ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ

ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯ ବିଲିୟନ ଡ଼ଲାର ଅଟେ। ତେବେ ଇସ୍ରାଏଲକୁ ବିଶ୍ୱର ଷ୍ଟାର୍ଟଅପ କମ୍ପାନୀଗୁଡିକର ହବ୍‌ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଭାରତ ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶର କମ୍ପାନୀଗୁଡିକ ଇସ୍ରାଏଲରେ ଏକ୍ସପୋଜ କରିଛନ୍ତି। ଭାରତର ପ୍ରାୟ ଟପ୍‌ ୧୦ କମ୍ପାନୀ ଇସ୍ରାଏଲରେ ନିବେଶ କରିଛନ୍ତି। ଏଥିମଧ୍ୟରେ ଟିସିଏସ, ଇନଫୋସିସ, ୱିପ୍ରୋ, ଆଦାନୀ ବନ୍ଦର, ଏସବିଆଇ, ଲାରସେନ ଆଣ୍ଡ ଟୁବ୍ରୋ, ଭାରତ ଫୋର୍ଜ ଏବଂ ସନ ଫାର୍ମା ଭଳି କମ୍ପାନୀ ରହିଛି।

ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସାମରିକ ତାଲିମ ବାଧ୍ୟତାମୂଳକ। ହମାସ ଆକ୍ରମଣ ପରଠାରୁ ଦେଶର ପ୍ରତିରକ୍ଷା ବାହିନୀ ୩୦୦,୦୦୦ରୁ ଅଧିକ ରିଜର୍ଭ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ସେନା, ବାୟୁସେନା ଏବଂ ନୌସେନାରେ ୧୫୦,୦୦୦ ସଦସ୍ୟ ଅଛନ୍ତି। ଏଥିସହ ଇସ୍ରାଏଲର ରିଜର୍ଭ ଫୋର୍ସରେ ୪୫୦,୦୦୦ ସଦସ୍ୟ ଅଛନ୍ତି। ଏଥିମଧ୍ୟରେ ଶିକ୍ଷକ, ବୈଷୟିକ କର୍ମୀ, ଷ୍ଟାର୍ଟଅପ ଉଦ୍ୟୋଗୀ, କୃଷକ, ଓକିଲ, ଡାକ୍ତର, ନର୍ସ, ପର୍ଯ୍ୟଟନ ସହ ଜଡିତ ଲୋକ ଏବଂ କାରଖାନା କର୍ମଚାରୀ ଅନ୍ତର୍ଭୁକ୍ତ। ସିଏନବିସି ରିପୋର୍ଟ ଅନୁଯାୟୀ, ଯିରୁଶାଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଆୟାଲ ଶୀତ କହିଛନ୍ତି, ଏହି ଯୁଦ୍ଧ ଇସ୍ରାଏଲର ଅର୍ଥନୀତିରେ ଖୁବ୍‌ ପ୍ରଭାବ ପକାଇବାକୁ ଯାଉଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଇସ୍ରାଏଲର ରପ୍ତାନି ୧୬୦ ବିଲିୟନ ଡଲାରରୁ ଅଧିକ ହୋଇଛି। ଇସ୍ରାଏଲରୁ ସବୁଠାରୁ ବେଶୀ ରପ୍ତାନି କରୁଛି ୟୁରୋପରେ। ଏହା ପରେ ଆମେରିକା ଏବଂ ଏସିଆ ତାଲିକାରେ ରହିଛି। ସେହିପରି ରାସାୟନିକ କ୍ଷେତ୍ର ଯାହା ଇସ୍ରାଏଲ ପାଇଁ ରପ୍ତାନୀର ମୁଖ୍ୟ ଉତ୍ସ ଅଟେ। ଏଥିରେ ମଧ୍ୟ ଖୁବ୍‌ ପ୍ରଭାବ ପକାଇପାରେ।

ଏହି ସପ୍ତାହରେ ଏପର୍ଯ୍ୟନ୍ତ ଇସ୍ରାଏଲର ଷ୍ଟକ ଇଣ୍ଡେକ୍ସ ୬ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଯୁଦ୍ଧ ପରେ ବୈଷୟିକ କ୍ଷେତ୍ରରେ ଅଭିବୃଦ୍ଧି ହେବାର ଆଶା ରହିଛି। ଆମେରିକାର ପ୍ରତ୍ୟେକ ଟେକ କମ୍ପାନୀ ଇସ୍ରାଏଲରେ ନିବେଶ କରିଛନ୍ତି। ଏଥିମଧ୍ୟରେ ମାଇକ୍ରୋସଫ୍ଟ, ଆଲଫାବେଟ, ଆପଲ ଏବଂ ଓରାକଲ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri