ଇସ୍ରାଏଲ-ହମାସ ଯୁଦ୍ଧ: ମନ ପସନ୍ଦ ଖେଳନା ସହିତ ମା’ ପାଖରେ ସମାଧି ନେଲା ପୁଅ, ଯୁଦ୍ଧରେ ଗୋଡ଼ ହରାଇଲେ ବାପା

ନୂଆଦିଲ୍ଲୀ,୨୫/୧୦: ଇସ୍ରାଏଲ ଏହାର ୭୫ ବର୍ଷର ଇତିହାସରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ସହିତ ୧୯ ଦିନ ଧରି ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଅନେକ ପରିବାର ଶେଷ ହୋଇଯାଉଥିବା ବେଳେ ଅନେକ ଶିଶୁ ମୃତ୍ୟୁ ବରଣ କରିଛନ୍ତି। ଯୁଦ୍ଧରେ ଅନେକ ଭିତ୍ତିଭୂମି ନଷ୍ଟ ହେଉଛି, ଏକା ସାଙ୍ଗରେ ମା’ ଏବଂ ପୁଅର ଜୁଇ ମଧ୍ୟ ଜଳିଛି। ଗତ ସପ୍ତାହରେ ହମାସର ଆକ୍ରମଣରେ ଉଭୟେ ମୃତ୍ୟୁ ବରଣ କରିଥିଲେ।

୭ ଅକ୍ଟୋବରରେ ହମାସ ଆକ୍ରମଣରେ ଆବିଦା କାର୍ମଲଙ୍କ ପରିବାର ଶେଷ ହୋଇଯାଇଥିଲା। ତାଙ୍କର ୧୫ ବର୍ଷୀୟ ପୁଅ କାର୍ମଲ ବାଉଚର ଏବଂ ତାଙ୍କର ସ୍ତ୍ରୀ ଡାନାଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଆବିଦା ଯୁଦ୍ଧରେ ତାଙ୍କର ଗୋଡ଼ ହରାଇଛନ୍ତି। ମଙ୍ଗଳବାର ପରିବାର, ବନ୍ଧୁ ଏବଂ ଆତ୍ମୀୟମାନେ ମା’-ପୁଅଙ୍କର ଅନ୍ତିମ ସତ୍କାର କରିଥିଲେ।

ଏହି ସମୟର ଦୃଶ୍ୟ ଖୁବ ଭାବବିହ୍ୱଳ ଥିଲା। ପରିବାର ଲୋକେ ପୁଅ ସହିତ ତାର ମନ ପସନ୍ଦ ଖେଳନା(ସର୍ଫବୋର୍ଡ)କୁ ସମାଧି ଦେଇଥିଲେ। ହ୍ୱିଲ୍ ଚେୟାର ଉପରେ ବସି ଆବିଦା ନିଜର ସ୍ତ୍ରୀ ଏବଂ ପୁଅକୁ ବିଦାୟ ଦେଇଥିଲେ।

୭ ଅକ୍ଟୋବର ସକାଳୁ ହମାସ ଗାଜା ପଟିରୁ ଇସ୍ରାଏଲ ଉପରକୁ ୫୦୦୦ ରୁ ଅଧିକ ରକେଟ ମାଡ଼ କରିଥିଲା। ଏହା ସହିତ ହାମାସର ଯବାନ ମାନେ ସୁଡ଼ଙ୍ଗ ଖୋଲି ଘାତ ଲଗାଇ ଆକ୍ରମଣ କରିଥିଲେ। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୬,୫୦୦ ରୁ ଅଧିକ ଲୋକେ ମୃତ୍ୟୁ ବାରଣ କରିଛନ୍ତି। ଏବେ ମଧ୍ୟ ହମାସ ୧୫୦ ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହାପରେ ଇସ୍ରାଏଲ ଗାଜା ଉପରେ ଜବାବି ଆକ୍ରମଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri