ମହଙ୍ଗା ପଡ଼ିଲା କି “ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି” ମନ୍ତବ୍ୟ

ଭୁବନେଶ୍ଵର,୧୬ା୧: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ବଡ଼ ନିଷ୍ପତ୍ତି କ୍ରମେ ଦଳରୁ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର (ପାଟକୁରା) ଏବଂ ସନାତନ ମହାକୁଡ଼ (ଚମ୍ପୁଆ)ଙ୍କୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଭିନ୍ନ ସମୟରେ ବିଧାନସଭା ଭିତରେ ଓ ବାହାରେ ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସେ ବାରମ୍ବାର ପୂର୍ବ ସରକାର ସମୟର ପ୍ରଭାବଶାଳୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଉସ୍କାଉଥିଲେ, ଯାହା ବିଜେଡିକୁ ଅଡୁଆରେ ପକାଉଥିଲା।

ସେ କହିଥିଲେ, “ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି।” ଏପରିକି ସେ ପୂର୍ବ ସରକାରର ଅଫିସରମାନଙ୍କ ଦୁର୍ନୀତି ବିଷୟରେ ଶାସକ ଦଳକୁ ତଦନ୍ତ କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ବିଜେଡିରେ ଭିକେ ପାଣ୍ଡିଆନଙ୍କ ପ୍ରଭାବ ଥିବା ବେଳେ ଅରବିନ୍ଦଙ୍କର ଏହି ‘ନବୀନ-କେନ୍ଦ୍ରିକ’ ଆଭିମୁଖ୍ୟ ଏବଂ ପରୋକ୍ଷରେ ପାଣ୍ଡିଆନଙ୍କୁ ଅସ୍ୱୀକାର କରିବା ହିଁ ତାଙ୍କ ନିଲମ୍ବନର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଅନ୍ୟପଟେ ସନାତନ ମହାକୁଡ଼ ମଧ୍ୟ ଦଳୀୟ କାର୍ଯ୍ୟଧାରାକୁ ସମାଲୋଚନା କରିବା ସହ ବିଜେପି ପ୍ରତି ନରମ ଆଭିମୁଖ୍ୟ ରଖୁଥିବା ଅଭିଯୋଗ ହୋଇଥିଲା। ତେବେ ଅରବିନ୍ଦ ଓ ସନାତନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳ ସ୍ପଷ୍ଟ ସଙ୍କେତ ଦେଇଛି ଯେ, ନବୀନଙ୍କ ସହ ପାଣ୍ଡିଆନଙ୍କ ନେତୃତ୍ୱକୁ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ। ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଦଳରେ କୌଣସି ପ୍ରକାରର ଅସନ୍ତୋଷ କିମ୍ବା ଗୋଷ୍ଠୀକନ୍ଦଳକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି ନିଲମ୍ବନ ଜରିଆରେ ବାର୍ତ୍ତା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ଯୁଦ୍ଧ ଯୋଗୁ ହେବନାହିଁ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଝଟକା

ନୂଆଦିଲ୍ଲୀ,୪।୩: ICC ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ତଥାପି, ମ୍ୟାଚ ପୂର୍ବରୁ, ସୋସିଆଲ ମିଡିଆରେ ଏକ…

ଆଜି ରଙ୍ଗର ପର୍ବ ହୋଲି: ସବୁଆଡେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୪।୩: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ…

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

ସୁରେଶ ପୂଜାରୀ ଅସୁସ୍ଥ: ଛାତିରେ ଯନ୍ତ୍ରଣା ପରେ ଆଇସିୟୁରେ ଭର୍ତ୍ତି…

ଭୁବନେଶ୍ୱର,୩।୩: ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସ…

ଦିଲୀପ ରାୟଙ୍କୁ ସମର୍ଥନ କରିବ କି ସିପିଆଇଏମ୍‌, ପ୍ରେସମିଟ୍‌ କରି କହିଲେ…

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri