ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ପୁଣି ଭାଙ୍ଗିଲେ ଦୁର୍ବୃତ୍ତ

ଝରିଗାଁ, ୧୩।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବିବାଦୀୟ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପୁଣି ଥରେ କେହି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଏ ନେଇ ପିଇଓ ଛବିଲାଲ ସାହୁ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଝରିଗାଁ ପୋଲିସ କେସ୍‌ ନଂ. ୮୪/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
ସୂଚନାନୁଯାୟୀ, ୧୩ବର୍ଷ ତଳେ ଇଚ୍ଛାପୁରକୁ ନୂତନ ପଞ୍ଚାୟତଭାବେ ଘୋଷଣା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ପଞ୍ଚାୟତବାସୀ ୨ଭାଗ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଅଫିସ କରିବାକୁ ଅଡ଼ି ବସିଥିଲେ। ପ୍ରଶାସନ ସମାଧାନ ଚେଷ୍ଟା କରି ବିଫଳ ହୋଇଥିଲା। ଇଚ୍ଛାପୁର ସାପ୍ତାହିକ ବଜାରରେ ଏକ ଅସ୍ଥାୟୀ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଥିଲା। ଗାଁର କେତେଜଣ ବ୍ୟକ୍ତି କରଲାମାଲରେ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କୋଠା କାର୍ଯ୍ୟ ଶେଷ ହେବା ପୂର୍ବରୁ କେତେଜଣ ଦୁର୍ବୃତ୍ତ ପାଞ୍ଚାୟତ କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିଲେ। କିଛିଦିନ ପରେ ଠିକାଦାର ପୁଣିଥରେ କାର୍ଯ୍ୟାଳୟ କୋଠା ନିର୍ମାଣ କରିଥିଲେ। ଏହି ସମୟରେ ୨ଗୋଷ୍ଠୀ ମଧ୍ୟରେ ଅନେକ ଥର ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଦୀର୍ଘ ୧୩ ବର୍ଷ ହେବ ଏହି ବିବାଦର ସ୍ଥାୟୀ ସମାଧାନ ହୋଇ ନ ଥିବାବେଳେ ତତ୍କାଳୀନ ସରପଞ୍ଚ କାବେରୀ ସାନ୍ତା କରଲାମାଲରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ କରିବା ପାଇଁ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବ୍ଲକ, ପଞ୍ଚାୟତ ଅଧିକାରୀ ସେଠାରେ ପହଞ୍ଚତ୍ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିଥିଲେ। ଅନ୍ୟ ଏକ ଗୋଷ୍ଠୀ ଖବରପାଇ ଘଟଣାର ବିରୋଧକରି ବ୍ଲକ କର୍ମଚାରୀ ଏବଂ ଅନ୍ୟ ସମର୍ଥକଙ୍କୁ ଆକ୍ରମଣ କରିଥିଲେ। ଏକ ଶାନ୍ତି କମିଟି ଗଠନକରି ପଞ୍ଚାୟତ କାର୍ଯ୍ୟାଳୟ ସୁରୁଖୁରୁରେ ଚାଲିଥିଲା। ବୁଧବାର ସକାଳ ପ୍ରାୟ ୭ଟାରେ ପିଇଓ ଛବିଲାଲ ସେଠାରେ ପହଞ୍ଚତ୍ବାବେଳକୁ କେହି ଦୁର୍ବୃତ୍ତ କାର୍ଯ୍ୟାଳୟର ସମ୍ମୁଖ ପିଲାର ସହ ଝରକା ଭାଙ୍ଗିଦେଇଥିବା ଦେଖି ଥାନାରେ ଅଭିଯୋଗ କରିଛନ୍ତି। ଏଏସ୍‌ଆଇ ଅଶୋକ ପାଳ ଘଟଣାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri