ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ ମମତାଭରା ମନ, ଅନୁସନ୍ଧିତ୍ସୁ, ପର୍ଯ୍ୟବେକ୍ଷଣ ଶକ୍ତି ସହିତ ଧୈର୍ଯ୍ୟର ଶକ୍ତି, ହୃଦୟସ୍ପର୍ଶୀ ଭାବ-ଭାଷା, ଅଭିନୟ ଢଙ୍ଗରେ ବିଷୟବସ୍ତୁକୁ ଆକର୍ଷଣୀୟ କରି ଉପସ୍ଥାପନ କରିବାର ସାମର୍ଥ୍ୟ।
ଦିନକର ଘଟଣା। ଥରେ ଜଣେ ସୁଦକ୍ଷ ଶିକ୍ଷକ ଜଣେ ସାଧୁଙ୍କୁ କହିଲେ-”ସ୍କୁଲର ସବୁପିଲା ଭଲ ପଢୁଛନ୍ତି। ପରୀକ୍ଷାରେ ପାସ୍‌ କରିବାର ସମ୍ଭାବନା ଅଛି କିନ୍ତୁ ଦୁଇଟି ପିଲାଙ୍କୁ ଛାଡ଼ି। ପ୍ରଥମ ପିଲାଟି କ୍ଲାସ୍‌ରେ ଯାହା ପଢ଼ା ହେଉଛି କିଛି ମନେରଖି ପାରୁନାହିଁ। ଆଉ ଦ୍ୱିତୀୟ ପିଲାଟି, ମୁଁ ପଢ଼େଇବା ଆରମ୍ଭ କଲା କ୍ଷଣି ସେ ଶୋଇପଡୁଛି, ପୂରା ପାଠପଢ଼ା ଶେଷ ହେବା ପର୍ଯ୍ୟନ୍ତ।“ ଜାଣେନା ସେ ଦୁଇଜଣ ପାସ୍‌ କରିପାରିବେ କି ନାହିଁ ? କ’ଣ ହେବ ତାଙ୍କର ଭବିଷ୍ୟତ ?
ଏହା ଶୁଣି ସାଧୁ କହିଲେ ”ପ୍ରଥମ ପିଲାକୁ ଆସନ୍ତାକାଲି ମୋ ପାଖକୁ ପଠାଇଦେବ।“ ପରଦିନ ପିଲାଟି ସାଧୁଙ୍କ ପାଖକୁ ଆସିଲା। ପିଲାଟି ଆସିବା ପରେ ସାଧୁଜଣଙ୍କ ଅତି ଶ୍ରଦ୍ଧାରେ ପଚାରିଲେ, ”ତତେ ସିନେମା ଦେଖିବାକୁ ଭଲଲାଗେ ? ପିଲାଟି କହିଲା- ”ଆଜ୍ଞା ମତେ ଭଲ ଲାଗେ।“ ତା’ପରେ ସାଧୁ ଜଣଙ୍କ ତାକୁ କିଛି ପଇସା ଦେଇ କହିଲେ -ଯା’ ଟିକେଟ କିଣି ସିନେମା ଦେଖିବୁ। ଦେଖିସାରି ଆସି ସିନେମା କଥା ମୋତେ କହିବୁ“। ପିଲାଟି ଆନନ୍ଦ ମନରେ ପଇସା ନେଇ ଚାଲିଗଲା ସିନେମା ଦେଖିବାକୁ ଏବଂ ସିନେମା ଦେଖିସାରି ଫେରିଆସି ସାଧୁଙ୍କୁ ସିନେମାର ସବୁ ଦୃଶ୍ୟ, ସବୁ ଚରିତ୍ରର ସଂଳାପ ଅତି ସୁନ୍ଦର ଭାବରେ ଟିକିନିଖି ବର୍ଣ୍ଣନା କରିଗଲା। ଏହା ଶୁଣି ସାଧୁ ଖୁବ୍‌ ଖୁସି ଓ ପ୍ରସନ୍ନ ହେଲେ। ତା’ପରେ ସାଧୁ ଜଣଙ୍କ ଶିକ୍ଷକଙ୍କୁ ଡାକି କହିଲେ- ”ଆପଣ କହୁଥିଲେ ପିଲାଟି ଯାହା ପଢ଼ାହେଉଛି କିଛି ମନେରଖୁ ନାହିଁ କିନ୍ତୁ ଦୀର୍ଘ ଅଢ଼େଇ ଘଣ୍ଟାର ସିନେମା ନିଖୁଣ ଭାବେ ବର୍ଣ୍ଣନା କରିଗଲା। ଏହା କେମିତି ସମ୍ଭବ ହେଲା?“ ଶିକ୍ଷକ କହିଲେ- ”ଆଜ୍ଞା ସେଇଟା ସିନେମା ହଲ୍‌ର ଗୋଟିଏ ସିନେମା। ମୁଁ କ୍ଲାସ୍‌ରେ ତା’ର ପାଠପଢ଼ା କଥା କହୁଛି।“ ସାଧୁ କହିଲେ – ଆପଣଙ୍କର ପାଠପଢ଼ା କାହିଁକି ସିନେମା ପରି ହୋଇପାରୁ ନାହିଁ? ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ – ”ସିନେମା ପରି ପଢ଼େଇବି? ଏହା କିପରି ସମ୍ଭବ?“ ସାଧୁ କହିଲେ, ଆପଣ ଯେତେବେଳେ ଯେଉଁ ବିଷୟରେ ପଢ଼ାଇବେ ସେତେବେଳେ ଆପଣଙ୍କ ଭାଷା, କହିବା ଶୈଳୀ, ଆପଣଙ୍କ ଚାହାଣି, ଅଙ୍ଗଭଙ୍ଗୀ ଏପରି ହେବା ଦରକାର ଯେମିତି ସିନେମାରେ ଅଭିନୟରେ ଫୁଟିଉଠେ। ଯେଉଁଥିରେ ପିଲାମାନେ ଆନନ୍ଦିତ ହେବେ, ଆଗ୍ରହୀ ହେବେ, ଉତ୍ସାହିତ ହେବେ, କୌତୂହଳୀ ହେବେ ଆପଣଙ୍କ କଥା ଶୁଣିବା ପାଇଁ। ଫଳରେ ସେମାନେ ଆପଣଙ୍କୁ ଭଲପାଇବେ, ଆପଣଙ୍କ ପାଠପଢ଼ାକୁ ଭଲପାଇବେ, ଉପଭୋଗ କରିବେ। ଆଉ, ଯେଉଁଠି ପିଲାଙ୍କ ଆଗ୍ରହ, ଆନନ୍ଦ, ଭଲପାଇବା, ପିଲା ତାକୁ ସହଜରେ ଗ୍ରହଣ କରିବେ, ଭୁଲିପାରିବେ ନାହିଁ।
ତା’ପରେ ସାଧୁଜଣଙ୍କ ଦ୍ୱିତୀୟ ପିଲାଟିକୁ ତାଙ୍କ ପାଖକୁ ପଠାଇବା ପାଇଁ କହିଲେ। ପରଦିନ ପିଲାଟି ତାଙ୍କ ପାଖକୁ ଆସିବାରୁ ସାଧୁ ତାକୁ କିଛି ସମୟ ଚାହିଁ କହିଲେ- ସ୍କୁଲକୁ ଆସିବା ଆଗରୁ କ’ଣ ଖାଇକି ଆସିଛୁ ? ପିଲାଟି କିଛି ସମୟ ଚୁପ୍‌ ରହି କହିଲା,”କିଛି ଖାଇକି ଆସିନି ଆଜ୍ଞା। ମୋ ପରିବାର ଅତି ଗରିବ। ଆମେ ଦୁଃଖରେ କାଳାତିପାତ କରୁ। ମୋ ମା’ ସାରା ଦିନ ଅତି କଷ୍ଟକରି ଗୋଟିଏ ବେଳାର ଖାଦ୍ୟ ଯୋଗାଡ଼ କରିବାକୁ ସକ୍ଷମ ହୁଏ। ମୁଁ ସ୍କୁଲରୁ ଫେରିଲେ ସନ୍ଧ୍ୟାରେ ସେତିକି ମାତ୍ର ଖାଏ। ସାରା ଦିନ ଆଉ କିଛି ଖାଇବାକୁ ପାଏ ନାହିଁ। ବହୁତ କଷ୍ଟ ହୁଏ, ଦୁର୍ବଳ ଲାଗେ।
ଏହା ଶୁଣି ସାଧୁଙ୍କର କୋମଳ ମନ ଦୁଃଖରେ ଭାଙ୍ଗିପଡ଼ିଲା। ଦରଦୀ ନୟନରେ ଚାହିଁ ରହିଲେ ପିଲାଟି ଆଡ଼କୁ। ତା’ପରେ ସାଧୁ ଶିକ୍ଷକଙ୍କୁ ଡାକି କହିଲେ- ”ଆପଣଙ୍କ ଶ୍ରେଣୀର ଗୋଟିଏ ପିଲା ଅଛି ଯିଏ ପ୍ରତିଦିନ କିଛି ବି ଖାଇକି ଆସେନି। ଆପଣ ଶ୍ରେଣୀରେ ପଢ଼ାଉଛନ୍ତି ଅଥଚ ତା’ର ବ୍ୟକ୍ତିଗତ କଥା କିଛି ବି ଜାଣନ୍ତି ନାହିଁ “ ? ଶିକ୍ଷକ ଦେଖିଲା ବେଳକୁ ନ ଖାଇକି ଆସିଥିବା ପିଲାଟି ହେଉଛି ତାଙ୍କରି ଶ୍ରେଣୀରେ ପାଠ ପଢ଼ାଉଥିବାବେଳେ ଶୋଇ ଯାଉଥିବା ପିଲା।
ଶିକ୍ଷକଙ୍କ ମୁହଁରେ ପ୍ରଶ୍ନବାଚୀ ଫୁଟିଉଠିଲା। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ-”ମହାଶୟ!
ପାଠ ପଢ଼େଇବା ସହିତ ମୋତେ କ’ଣ ସବୁ ପିଲାଙ୍କ ବ୍ୟକ୍ତିଗତ କଥା ଜାଣିବାକୁ ହେବ“? ସାଧୁ କହିଲେ-”ହଁ ଆଜ୍ଞା, ଏହା ଆପଣଙ୍କୁ ନିଶ୍ଚୟ କରିବାକୁ ପଡ଼ିବ। ଜଣେ ଶିକ୍ଷକ ହିସାବରେ ପିଲାମାନଙ୍କୁ ପାଠ ପଢ଼େଇବା ସହିତ ତା’ର ବ୍ୟକ୍ତିଗତ କଥା, ଆବଶ୍ୟକତା, ସମସ୍ୟା, ସଂଘର୍ଷର ବିଷୟରେ ଅବଗତ ହେବାକୁ ହେବ। ଠିକ୍‌ ଗୋଟିଏ ମା’ ପରି। ପିଲାର ମୁହଁକୁ ଦେଖି ଦେଇ ସବୁକିଛି ବୁଝି, ସେହି ଅନୁସାରେ ଦାୟିତ୍ୱ ନେବାକୁ ହେବ। ତେବେ ତ ଆପଣ ପ୍ରକୃତ ଶିକ୍ଷକ ପଦବାଚ୍ୟ ହେବେ !
ହଁ ଆଜ୍ଞା। ଶିକ୍ଷକ ହେବା ଏତେ ସହଜ କଥା ନୁହେଁ। ଶିକ୍ଷକ ହେବା ବଡ଼ କଠିନ କାମ। ଶିକ୍ଷକଙ୍କୁ ଛାତ୍ରୀଛାତ୍ରଙ୍କର ମା’ ଓ ବାପାର ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। କେତେବେଳେ ଛାଟ ଧରି ବାପା ହୋଇ ତାଗିଦ କରିବେ ତ କେତେବେଳେ ମା’ ହୋଇ ସ୍ନେହ ଶ୍ରଦ୍ଧାର ପଣତ କାନିରେ କୋଳେଇ ନେବେ। ଶ୍ରେଣୀରେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ କାହାରି ବି ଯଦି ପେଟ ଖରାପ ହୋଇଥାଏ ବା ରାତିରେ ନିଦ ନ ହୋଇଥାଏ ଏବଂ ଶିକ୍ଷକ ଯଦି ଗୋଟିଏ ଝଲକ ଚାହିଁ, ଟେର୍‌ ନ ପାଆନ୍ତି, ତା’ହେଲେ ସେ ପୁଣି କେମିତି ଶିକ୍ଷକ ? ତା’ ପାଇଁ ଦରଦୀ ମନ ଦରକାର, ଦରଦୀ ଦୃଷ୍ଟି ଦରକାର। ଛୁଆର ଅସୁଖ, ଅଶାନ୍ତି ଯେମିତି ମା’ର ଆଖିରେ ଏଡ଼ାଏନା, ଶିକ୍ଷକଙ୍କର ବି ସେମିତି ଆଖି ଦରକାର। ଶିକ୍ଷକ ଚାହିଁଲେ ପଙ୍ଗୁ ଗିରି ଲଂଘିପାରେ। ମୂକ ବି ଗୀତ ଗାଇପାରେ। ସମଗ୍ର ଶିକ୍ଷକ ସମାଜ ଏହାକୁ ହୃଦୟଙ୍ଗମ କରିବା ଦରକାର।

ଶ୍ରୀବତ୍ସ ନାୟକ
ଅଧ୍ୟାପକ, ବାଣିଜ୍ୟ ବିଭାଗ,
ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ
ମୋ:୯୪୩୮୦୭୦୮୪୯

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri