ଦାଦା ପବନ କଲ୍ୟାଣଙ୍କ ସହ ଅଲ୍ଲୁ ଅର୍ଜୁନଙ୍କ ମନାନ୍ତରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ହାଇଦ୍ରାବାଦ: ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ୍‌’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଡିସେମ୍ବର ୫ରେ ଏହା ସିନେମାଘରେ ରିଲିଜ ହେବ। ପ୍ରଶଂସକ ଏନେଇ ଦିନ ଗଣୁଥିବା ବେଳେ ଏବେ ଭିନ୍ନ କିଛି ଘଟଣାକୁ ନେଇ ଅଭିନେତା ଖବରରେ ଅଛନ୍ତି। ତାଙ୍କର ଗୋଟିଏ ବୟାନ ଭାଇରାଲ ହେଉଛି, ଯେଉଁଥିରୁ ଦାଦା ପବନ କଲ୍ୟାଣଙ୍କ ସହ ମନାନ୍ତରରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସଙ୍କେତ ମିଳିଛି।

ଦୀର୍ଘଦିନରୁ ଅଲ୍ଲୁ ଅର୍ଜୁନଙ୍କର ଦାଦା ପବନ କଲ୍ୟାଣଙ୍କ ସହ ମତାନ୍ତର ରହି ଆସିଛି। ଲୋକ ସଭା ନିର୍ବାଚନ ସମୟରୁ ଏହା ଆରମ୍ଭ ହୋଇଥିଲା। କାରଣ ଏଥିରେ ଅଭିନେତା ନିଜ ଦାଦାଙ୍କ ବ୍ୟତିରେକ ଅନ୍ୟଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲେ। ହେଲେ ଏବେ ଅଲ୍ଲୁ ତାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।

ଅନ୍‌ଷ୍ଟପେବୁଲ୍‌ ଉଇଥ୍‌ ଏନ୍‌ବିକେ ସିଜନ ୪ ଏପିସୋଡ୍‌ର ହୋଷ୍ଟ ଅଭିନେତାଙ୍କୁ ପବନ କଲ୍ୟାଣଙ୍କ ଫଟୋ ଦେଖାଇ କିଛି କହିବାକୁ କହିଥିଲେ। ଏହାର ଜବାବରେ ସେ କହିଥିଲେ ‘ସମ୍ମାନନୀୟ କଲ୍ୟାଣ ଗୌଡ଼ା। ମୋତେ ତାଙ୍କ ଶକ୍ତି/ସାମର୍ଥ୍ୟ ପସନ୍ଦ। ଯେବେ ତାଙ୍କୁ ବ୍ୟକ୍ତିଗତ ଭାବେ ଦେଖେ ସେତେବେଳେ ତାଙ୍କ ଶୌର୍ଯ୍ୟ ପସନ୍ଦ ଆସିଥାଏ। ସେ ସବୁଠାରୁ ସାହାସୀ ବ୍ୟକ୍ତି ବୋଲି ଅଲ୍ଲୁ କହିଛନ୍ତି।

କହିରଖୁଛୁ, ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ର ଟ୍ରେଲର ନଭେମ୍ବର ୧୭ରେ ରିଲିଜ ହେବ। ଏହାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମ ଲାଗି ପାଟଣାରେ ଭବ୍ୟ ଆୟୋଜନ କରାଯାଇଛି। ଏହାଛଡ଼ା ୭ ଅନ୍ୟ ସହରରେ ମଧ୍ୟ ଟ୍ରେଲର ଲଞ୍ଚ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri