷରୁ ପାଖାପାଖି ୧,୩୬୦ ଲୋକ ପ୍ରାଣ ହରାଇଲେଣି। ହମାସ୍‌ ଆକ୍ରମଣରେ ୪୪ ସୈନ୍ୟଙ୍କ ସମେତ ୮୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ପ୍ରାଣ ହରାଇଥିବାବେଳେ ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ସେନାର ଜବାବୀ ଆକ୍ରମଣରେ ୫୬୦ରୁ ଅଧିକ ନିହତ ହେଲେଣି। ହମାସ୍‌ର ବନ୍ଧୁକଧାରୀମାନେ କିବୁଜ୍‌ ରେଇମ୍‌ ନିକଟରେ ଚାଲିଥିବା ଏକ ସଙ୍ଗୀତ ଉତ୍ସବରେ ପ୍ରବେଶ କରି ଆକ୍ରମଣ କରିବାରୁ ୨୫୦ ଲୋକଙ୍କ ମୃତ୍ୟୁ ଘଟିଛି। ହମାସ୍‌ ପକ୍ଷରୁ ରକେଟ ମାଡ଼ ଜାରି ରହିଥିବାବେଳେ ସେମାନେ ଅନୂ୍ୟନ ୧୦୦ ଜଣଙ୍କୁ ବନ୍ଦୀକରି ରଖିଛନ୍ତି। ଗାଜାକୁ ଅବରୋଧ ପାଇଁ ଇସ୍ରାଏଲ୍‌ ଏହାର ସେନାକୁ ନିର୍ଦ୍ଦେଶ ଦେଇଥିବାରୁ ସେଠାକୁ ବାହାରୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ ନାହିଁ। ସେଠାରୁ ବାହାରକୁ ମଧ୍ୟ କେହି ଯାଇପାରିବେ ନାହିଁ। ଜାହାଜ ଓ ବିମାନ ଚଳାଚଳଠାରୁ ଆରମ୍ଭ କରି ସମସ୍ତ ରାସ୍ତାଘାଟକୁ ବନ୍ଦ କରିଦିଆଯିବ।
ଗାଜାରୁ ହମାସ୍‌ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ଇସ୍ରାଏଲ୍‌ ଦକ୍ଷିଣ ଭାଗର କେତେକ ଅଞ୍ଚଳ ଦଖଲ କରିଥିବାବେଳେ ଇସ୍ରାଏଲୀ ସେନା ଉକ୍ତ ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଥିବା ସୋମବାର ଦାବି କରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଯୁଦ୍ଧ ଘୋଷଣା କରିଥିବାବେଳେ ସେମାନଙ୍କ ଆଡ୍ଡାସ୍ଥଳକୁ ସମ୍ପୂର୍ଣ୍ଣ ଧୂଳିସାତ୍‌ କରିଦେବାକୁ ସଂକଳ୍ପ କରିଛନ୍ତି। ଯୁଦ୍ଧ ତୃତୀୟ ଦିନରେ ପହଞ୍ଚତ୍ଥିବାବେଳେ ଇସ୍ରାଏଲୀ ସେନାର ବୋମାମାଡ଼ ଯୋଗୁ ଗାଜା ଷ୍ଟ୍ରିପ୍‌ରୁ ୧,୨୩,୦୦୦ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ୧୫୯ଟି ଘର ଭାଙ୍ଗିଥବାବେଳେ ୧,୨୧୦ ଘର ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି।
ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତୁର୍କୀ ରାଷ୍ଟ୍ରପତି ରେସିପ ତାୟିପ୍‌ ଏର୍ଡୋଗାନ ଏବଂ ଲେବାନନ ପ୍ରଧାନମନ୍ତ୍ରୀ ନଜିବ ମିକାଟି ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଯୁଦ୍ଧ ବନ୍ଦ ଲାଗି ଉଦ୍ୟମ ଜାରି ରଖିବେ ବୋଲି ଏର୍ଡୋଗାନ କହିଛନ୍ତି। ଇସ୍ରାଏଲ୍‌ ଆକ୍ରମଣରେ ଲେବାନନ୍‌ର ଜଣେ ହେଜବୋଲ୍ଲା ସଦସ୍ୟ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ହେଜବୋଲ୍ଲା ସଦସ୍ୟମାନେ ଇସ୍ରାଏଲ୍‌ରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ବୋଲି ଜେରୁଜେଲମ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ହମାସ ବିଦ୍ରୋହୀମାନେ ଜଣେ ଚାଇନିଜ୍‌-ଇସ୍ରାଏଲୀ ମହିଳାଙ୍କୁ ଅପହରଣ କରିନେଇ ବନ୍ଦୀ ରଖିଥିବା ତେଲ୍‌ ଆଭିଭ୍‌ସ୍ଥିତ ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri