Posted inଜାତୀୟ

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚତ୍ଛି। ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ ଅସହାୟ? ଏଭଳି ସ୍ଥିତି କାହିଁକି ଉପୁଜିଲା?
ପାଇଲଟ୍‌ ଓ କର୍ମଚାରୀ ସଙ୍କଟକୁ ନେଇ ଗତ ୨ ତାରିଖରୁ ବିଭିନ୍ନ ଘରୋଇ ରୁଟ୍‌ରେ ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ଏବଂ ବିଳମ୍ୱିତ ହୋଇଆସୁଛି। ଫଳରେ ଦେଶବ୍ୟାପୀ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ଉପରେ ଦାଖଲ ପିଆଇଏଲ୍‌ର ଶୁଣାଣି କରି ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ୍‌ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ପ୍ରତି ଉପୁଜିଥିବା ସ୍ଥିତିରୁ ଅନ୍ୟ ଏୟାରଲାଇନ୍ସ ଫାଇଦା ନେଇପାରନ୍ତି। ଯାତ୍ରୀମାନଙ୍କଠାରୁ ଟିକେଟ ବାବଦକୁ ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ଯେଉଁ ଟିକେଟ ୫,୦୦୦ ଟଙ୍କାରେ ମିଳୁଥିଲା ତାହା ବର୍ତ୍ତମାନ ୩୦ରୁ ୩୫ ହଜାରରେ ଉପଲବ୍ଧ। ଯଦି ଏପରି ସଙ୍କଟ ରହିଛି ତେବେ ଅନ୍ୟ ଏୟାରଲାଇନ୍‌ଗୁଡ଼ିକୁ ଲାଭ ଉଠାଇବା ପାଇଁ କିପରି ଅନୁମତି ଦିଆଯାଇ ପାରିବ? ଅନ୍ୟ ଏୟାରଲାଇନ୍ସ ୩୫,୦୦୦ରୁ ୩୯,୦୦୦ ଟଙ୍କା ପର୍ଯ୍ୟନ୍ତ କିପରି ନେଉଛନ୍ତି? ଏୟାରଲାଇନ୍‌ ନିୟମଗୁଡ଼ିକର ଅନୁପାଳନରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ’ଣ ନିୟମ ରହିଛି? କେନ୍ଦ୍ର ସରକାର କ’ଣ ଅସହାୟ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି। ଜାନୁଆରୀ ୨୨ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି କରାଯିବ। କମିଟି ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ଶେଷ ହେବା ମାତ୍ରେ ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ଖଣ୍ଡପୀଠ ପ୍ରଶଂସା କରିଥିବାବେଳେ କେଉଁ ପରିସ୍ଥିତିରେ ଏଭଳି ଘଟିଲା ବୋଲି ଚିନ୍ତାବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତି ଲାଗିରହିବାରୁ ସାରା ଦେଶରେ ଅନେକ ଲକ୍ଷ ଯାତ୍ରୀ ଫସିରହିଲେ। ଏହା କେବଳ ଯାତ୍ରୀଙ୍କୁ ଅସୁବିଧାରେ ପକାଇନାହିଁ, ବରଂ ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି। କାରଣ ଆଜିର ଦିନରେ ଯାତ୍ରୀମାନଙ୍କ ତ୍ୱରିତ ଯାତାୟାତ ଆର୍ଥିକ ପ୍ରଗତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବିଷୟ ଆମେ ସଂଜ୍ଞାନକୁ ନେଇଛୁ। ପର୍ଯ୍ୟାପ୍ତ ସଂଖ୍ୟକ ପାଇଲଟ୍‌ଙ୍କୁ ନିୟୋଜିତ କରି ସ୍ଥତି ସ୍ୱାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ବିଚାରପତି କହିଛନ୍ତି।
ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ତଦନ୍ତ ଓ ସମାଧାନ ପାଇଁ ଏକ ଅନୁଧ୍ୟାନକାରୀ ଟିମ୍‌ ଗଠନ କରାଯାଇଛି। ଏହି ୮ ଜଣିଆ ଟିମ୍‌ରେ ବରିଷ୍ଠ ଅଧିକାରୀ, ଡେପୁଟି ଓ ସିନିୟର ଫ୍ଲାଇଟ୍‌ ଅପରେଶନ୍ସ ଇନ୍‌ସ୍ପେକ୍ଟରମାନଙ୍କୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ UGC ନିୟମରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨୯ା୧: ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍‌ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଆବେଦନକାରୀଙ୍କ ଓକିଲ କହିଥିଲେ, ସମ୍ବିଧାନ ସମସ୍ତଙ୍କୁ ସୁରକ୍ଷା…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

ଚାଲିଛି କୃଷ୍ଣସାର ମୃଗ ଗଣନା: ଗଣନା କାର୍ଯ୍ୟକୁ ତଦାରଖ କରୁଛନ୍ତି ଡିଏଫ୍‌ଓ

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ, ଭଞ୍ଜନଗରସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଓ ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ଗୁରୁବାର କୃଷ୍ଣସାର ମୃଗ ଗଣନା ଚାଲିଛି…

ଚର୍ଚ୍ଚ ଅଫ ଇଂଲଣ୍ଡରେ ଭାଙ୍ଗିଲା ୧୪୦୦ ବର୍ଷର ପରମ୍ପରା, Dame Sarah Mullally ହେଲେ ପ୍ରଥମ Archbishop of Canterbury

ଲଣ୍ଡନ,୨୯।୧: ଦୀର୍ଘକାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ପରମ୍ପରାକୁ ପାଳନ କରି, ଡେମ ସାରା ମୁଲ୍ଲାଲିଙ୍କୁ ଜାନୁଆରୀ ୨୮, ୨୦୨୬ରେ ଲଣ୍ଡନର ଐତିହାସିକ ସେଣ୍ଟ ପଲ୍ସ କ୍ୟାଥେଡ୍ରାଲରେ ଚର୍ଚ୍ଚ ଅଫ…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri