ବିବାହରେ ବିଳମ୍ବ ହେଉଛି କି: ଏପରି ଉପାୟ ଅବଲମ୍ବନ କରନ୍ତୁ..

ବିବାହରେ ବିଳମ୍ବ ପାଇଁ ଅନେକେ ମଙ୍ଗଳ ଦୋଷକୁ ଦାୟୀ କରିଥାନ୍ତି। ଏହାକୁ ଦୂର କରିବା ପାଇଁ ଘରର କବାଟଗୁଡିକୁ ଲାଲ କିମ୍ବା ଗୋଲାପୀ ରଙ୍ଗର କରିଦିଅନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କଲେ କୁଣ୍ଡଳୀରେ ମଙ୍ଗଳ ଦଶା ମଜଭୂତ ହୋଇଥାଏ। ବାସ୍ତୁ ଅନୁଯାୟୀ ବିବାହ ଯୋଗ୍ୟ ଯୁବତୀଯୁବକ ନିଜ ରୁମ୍‌ରେ ଖାଲି ଟାଙ୍କି କିମ୍ବା ବଡ଼ ପାତ୍ରକୁ ବନ୍ଦ କରି ବା ଘୋଡେଇ ରଖିବା ଉଚିତ ନୁହେଁ। ଏମିତିକି କୌଣସି ଭାରି ଜିନିଷ ବି ରଖନ୍ତୁ ନାହିଁ। ଏମାନେ ନିଜ ଖଟ ତଳେ କୌଣସି ଲୁହା ଜିନିଷ ରଖିବା ଉଚିତ ନୁହେଁ। ଖଟ ତଳେ ଅଳିଆ ଜମା ରଖିବା ମନା। ତା’ଛଡା ଯୁବତୀ ଯୁବକ ହଳଦିଆ ରଙ୍ଗର ପୋଷାକ ଓ ଅନ୍ୟାନ୍ୟ ଜିନିଷ ବ୍ୟବହାର କରିବା ଉଚିତ। କାରଣ ହଳଦିଆ ରଙ୍ଗ ଗୃହସ୍ଥ ଜୀବନ ପାଇଁ ଶୁଭଙ୍କର ବୋଲି ବିଶ୍ୱାସ ରହିଛି।