Posted inଖେଳ

କୋହଲି ଜଣେ ଅହଂକାରୀ କି….ରାହାଣେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୩।୧: ଭାରତୀୟ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଅଧିନାୟିତକତ୍ୱ ସମୟ ଉପ-ଅଧିନାୟକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ଅଜିଙ୍କ୍ୟ ରାହାଣେ ଏକ ବଡ଼ ଖୁଲାସା କରିଛନ୍ତି। ସେ କୋହଲିଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। କୋହଲିଙ୍କ ସମାଲୋଚକମାନଙ୍କର ଏକ ଗୋଷ୍ଠୀ ତାଙ୍କୁ ଅହଂକାରୀ ବୋଲି ଭାବନ୍ତି। ରାହାଣେ ବିଶ୍ୱାସ କରନ୍ତି ଯେ, ବାହାର ଲୋକମାନେ ଖେଳ ପ୍ରତି ତାଙ୍କର ଚିନ୍ତାଧାରା ଏବଂ ମନୋଭାବକୁ ଭୁଲ ବୁଝନ୍ତି।

ରାହାଣେ ଏକ ସାକ୍ଷାତକାରରେ କହିଛନ୍ତି, ବିରାଟ କୋହଲିଙ୍କ ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ମୁଁ ତାଙ୍କୁ ନିକଟରୁ ଦେଖିଛି। ଯେତେବେଳେ ସେ ବ୍ୟାଟିଂ କରିବାକୁ ଯାଆନ୍ତି ସେତେବେଳେ ଆମେ ତାଙ୍କ ଆଗ୍ରହ ବିଷୟରେ କଥା ହେଉ। ତାଙ୍କର ଶିଖିବାର ଆଗ୍ରହ ସବୁବେଳେ ଥାଏ। ତାଙ୍କର ମନୋଭାବ ତାଙ୍କୁ ସବୁଠୁ ଅଲଗା କରିଥାଏ। ବାହାର ଲୋକମାନେ ତାଙ୍କୁ ଅହଂକାରୀ ବୋଲି ଭାବନ୍ତି, କିନ୍ତୁ ଏହା ସତ୍ୟ ନୁହେଁ। କୋହଲି କେବଳ ତାଙ୍କ ଖେଳରେ ନିଜକୁ ବୁଡ଼ାଇ ଦିଅନ୍ତି।

ରାହାଣେ ଆହୁରି କହିଛନ୍ତ, ନୀରବ ରହିବା ଅର୍ଥ ଅହଂକାର ନୁହେଁ। ଏହା ଖେଳ ଉପରେ ଧ୍ୟାନ ଦେବାର ତାଙ୍କର ଉପାୟ। ମୁଁ ତାଙ୍କୁ ମ୍ୟାଚର ଦୁଇ ଦିନ ପୂର୍ବରୁ ଦେଖିଛି। ସେ ବହୁତ କମ କଥା ହୁଅନ୍ତି, ସାଥୀ ଖେଳାଳିଙ୍କ ସହିତ କିଛି କଥା ହୁଅନ୍ତି ନାହିଁ। ସେ କେବଳ ନିଜର ଜୋନ ସୃଷ୍ଟି କରନ୍ତି। ସେ ତାଙ୍କ ଏୟାରପଡ୍ସରେ ଯାହା ପସନ୍ଦ କରନ୍ତି ତାହା ଶୁଣନ୍ତି। ଏହା ତାଙ୍କୁ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ। ଖେଳରେ ସବୁକିଛି ହାସଲ କରିବା ସତ୍ତ୍ୱେ, ବିରାଟ କୋହଲିଙ୍କ ପାଖରେ ଏବେ ବି ଇଚ୍ଛା ଅଛି। ତାଙ୍କର କାର୍ଯ୍ୟ ନୀତି ମଧ୍ୟ ଚମତ୍କାର।

ବିରାଟ କୋହଲି ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳୁଛନ୍ତି। ପ୍ରଥମ ମ୍ୟାଚରେ ସେ ୯୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପାଇଁ ସେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଏକ ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନୋଟି ଦିନିକିଆ ମଧ୍ୟରୁ ଦୁଇଟିରେ ଶତକ ହାସଲ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri