ଧର୍ମଶାଳା,୨୭।୨: ଭାରତୀୟ ଉଇକେଟକିପର ବ୍ୟାଟର ଇଶାନ କିଷନ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଦ୍ୱିତୀୟ ମ୍ୟାଚ୍ରେ ବ୍ୟାଟିଂ କଲା ବେଳେ ତାଙ୍କ ହେଲମେଟରେ ବଲ ବାଜିଥିଲା।
ଚେକ୍ ଅପ୍ ପାଇଁ କିଷନଙ୍କୁ ହସ୍ପିଟାଲକୁ ନିଆଯାଇ ସିଟି ସ୍କାନ ମଧ୍ୟ କରାଯାଇଥିଲା। କିନ୍ତୁ ରିପୋର୍ଟ ନରମାଲ ଆସିଛି। ବିସିସିଆଇ ମେଡିକାଲ ଟିମ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛୁ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ମ୍ୟାଚ୍ର ଚତୁର୍ଥ ଓଭରରେ ଲାହିରୁ କୁମାରାଙ୍କ ବଲ ୨୩ ବର୍ଷୀୟ କିଷନଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିବେ। ପୂର୍ବରୁ ଆହତ ସମସ୍ୟା ଯୋଗୁ ରୁତୁରାଜ ଗାଏକ୍ୱାଡ ଦଳରୁ ବାଦ୍ ପଡ଼ିଥିଲେ। ତାଙ୍କ ବଦଳରେ ମୟଙ୍କଙ୍କୁ ଦଳରେ ସ୍ଥାନ ମିଳିଥିଲା।


