Posted inଜାତୀୟ

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚତ୍ଛି। ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ ଅସହାୟ? ଏଭଳି ସ୍ଥିତି କାହିଁକି ଉପୁଜିଲା?
ପାଇଲଟ୍‌ ଓ କର୍ମଚାରୀ ସଙ୍କଟକୁ ନେଇ ଗତ ୨ ତାରିଖରୁ ବିଭିନ୍ନ ଘରୋଇ ରୁଟ୍‌ରେ ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ଏବଂ ବିଳମ୍ୱିତ ହୋଇଆସୁଛି। ଫଳରେ ଦେଶବ୍ୟାପୀ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ଉପରେ ଦାଖଲ ପିଆଇଏଲ୍‌ର ଶୁଣାଣି କରି ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ପ୍ରତି ଉପୁଜିଥିବା ସ୍ଥିତିରୁ ଅନ୍ୟ ଏୟାରଲାଇନ୍ସ ଫାଇଦା ନେଇପାରନ୍ତି। ଯାତ୍ରୀମାନଙ୍କଠାରୁ ଟିକେଟ ବାବଦକୁ ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ଯେଉଁ ଟିକେଟ ୫,୦୦୦ ଟଙ୍କାରେ ମିଳୁଥିଲା ତାହା ବର୍ତ୍ତମାନ ୩୦ରୁ ୩୫ ହଜାରରେ ଉପଲବ୍ଧ। ଯଦି ଏପରି ସଙ୍କଟ ରହିଛି ତେବେ ଅନ୍ୟ ଏୟାରଲାଇନ୍‌ଗୁଡ଼ିକୁ ଲାଭ ଉଠାଇବା ପାଇଁ କିପରି ଅନୁମତି ଦିଆଯାଇ ପାରିବ? ଅନ୍ୟ ଏୟାରଲାଇନ୍ସ ୩୫,୦୦୦ରୁ ୩୯,୦୦୦ ଟଙ୍କା ପର୍ଯ୍ୟନ୍ତ କିପରି ନେଉଛନ୍ତି? ଏୟାରଲାଇନ୍‌ ନିୟମଗୁଡ଼ିକର ଅନୁପାଳନରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ’ଣ ନିୟମ ରହିଛି? କେନ୍ଦ୍ର ସରକାର କ’ଣ ଅସହାୟ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି। ଜାନୁଆରୀ ୨୨ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି କରାଯିବ। କମିଟି ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ଶେଷ ହେବା ମାତ୍ରେ ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଖଣ୍ଡପୀଠ ପ୍ରଶଂସା କରିଥିବାବେଳେ କେଉଁ ପରିସ୍ଥିତିରେ ଏଭଳି ଘଟିଲା ବୋଲି ଚିନ୍ତାବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତି ଲାଗିରହିବାରୁ ସାରା ଦେଶରେ ଅନେକ ଲକ୍ଷ ଯାତ୍ରୀ ଫସିରହିଲେ। ଏହା କେବଳ ଯାତ୍ରୀଙ୍କୁ ଅସୁବିଧାରେ ପକାଇନାହିଁ, ବରଂ ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି। କାରଣ ଆଜିର ଦିନରେ ଯାତ୍ରୀମାନଙ୍କ ତ୍ୱରିତ ଯାତାୟାତ ଆର୍ଥିକ ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବିଷୟ ଆମେ ସଂଜ୍ଞାନକୁ ନେଇଛୁ। ପର୍ଯ୍ୟାପ୍ତ ସଂଖ୍ୟକ ପାଇଲଟ୍‌ଙ୍କୁ ନିୟୋଜିତ କରି ସ୍ଥତି ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ବିଚାରପତି କହିଛନ୍ତି।
ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ତଦନ୍ତ ଓ ସମାଧାନ ପାଇଁ ଏକ ଅନୁଧ୍ୟାନକାରୀ ଟିମ୍‌ ଗଠନ କରାଯାଇଛି। ଏହି ୮ ଜଣିଆ ଟିମ୍‌ରେ ବରିଷ୍ଠ ଅଧିକାରୀ, ଡେପୁଟି ଓ ସିନିୟର ଫ୍ଲାଇଟ୍‌ ଅପରେଶନ୍ସ ଇନ୍‌ସ୍ପେକ୍ଟରମାନଙ୍କୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ; ଦେଶୀରନ୍ଧା ମଦ- ମହୁଲ ଫୁଲ ଜବତ, ୩ ଗିରଫ

ବଞ୍ଚୋ,୧୫ା୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧନରେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର, ଘରେ କେହି ନଥିବା ବେଳେ…

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି…

ଗଛକୁ ଧକ୍କା ଦେଇ ବିଲକୁ ପଶିଗଲା କାର୍, ଏକାଥରେ ଚାଲିଗଲା ମା’ପୁଅଙ୍କ ଜୀବନ

ବୁଗୁଡ଼ା,୧୫।୩(କାଳିଚରଣଦାଶ ): ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।କାର ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିବା  ବେଳେ ବାପା…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର, ଆସୁଛି ୮୦ ହଜାର ଟନ୍ ଅଶୋଧିତ ତୈଳ

ନୂଆଦିଲ୍ଲୀ,୧୫।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । ଭାରତୀୟ ପତାକା ଲାଗିଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ ଜଗ୍ ଲାଡକି…

ଭାରତରେ ମହଙ୍ଗା ହୋଇପାରେ ଖାଦ୍ୟ ସାମଗ୍ରୀ ଓ ସାର: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ…

ଇରାନ ଯୁଦ୍ଧରେ ଡେଇଁବନି ତୁର୍କୀ, ହୋମୁର୍ଜ ଷ୍ଟ୍ରେଟରେ ଟ୍ରମ୍ପ…

ନୂଆଦିଲ୍ଲୀ,୧୫।୩: ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ, ଆମେରିକା ନାଟୋ କିମ୍ବା ତାର ନିକଟତମ ମିତ୍ର ବ୍ରିଟେନ ସହିତ ଯୋଗାଯୋଗ କରିନଥିଲା। ଭେନେଜୁଏଲାରେ ସମାନ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri