Posted inଫୁରସତ

କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହୁଛିକି?

ସୁଖ ସମୃଦ୍ଧିପାଇଁ ବାସ୍ତୁ ଅନେକଥର ଦେଖାଯାଏ, ଘରେ କୌଣସି ଜିନିଷର ଅଭାବ ନଥାଇ ବି ଅଶାନ୍ତି ଲାଗି ରହିଥାଏ। ଘରର ଉନ୍ନତି ପଥରେ ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଉଥାଏ, ରୋଗବ୍ୟାଧି ଲାଗି ରହିଥାଏ ଏମିତି ଅନେକ କିଛି। ବିଶ୍ୱାସ ରହିଛି, ଏସବୁ କୁଆଡ଼େ ବାସ୍ତୁଦୋଷ ପାଇଁ ହୋଇଥାଏ। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…
*ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି ଭଲ ଆଲୋକ ପଡିପାରିବ ସେ ବ୍ୟବସ୍ଥା କରିବା ଦରକାର।
*ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦେବା ଶୁଭ ହୋଇଥାଏ।
* ସପ୍ତାହକୁ ଥରେ ହେଉନା କାହିଁକି ଘରେ ଝୁଣା ଧୂଆଁ ଦେବା ସହ ପ୍ରତିଦିନ କର୍ପୂର ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ଘରେ କେବେ ବି ଭଙ୍ଗାରୁଜା ଜିନିଷ ତଥା ଅଳିଆ ଆବର୍ଜନାକୁ ଗଦେଇ ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ଘରର ସୁଖଶାନ୍ତି ଉପରେ ପଡିଥାଏ।
* ବାସନକୁସନକୁ ଜୋର୍‌ରେ ଶବ୍ଦ କରି ମାଜିବା ଅଥବା ଖଡ୍‌ଖାଡ୍‌ କରିବା ମଧ୍ୟ ନକାରାତ୍ମକ ଊର୍ଜ୍ଜାକୁ ବଢାଇଥାଏ।
* ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁ ନଥିବ ସେଥିପ୍ରତି ଧ୍ୟାନ ଦେବା ଦରକାର।
* ବାଥ୍‌ରୁମ୍‌କୁ ସର୍ବଦା ସଫା ରଖିବା ସହ ଧ୍ୟାନଦେବେ ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ।
* ଘର ସମ୍ମୁଖରେ ଚପଲକୁ ଏଣେ ତେଣେ ଫେପାଡିବା ବି ଅଶାନ୍ତିର କାରଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri