ଡ୍ରଗ୍ସ ନିଶାରେ ଚୁର ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୦/୧୦: ୭ ଅକ୍ଟୋବରକୁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜାରି ରହିଛି। ଏହି ଯୁଦ୍ଧରେ ୧୪୦୦ରୁ ଅଧିକ ଇସ୍ରାଏଲିଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ପାଲେଷ୍ଟାଇନ ନାଗରିକ ମୃତ୍ୟୁ ମୁଖରେ ପଡିଛନ୍ତି। ତେବେ ଏହି ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ହମାସର ଯୋଦ୍ଧାମାନେ ପ୍ରଚୁର ଡ୍ରଗ୍ସ ଖାଇ ଇସ୍ରାଏଲରେ ଏଭଳି ଭୟଙ୍କର କାଣ୍ଡ ଘଟାଇଥିଲେ।

ଦି ଜେରୁଜେଲମ ପୋଷ୍ଟର ରିପୋର୍ଟ ଅନୁଯାୟୀ ହମାସର ଯବାନମାନେ କପ୍ଟାଗନ ଟାବଲେଟ ଖାଇ ଆକ୍ରମଣ କରିଥିଲେ। ଏହି ଟାବଲେଟ ଏକ ପ୍ରକାର ସିନ୍ଥେଟିକ ଡ୍ରଗ ଅଟେ। କୁହାଯାଉଛି ଯେ, ଏହି ଆକ୍ରମଣରେ ମୃତ ହମାସ ଯବାନ ମାନଙ୍କଠାରୁ କପ୍ଟାଗନ ଟାବଲେଟ ଉଦ୍ଧାର କରାଯାଇଥିଲା। ଏହି ଟାଵଲେଟକୁ ଗରିବ ମାନଙ୍କର କୋକେନ ମଧ୍ୟ କୁହାଯାଏ। ଏହି ଟାବଲେଟ ଖାଇବା ପରେ ଲାଭ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ ଏବଂ ସେମାନେ ଅଧିକ ସତର୍କ ରହିଥାନ୍ତି।

ଏହି କପ୍ଟାଗନ ଟାବଲେଟ ୨୦୧୫ରେ ଚର୍ଚ୍ଚାରେ ଆସିଥିଲା। ଇସ୍ଲାମିକ ଷ୍ଟେଟ ଆତଙ୍କୀମାନେ କୌଣସି ଘଟଣା ଘଟାଇବା ପୂର୍ବରୁ ଏହି ଟାବଲେଟ ଗ୍ରହଣ କରୁଥିଲେ। ପରେ ଯେତେବେଳେ ଏହି ଟାବଲେଟ ସେମାନଙ୍କ ପାଖରେ ଶେଷ ହୋଇଯାଇଥିଲା ସେ ସମୟରେ ସିରିୟା ଏବଂ ଲେବାନନରେ ଏହାର ଉତ୍ପାଦନ ଏବଂ ଯୋଗାଣ ବଢିଯାଇଥିଲା। କୁହାଯାଉଛି ଯେ, ଗାଜା ହେଉଛି ଏହି ଟାଵଲେଟର ସବୁଠୁ ବଡ଼ ମାର୍କେଟ ଅଟେ ଏବଂ ଏଠାରେ ଯୁବକ ମାନଙ୍କ ମଧ୍ୟରେ ଏହା ବହୁତ ଲୋକପ୍ରିୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକେ ଯାହା ଚାହିଁଥାନ୍ତି, ତାହା ହିଁ ହୋଇଥାଏ: ବାଇଡେନ୍‌

ଓ୍ବାଶିଂଟନ୍‌,୭ା୧୧: ଗଣତନ୍ତ୍ରରେ ଜନସାଧାରଣଙ୍କ ଇଚ୍ଛା ସର୍ବୋପରି। ଲୋକେ ଯାହା ଚାହିଁଥାନ୍ତି, ତାହା ହିଁ ହୋଇଥାଏ ବୋଲି ଗୁରୁବାର ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।...

ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବା ପରେ ଭାରତ ଉପରେ କ’ଣ ପ୍ରଭାବ ପଡିବ, ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ କ୍ରମାଗତ ଭାବରେ...

ପ୍ରକୃତିର କୋପ ନା ଆଶୀର୍ବାଦ! ସୌଦି ଆରବ ମରୁଭୂମିରେ ବରଫର ଚାଦର

ରିୟାଦ,୭।୧୧: ଗରମ ବାଲି ପାଇଁ ପ୍ରସିଦ୍ଧ ସୌଦି ଆରବର ମରୁଭୁମିରେ ଆପଣ କେବେ କଳ୍ପନା କରିଛନ୍ତି କି ହଠାତ୍‌ ପ୍ରବଳ ବର୍ଷା, କୁଆପଥର, ପ୍ରବଳ ଥଣ୍ଡା...

ଟ୍ରମ୍ପଙ୍କ ବିଜୟରେ ଖୁସି ହେଉଛନ୍ତି ଭାରତୀୟ, ସେପଟେ ଦୁର୍ବଳ ହୋଇଗଲାଣି ଟଙ୍କା

ନୂଆଦିଲ୍ଲୀ,୭ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ର ହସ୍ତକ୍ଷେପ ପରେ ମଧ୍ୟ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ସର୍ବାଧିକ ଦୁର୍ବଳ ହୋଇଛି। ବୁଧବାର ଭାରତୀୟ...

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଫିଦେଲ କାଷ୍ଟ୍ରୋଙ୍କ ଅବୈଧ ସନ୍ତାନ ବୋଲି କାହିଁକି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୭।୧୧: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବର୍ତ୍ତମାନ ସବୁଠାରୁ ଖରାପ ଅବସ୍ଥାରେ ଅଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ...

ଆମେରିକାରେ ଏବେ ପର୍ଯ୍ୟନ୍ତ କାହିଁକି କେହି ମହିଳା ହୋଇ ନାହାଁନ୍ତି ରାଷ୍ଟ୍ରପତି? ଜବାବ ଦେଲେ ଜନତା

ଓ୍ବାଶିଂଟନ,୭।୧୧: ଆମେରିକାବାସୀ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କର ନେତା ବାଛିଛନ୍ତି। ବେକାବୁ ବୟାନକୁ ନେଇ ସାରା ବିଶ୍ୱରେ ପରିଚିତ ଥିବା ଟ୍ରମ୍ପ କମଲା ହାରିସଙ୍କୁ...

ଯେଉଁ ବିଲ୍ଡିଂରେ ଚାଲିଥିଲା କେସ୍‌, ସେଇଠି ଶପଥ ନେବେ ଟ୍ରମ୍ପ, ଜାଣି ତାଜୁବ ହେବେ…

ଓ୍ବାଶିଂଟନ୍‌,୭।୧୧: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁୟାରୀ ୨୦ ତାରିଖ ମଧ୍ୟାହ୍ନ ୧୨ଟାରେ ଆମେରିକାର ସଂସଦ ଭବନ କ୍ୟାପିଟାଲରେ ଶପଥ ଗ୍ରହଣ କରିବେ ।...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଚିନ୍ତାରେ ପଡ଼ିଲାଣି କାନାଡା

ଓଟାଓ୍ବା,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ କାନାଡାରେ ଚିନ୍ତା ଓ ଭୟର ବାତାବରଣ ଦେଖାଦେଇଛି। ବିଶ୍ଳେଷକମାନେ ବିଶ୍ୱାାସ କରନ୍ତି ଯେ ଟ୍ରମ୍ପଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri