Posted inଜାତୀୟ

କ’ଣ ସତରେ ରାହୁଲଙ୍କ ମାଇକ୍‌କୁ କରାଯାଇଥିଲା ବନ୍ଦ, ଜଣାପଡିଲା ସାଂଘାତିକ କଥା…

ନୂଆଦିଲ୍ଲୀ,୨୮।୬: ଲଗାତାର ଦ୍ୱିତୀୟ ଥର ଲୋକ ସଭା ବାଚସ୍ପତି ହେବା ପରେ କୋଟା ଏମପି ଓମ ବିର୍ଲା ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ସଂସଦରେ ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ NEET ପେପର ଲିକ୍‌ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ତାଙ୍କ ମାଇକ୍‌ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଜବାବରେ ବିର୍ଲା, ତାଙ୍କ ପାଖରେ ମାଇକ୍‌ ଅଫ୍‌ କରିବାକୁ କୌଣସି ସୁଇଚ୍‌ ନ ଥିବା ଖୋଲାଖୋଲି କହିଥିଲେ। ତେବେ ସତରେ କ’ଣ ବିରୋଧୀ ଦଳ ନେତା ରାହୁଲଙ୍କ ମାଇକ୍‌ ବନ୍ଦ କରାଯାଇଥିଲା?

ଏହାକୁ ନେଇ କଂଗ୍ରେସ ଏମପି ଇମ୍ରାନ ମାସୁଦ କହିଛନ୍ତି, ବିରୋଧୀ ଦଳ ନେତା ରାହୁଲଙ୍କ ମାଇକ୍‌ ବନ୍ଦ କରାଯାଉଛି। ଏହାଠାରୁ ବଡ଼ ଅଗଣତାନ୍ତ୍ରିକ କ’ଣ ହୋଇପାରେ। ସାହାରନପୁର ଲୋକ ସଭା ଆସନରୁ କଂଗ୍ରେସ ଏମପି ଥିବା ଇମ୍ରାନ କହିଛନ୍ତି, ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହରେ କିଛି ପ୍ରସଙ୍ଗ ଉଠାଇଥା’ନ୍ତି ସେତେବେଳେ ଗୃହ ନୀରବ ରହିବା ଉଚିତ। କିନ୍ତୁ ତାଙ୍କ ମାଇକକୁ ବନ୍ଦ କରାଯାଉଛି। ତାଙ୍କୁ କହିବାକୁ କିଛି ଦିଆଯାଉ ନାହିଁ। ଭାଜପା ଚାହୁଁଛି ଯେ, ବିରୋଧୀମାନେ ସ୍ଥଗିତାଦେଶ ଉପରେ କିଛି ଆଲୋଚନା କରନ୍ତୁ ନାହିଁ। ଏହାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ ହୋଇପାରେ ବୋଲି ସେ କହିଛନ୍ତି।

ଇମ୍ରାନ ମାସୁଦ ଆହୁରି କହିଛନ୍ତି, କୌଣସି ଗମ୍ଭୀର ପ୍ରସଙ୍ଗ ରହିଲେ କାର୍ଯ୍ୟ ସ୍ଥଗିତ ରଖାଯିବ। ଗୃହରେ ସମସ୍ତ ପ୍ରସଙ୍ଗଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ଆପଣ ଏହାକୁ ବଦଳିବାକୁୁ ଚାହୁଁଛନ୍ତି କାରଣ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri