ଓଜନ କମାଇବା ପାଇଁ ସକାଳେ ନା ସନ୍ଧ୍ୟାରେ ଚାଲିବା ହିତକର, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ…

ଆଜିକାଲି ଚାକିରି କିମ୍ବା ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁ ଲୋକମାନେ ନିଜ ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି, ଯେଉଁଥିପାଇଁ ଲୋକମାନେ ବହୁତ କମ୍‌ ବୟସରେ ମାରାତ୍ମକ ରୋଗର ଶିକାର ହେଉଛନ୍ତି। ତଥାପି ଲୋକମାନେ ଓଜନ ହ୍ରାସ କରିବା ପାଇଁ ସବୁଠାରୁ ଅଧିକ ଚିନ୍ତିତ ଥାଆନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାୟତଃ ପ୍ରଶ୍ନ ଉଠେ ଯେ, ଓଜନ କମାଇବା ପାଇଁ ସକାଳେ ଚାଲିବା ଉଚିତ ନା ସନ୍ଧ୍ୟାରେ ଚାଲିବା ଉଚିତ୍‌। ଯଦି ଆପଣ ମଧ୍ୟ ଏହାର ଉତ୍ତର ଜାଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଚାଲିବା ହେଉଛି ଓଜନ ହ୍ରାସ କରିବାର ଏକ ସହଜ ଏବଂ ପ୍ରଭାବଶାଳୀ ଉପାୟ। କିନ୍ତୁ ଅନେକ ଲୋକ ଏହି ପ୍ରଶ୍ନରେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ, ସକାଳେ ଚାଲିବା ଉଚିତ ନା ସାରେ? ଉଭୟ ସମୟରେ ଚାଲିବାର ନିଜସ୍ବ ସୁବିଧା ଏବଂ ଅସୁବିଧା ଅଛି। ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଜୀବନଶୈଳୀ, ଶରୀରର ପ୍ରକାର ଏବଂ ଦିନଚର୍ଯ୍ୟା ଉପରେ ନିର୍ଭର କରେ ଯେ, କେଉଁ ସମୟ ଆପଣଙ୍କ ପାଇଁ ଭଲ ହେବ। ତଥାପି ଆୟୁର୍ବେଦିକ ବିଶେଷଜ୍ଞ କୁହନ୍ତି, ସକାଳେ ଚାଲିବା ହେଉଛି ଓଜନ ହ୍ରାସ କରିବାର ସର୍ବୋତ୍ତମ ସମୟ।

ଶୀଘ୍ର ଓଜନ କମାଇବାକୁ ଚାହାନ୍ତି ତେବେ ସକାଳ ଚାଲିବା ଅଧିକ ପ୍ରଭାବଶାଳୀ ହୋଇପାରେ, ବିଶେଷକରି ଖାଲି ପେଟରେ। ଯଦି ସକାଳେ ଆପଣଙ୍କ ପାଖରେ ସମୟ ନାହିଁ କିମ୍ବା ଆପଣଙ୍କର ବ୍ୟାୟାମ ରୁଟିନ ଭିନ୍ନ, ତେବେ ସନ୍ଧ୍ୟାସମୟରେ ଚାଲିବା ମଧ୍ୟ ଏକ ଭଲ ବିକଳ୍ପ। ତଥାପି ଡାକ୍ତର ପରାମର୍ଶ ଦିଅନ୍ତି ଯେ, ଖାଦ୍ୟ ଖାଇବା ପରେ ମଧ୍ୟ ଆପଣ ଅଳ୍ପ ସମୟ ଚାଲିବା ଉଚିତ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ସେ କହିଥିଲେ ଯେ ରାତିରେ ବିଳମ୍ବିତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ, କାରଣ ବିଳମ୍ବରେ ଖାଇବା ଏବଂ ତା’ପରେ ତୁରନ୍ତ ଶୋଇବା ଦ୍ୱାରା ଓଜନ ବୃଦ୍ଧି ପାଇପାରେ।

ସକାଳ ଚାଲିବାର ଲାଭ
ସତେଜ ପରିବେଶ ଏବଂ ଅଧିକ ଅମ୍ଳଜାନ: ସକାଳର ବାୟୁ ନିର୍ମଳ ଏବଂ ଏଥିରେ ଅଧିକ ଅମ୍ଳଜାନ ଥାଏ, ଯାହା ଶରୀରକୁ ଅଧିକ ଶକ୍ତି ପ୍ରଦାନ କରେ। ସତେଜ ପବନରେ ଚାଲିବା ଶରୀର ଏବଂ ମନ ଉଭୟକୁ ସତେଜ କରିଥାଏ।

ସକାଳେ ଖାଲି ପେଟରେ ଚାଲିବା ଦ୍ୱାରା ଶରୀରର ଚର୍ବିକୁ ଶକ୍ତି ଭାବରେ ବ୍ୟବହାର କରିଥାଏ, ଯାହା ଦାରା ଦ୍ରୁତ ଓଜନ ହ୍ରାସ ହୋଇପାରେ। ସକାଳ ଚାଲିବା ମେଟାବୋଲିଜିମକୁ ବୃଦ୍ଧି କରେ, ଯାହା ଦିନସାରା କ୍ୟାଲୋରୀ ନଷ୍ଟ କରିବାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ।

ଚାପମୁକ୍ତ ଏବଂ ସକାରାତ୍ମକ ମନୋଭାବ:
ସକାଳ ଚାଲିବା ଦ୍ୱାରା ଏଣ୍ଡୋର୍ଫିନ(ଖୁସି ହରମୋନ) ବୃଦ୍ଧି ପାଏ, ଯାହା ମନୋଭାବକୁ ଭଲ ରଖେ ଏବଂ ଚାପ ହ୍ରାସ କରେ। ସାରା ଦିନ ଶକ୍ତି ରହିଥାଏ ଏବଂ କାର୍ଯ୍ୟ ଉତ୍ପାଦକତା ବୃଦ୍ଧି ପାଏ।

ସୂର୍ଯ୍ୟକିରଣରୁ ଭିଟାମିନ ଡି: ହାଲୁକା ସୂର୍ଯ୍ୟକିରଣ ସ୍ବାଭାବିକ ଭାବରେ ଶରୀରକୁ ଭିଟାମିନ ‘ଡି’ପ୍ରଦାନ କରେ, ଯାହା ହାଡ଼ ଏବଂ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଲାଭଦାୟକ। ଏହା ବ୍ୟତୀତ, ଭିଟାମିନ ‘ଡି’ର ଅଭାବ ଓଜନ ବୃଦ୍ଧି କରିପାରେ, ତେଣୁ ସକାଳ ଚାଲିବା ଏହାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ।

ସନ୍ଧ୍ୟାରେ ଚାଲିବାର ଲାଭ
ଦିନସାରା ଖାଇଥିବା ସମସ୍ତ କ୍ୟାଲୋରୀ ନଷ୍ଟ କରିବା ପାଇଁ ସାରେ ଚାଲିବା ଲାଭଦାୟକ। ଏହା ଅତିରିକ୍ତ କ୍ୟାଲୋରୀକୁ ସଂରକ୍ଷଣ ହେବାରୁ ରୋକେ ଏବଂ ଚର୍ବି ବଢ଼ାଇବା ସମ୍ଭାବନାକୁ କମାଏ।

ଦିନର କ୍ଳାନ୍ତି ଏବଂ ଚାପକୁ କମାଇବା ପାଇଁ ସନ୍ଧ୍ୟାରେ ଚାଲିବା ଏକ ଉତ୍ତମ ଉପାୟ। ଏହା ଶରୀରକୁ ଆରାମ ଦିଏ ଏବଂ ରାତିରେ ଭଲ ନିଦ ହେବାରେ ସାହାଯ୍ୟ କରେ।

ଯଦି ଆପଣ ରାତ୍ରି ଭୋଜନ ପୂର୍ବରୁ କିମ୍ବା ହାଲୁକା ଖାଦ୍ୟ ଗ୍ରହଣ କରିବା ପରେ ଚାଲନ୍ତି, ତେବେ ଏହା ପାଚନ କ୍ରିୟା ଉନ୍ନତ କରିବାରେ ସାହାଯ୍ୟ କରେ। ଏହା ଖାଦ୍ୟର ସଠିକ୍‌ ହଜମରେ ସାହାଯ୍ୟ କରେ ଏବଂ ପେଟ ସମସ୍ୟା ଦୂର କରେ।

ଓଜନ ହ୍ରାସ କରିବା ପାଇଁ, ନିୟମିତ ଚାଲିବା ସହିତ, ଖାଦ୍ୟ ପ୍ରତି ଯତ୍ନ ନେବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ, ତେବେ ସକାଳେ କିମ୍ବା ସନ୍ଧ୍ୟାରେ ଯେତେବେଳେ ଇଚ୍ଛା ହୁଏ ଚାଲିବା ଆରମ୍ଭ କରନ୍ତୁ, ଏବଂ ଧିରେ ଧିରେ ଏହାକୁ ଆପଣଙ୍କ ଜୀବନଶୈଳୀର ଏକ ଅଂଶ କରନ୍ତୁ। ଏଥିରୁ ଆହୁରି ଅନେକ ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri