ଇସ୍ରାଏଲ ଯୁଦ୍ଧ ଅନ୍ତରାଳେ

ଇସ୍ରାଏଲର ରାଜଧାନୀ ତେଲ୍‌ ଆଭିଭର ରାସ୍ତାରେ କଫି ଓ ବ୍ରେଡ୍‌ ରୋଲ୍‌ର ଆନନ୍ଦ ନେଉଥିବା ନାଗରିକମାନେ ସେମାନଙ୍କଠାରୁ ୬୯ କି.ମି. ଦୂରରେ ଥିବା ଗାଜାର ଲୋକଙ୍କ ଉପରେ ହେଉଥିବା ବୋମାମାଡ଼ ଓ ଗୁଳିଗୋଳା ବର୍ଷଣ ସମ୍ପର୍କରେ ଚିନ୍ତା କରିବା କଷ୍ଟକର। ପୃଥିବୀରେ ସମାଜ ଅଧିକ ସୁସଂଗଠିତ ଓ ଉନ୍ନତ ହେଉଥିବା ମନେ ହେଉଥିଲେ ମଧ୍ୟ ଅନ୍ୟମାନଙ୍କ ଯନ୍ତ୍ରଣାକୁ ପାସୋରିଯିବା ଏବେ ସହଜ ହୋଇଯାଇଛି। କହିବାର ଅର୍ଥ ଏହା ନୁହେଁ ଯେ, ଇସ୍ରାଏଲ ନାଗରିକମାନେ ଯୁଦ୍ଧ ସମ୍ପର୍କରେ ଜାଣୁନାହାନ୍ତି କି ଅନୁଭବ କରୁନାହାନ୍ତି। ସେମାନେ ସବୁବେଳେ ଟିଭିରେ ଗାଜାର ଧ୍ୱଂସଲୀଳା ଏବଂ ଏ ସମ୍ପର୍କିତ ତାଜା ଖବର ଦେଖିପାରୁଛନ୍ତି। ଯୁଦ୍ଧକୁ ନେଇ କ୍ରୋଧ, ଏହାକୁ ଜାରି ରଖିବାରେ ବେଞ୍ଜାମିନ ନେତାନ୍ୟାହୁଙ୍କ ପଦକ୍ଷେପ ଏବଂ ଇସ୍ରାଏଲ ଗଣତନ୍ତ୍ରର ନ୍ୟାୟପାଳିକା ଓ ଅନ୍ୟ ସଂସ୍ଥାଗୁଡ଼ିକୁ ଦୁର୍ବଳକରି ରଖିବାରେ ତାଙ୍କ ଚେଷ୍ଟାକୁ ସବୁଠି ବିଶେଷକରି ତେଲ୍‌ ଆଭିଭରେ ଲୋକେ ସ୍ପଷ୍ଟଭାବେ ଅନୁଭବ କରିପାରୁଛନ୍ତି।
ପ୍ରତିଦିନ ଯୁଦ୍ଧ ବିରୋଧୀ ପ୍ରତିବାଦ ବା ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏହା ବ୍ୟତୀତ ନେତାନ୍ୟାହୁଙ୍କ ଏକଚ୍ଛତ୍ରବାଦ ପଥରେ ବାଧା ଦେଉଥିବା ସରକାରୀ ଅଧିକାରୀମାନଙ୍କୁ ଚାକିରିରୁ ବାହାର କରିଦିଆଯିବା ବିରୋଧରେ ମଧ୍ୟ ପ୍ରତିବାଦ ହେଉଛି। ଲୋକେ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍‌ରେ ଥିବା ଚରମପନ୍ଥୀଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସେମାନଙ୍କୁ ଫାସିବାଦୀ ଓ ଯୁଦ୍ଧ ଅପରାଧୀ ଭାବେ ଦେଖୁଛନ୍ତି। ଟ୍ରମ୍ପ ଓ ନେତାନ୍ୟାହୁଙ୍କ ମଧ୍ୟରେ କାହାର କାହା ଉପରେ ଅଧିକ ପ୍ରଭାବ ରହିଛି ତାହାକୁ ନେଇ ମଧ୍ୟ ଆଲୋଚନା ହେଉଛି। ଇସ୍ରାଏଲ ଡିଫେନ୍ସ ଫୋର୍ସର ଜଣେ ପୂର୍ବତନ ଫାଇଟର ପାଇଲଟ ମୋତେ କହିଥିଲେ, ସେ ଯୁଦ୍ଧରେ ଆଉ ଭାଗ ନେବେ ନାହିଁ ଏବଂ ସେ ଏ ବିଷୟକୁ ଗ୍ରହଣ କରନ୍ତି ନାହିଁ। ଅନ୍ୟ ଜଣେ କହିଥିଲେ,ତାଙ୍କ ପୁଅଙ୍କୁ ସେନାରେ ଯୋଗଦେବା ଲାଗି ଯଦି ଡାକନ୍ତି ତେବେ ସେ ଇସ୍ରାଏଲ ଛାଡ଼ିଚାଲିଯିବେ। ନୈରାଶ୍ୟ ମଧ୍ୟରେ ଥିବା ଜଣେ ଲେଖକଙ୍କ ସହ ମୁଁ ମଧ୍ୟ କଥା ହୋଇଥିଲି ଏବଂ ସେ କହିଥିଲେ, ଇସ୍ରାଏଲୀ, ଆରବୀୟ ଓ ଇହୁଦୀମାନଙ୍କ ମଧ୍ୟରେ ଥିବା ଘୃଣା ଯୋଗୁ ତାଙ୍କ ଦେଶ ଖଣ୍ଡ ବିଖଣ୍ଡିତ ହୋଇଯିବ। ଅନେକ ଯୁଦ୍ଧ ବିରୋଧୀ ପ୍ରତିବାଦକାରୀ ଏବଂ ଗଣତନ୍ତ୍ର ସପକ୍ଷବାଦୀ ଆକ୍ଟିଭିଷ୍ଟ ବାହାର ଦୁନିଆରୁ ଅଲଗା ହୋଇଯାଉଥିବା ଅନୁଭବ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ମନାକରିବା ହିଁ ଇସ୍ରାଏଲର କଳା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଥିବା ଅନ୍ତର୍ଜାତୀୟ ସମ୍ପର୍କକୁ ଛିନ୍ନ କରୁଛି। ଉଦାରବାଦୀ ଇସ୍ରାଏଲୀ ଅନୁଭବ କରନ୍ତି ଯେ, ଦେଶରେ ଶତ୍ରୁତାପୂର୍ଣ୍ଣ ଶକ୍ତି ଯଥା ନିଜ ସରକାର ଓ ଚରମ ଜାତୀୟତାବାଦୀ ସମର୍ଥକଙ୍କ ମଧ୍ୟରେ ସେମାନଙ୍କ ପ୍ରଭାବ ହ୍ରାସ ପାଉଛି। ପାଲେଷ୍ଟିନୀୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା କାର୍ଯ୍ୟକୁ ବିଶ୍ୱବାସୀ ନିନ୍ଦା କରୁଛନ୍ତି। ଏହା ନିଶ୍ଚିତ ଯେ, ଏଭଳି ଭାବନାକୁ ଭୁଲ୍‌ ବୁଝାଯାଉଛି କିମ୍ବା ଅଣଦେଖା କରାଯାଉଛି ।
ତେବେ ଇସ୍ରାଏଲରେ ହେଉଥିବା ଯୁଦ୍ଧ ବିରୋଧୀ ଏବଂ ଗଣତନ୍ତ୍ର ସପକ୍ଷବାଦୀ ସବୁ ପ୍ରଦର୍ଶନରେ ପ୍ରଭାବ ନ ଥିବା ସ୍ପଷ୍ଟ ହେଉଛି। ‘ସରକାର ପଣବନ୍ଦୀଙ୍କୁ ଫେରାଇ ଆଣୁ ’ଲେଖା ଥିବା ବ୍ୟାନରଗୁଡ଼ିକ ସବୁଠି ଦେଖାଯାଉଛି। ଇସ୍ରାଏଲ ରାଜନୀତିର ବାମ ଓ ଦକ୍ଷିଣପନ୍ଥୀ ଲୋକେ ହଳଦିଆ ରିବନ୍‌ ପିନ୍ଧୁଛନ୍ତି। ତେଲ୍‌ ଆଭିଭ ମୁଜିୟମ ଅଫ୍‌ ଆର୍ଟ ବାହାରେ ଲଗାଯାଇଥିବା ଚିତ୍ରକଳା ବ୍ୟଥିତ ଇସ୍ରାଏଲୀଙ୍କର ପଣବନ୍ଦୀ ସମ୍ପର୍କିତ ଭାବନାକୁ ପ୍ରକାଶ କରୁଛି, ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କର ଗାଜା ଟନେଲ ମଧ୍ୟରେ ମୃତ୍ୟୁ ହୋଇସାରିଲାଣି।
ଟେଲିଭିଜନ ଆଲୋଚନା କାର୍ଯ୍ୟକ୍ରମରେ ଲୋକମାନେ ଯୁଦ୍ଧ ଜାରି ରହିବାକୁ ନିନ୍ଦା କରୁଛନ୍ତି। କାରଣ ଏହା ଯୋଗୁ ଅବଶିଷ୍ଟ ଇସ୍ରାଏଲୀ ପଣବନ୍ଧୀଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି ସେମାନେ ଭାବୁଛନ୍ତି। ପ୍ରଦର୍ଶନ ବେଳେ ଯଦିଓ ଗାଜାର ଧ୍ୱସ୍ତ ବିଧ୍ୱସ୍ତ ଘର ଓ ରାସ୍ତାର ଛବି ଦେଖାଯାଉଛି , ତଥାପି ସେଥିରେ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ, ଗୁରୁତର ଆହତ କିମ୍ବା ଘରୁ ବାହାର କରିଦିଆଯାଉଥିବା ତଥା ଭୋକିଲାଙ୍କ ଚିତ୍ର ନାହିଁ। ଇସ୍ରାଏଲର ଖବରକାଗଜ ହାରେଜ ଏବେ ସୁଦ୍ଧା ଏସବୁ ସମ୍ପର୍କିତ ରିପୋର୍ଟ ପ୍ରକାଶ କରୁଛି। କିନ୍ତୁ ଏହାକୁ ଇସ୍ରାଏଲ ଜନସଂଖ୍ୟାର ପ୍ରାୟ ୪ ପ୍ରତିଶତ ନାଗରିକ ପଢ଼ନ୍ତି। ଅବଶିଷ୍ଟ ଲୋକ ପାଲେଷ୍ଟନୀୟଙ୍କ ଯନ୍ତ୍ରଣା ସମ୍ପର୍କରେ ଚିନ୍ତା କରୁନାହାନ୍ତି ଏବଂ ଏଭଳି ଘଟୁଛି ବୋଲି ସେମାନେ ବିଶ୍ୱାସ ନ କରିବା ବି ସ୍ବାଭାବିକ। ସବୁଠୁ ଖରାପ ବିଷୟ ହେଉଛି, ଏହି ବିଷୟକୁ ଉତ୍‌ଥାପନ କରିବାକୁ ଅନେକ ଇସ୍ରାଏଲୀ ଚାହଁୁନାହାନ୍ତି ଏବଂ ସେମାନେ ଏହାକୁ ଇହୁଦୀ ବିରୋଧୀ ବୋଲି ସୂଚିତ କରୁଛନ୍ତି। ଜେରୁଜେଲମରେ ଏକ ଯୁଦ୍ଧ ବିରୋଧୀ ପ୍ରଦର୍ଶନ ସମ୍ପର୍କରେ ଶୁଣିଥିଲି, ଯେଉଁଠାରେ ପୀଡ଼ିତ ପାଲେଷ୍ଟିନୀୟଙ୍କ ବିଷୟରେ ଆଲୋଚନା ଆରମ୍ଭ କରିବାକୁ ଯାଉଥିବା ଜଣେ ପ୍ରଦର୍ଶନକାରୀଙ୍କଠାରୁ ମାଇକ୍ରୋଫୋନ ଛଡ଼ାଇନିଆଯାଇଥିଲା।
ଜେରୁଜେଲମ୍‌ରେ ମୁଁ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲି। ସେ ନେତାନ୍ୟାହୁଙ୍କର ତଥା ଯୁଦ୍ଧର ତୀବ୍ର ବିରୋଧୀ। ସେ ଆରବୀୟ ଭାଷା କହନ୍ତି ଓ ଗରିବଙ୍କ ପାଇଁ ଏକ ଦାତବ୍ୟ ସଙ୍ଗଠନ ଆରମ୍ଭ କରିଛନ୍ତି। ତାଙ୍କର ଏହି ସେବା କାର୍ଯ୍ୟ ଆରବୀୟଙ୍କୁ ଲାଭ ଦେଇଛି କି ନାହିଁ ବୋଲି ତାଙ୍କୁ ମୁଁ ଯେତେବେଳେ ପଚାରିଲି ସେତେବେଳେ ସେ ଦୀର୍ଘ ଶ୍ୱାସନେଇ କହିଲେ, ସେ ଚାହଁିଥିଲେ ଏହା ସମ୍ଭବ ହୋଇଥାନ୍ତା। ତା’ପରେ ସେ ବୁଝାଇଲେ ଯେ, ପାଲେଷ୍ଟିନୀୟମାନେ ଶାନ୍ତି ଚାହାନ୍ତି ବୋଲି କହିଥିଲେ। କିନ୍ତୁ ସେମାନେ ସମସ୍ତେ ୭ ଅକ୍ଟୋବର ୨୦୨୩ ରେ ହତ୍ୟା ଓ ଅପହରଣ ହୋଇଥିବା ୧୨,୦୦୦ ଇସ୍ରାଏଲୀଙ୍କ ଘଟଣାକୁ ସମର୍ଥନ କରିଥିଲେ। ସେହିଦିନ ଯାହା ଘଟିଥିଲା ତାହା ଇହୁଦୀମାନଙ୍କ ଗଣହତ୍ୟାକୁ ସ୍ମରଣ କରାଇଦେଇଥିଲା। ଏଭଳି ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା କେବେ ସମ୍ଭବ ହୋଇପାରେ?
ଏହି ଦୃଷ୍ଟିକୋଣକୁ ଧର୍ମାନ୍ଧତା କିମ୍ବା ବର୍ଣ୍ଣବୈଷ୍ଣମ୍ୟ ଭାବି ସହଜରେ ଅସ୍ବୀକାର କରାଯାଇପାରିବ ନାହିଁ। ତାଙ୍କ ଦୃଷ୍ଟିକୋଣ ଇସ୍ରାଏଲରେ ବ୍ୟାପକ ଭାବେ ଶେୟାର କରାଯାଇଛି। ପାଲେଷ୍ଟିନୀୟଙ୍କ ଉପରେ ଇସ୍ରାଏଲୀଙ୍କ ଦମନ ଓ ସେମାନଙ୍କ ଉତ୍ପୀଡ଼ନ ପ୍ରତି ଉଦାସୀନତା ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। କିନ୍ତୁ ୭ ଅକ୍ଟୋବର ଦୁଃଖଦ ଘଟଣାକୁ ଏଡ଼ାଇଯିବା ବୋକାମି। ଏଭଳି କ୍ରୂରତାକୁ ନେଇ ଇସ୍ରାଏଲର ଇହୁଦୀମାନେ ବହୁ ଶତାବ୍ଦୀର ଉତ୍ପୀଡ଼ନ, ହତ୍ୟା ଓ ଅପମାନକୁ ସ୍ମରଣକଲେ ହିଁ ସେମାନେ ଶେଷରେ ସୁରକ୍ଷିତ ରହିବେ ବୋଲି ନିଶ୍ଚିତ କରିଛନ୍ତି। ଏପରିକି ଯଦି ନେତାନ୍ୟାହୁ ଜଣେ କମ୍‌ ନିରାଶବାଦୀ ନେତା ଭାବେ ତାଙ୍କ ସରକାର ବଜାୟ ରଖିବା ପାଇଁ ଯୁଦ୍ଧ ଜାରି ରଖିଥିବା କୁହାଯାଉଛି। ହେଲେ ସରକାର ବାହାରେ ଦୁର୍ନୀତି ଓ ହେରଫେର ମାମଲାରେ ବିଚାରର ସମ୍ମୁଖୀନ ହେବେ ଏବଂ ସମ୍ଭବତଃ ଦୋଷୀ ହୋଇପାରନ୍ତି। ରାଜନୈତିକ ପତନକୁ ଦୃଷ୍ଟିରେ ରଖି ସେ ଇହୁଦୀଙ୍କ ଉତ୍ପୀଡ଼ନର ଦୀର୍ଘ କାହାଣୀକୁ ବ୍ୟବହାର କରିବାରେ ସେ ଇସ୍ରାଏଲର ଏକମାତ୍ର ପ୍ରଧାନମନ୍ତ୍ରୀ ନୁହନ୍ତି। ୧୯୬୧ରେ ଡାଭିଡ୍‌ ବେନ ଗୁରିଅନ୍‌ ଏଭଳି କରିଥିଲେ। କିନ୍ତୁ ନେତାନ୍ୟାହୁ ତାଙ୍କ ପୂର୍ବାଧିକାରୀଙ୍କ ତୁଳନାରେ ଅଧିକ କରିଛନ୍ତି। ପାଲେଷ୍ଟିନୀୟ ବିଶେଷକରି ହମାସ୍‌ ଇହୁଦୀଙ୍କ ଅସ୍ତିତ୍ୱ ପ୍ରତି ବିପଦ ଏବଂ ସେ ହିଁ ଦ୍ୱିତୀୟ ଗଣହତ୍ୟାରୁ ସେମାନଙ୍କୁ ରକ୍ଷା କରିପାରିବେ ବୋଲି ଏକ ଧାରଣାକୁ ଅଧିକ ବ୍ୟାପକ କରିଛନ୍ତି। କିନ୍ତୁ ଅକ୍ଟୋବର ୭ ଆକ୍ରମଣ ଘଟଣା ନେତାନ୍ୟାହୁଙ୍କ ଲୋକପ୍ରିତା ହ୍ରାସର କାରଣ ହୋଇଛି। କିନ୍ତୁ ଇହୁଦୀ ଅସ୍ତିତ୍ୱ ପ୍ରତି ବିପଦ ରହିଛି ବୋଲି ତାଙ୍କର ଯେଉଁ ଦୃଷ୍ଟିକୋଣ ରହିଛି ତାହାକୁ ଅଧିକାଂଶ ଇସ୍ରାଏଲୀ ପ୍ରଚାର କରୁଛନ୍ତି। ତେବେ ବଞ୍ଚିବାର ସଂଗ୍ରାମରେ ଶତ୍ରୁ ପ୍ରତି ଦୟାର କୌଣସି ସ୍ଥାନ ନାହିଁ।

ଇଆନ୍‌ ବୁରୁମା
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri